ବର୍ଷାଜଳ ନିଷ୍କାସନ ପାଇଁ ୫ଟି ବଡ଼ ନାଳର ପୁନଃରୁଦ୍ଧାର ପାଇଁ ସର୍ଭେ 

Advertisment
ବର୍ଷାଜଳ ନିଷ୍କାସନ ପାଇଁ ୫ଟି ବଡ଼ ନାଳର ପୁନଃରୁଦ୍ଧାର ପାଇଁ ସର୍ଭେ 

ଜୟପୁର: ସହରର ପ୍ରମୁଖ ୫ଟି ବଡ ନାଳ ରହିଥିଲେ ହେଁ ବର୍ଷା ହେବା ମାତ୍ରକେ ସହରର ବହୁ ଅଂଚଳ ଜଳବନ୍ଦୀ ହେବା ନଜିର ରହିଛି। ତେଣୁ ଏହାର ପୁନଃରୁଦ୍ଧାର ପାଇଁ ଏହାରି ମଧ୍ୟରେ ପୌରପାଳିକା ପକ୍ଷରୁ ୩୮କୋଟିର ବ୍ୟୟ ବରାଦ କରି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅବଗତ କରିଥିଲେ। ତେବେ ରାଜ୍ୟ ସରକାର ଏହାର ସର୍ଭେ କରି ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍ ) କରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି କ୍ରମରେ ମଙ୍ଗଳବାର କୋଲକାତାରୁ ଆସିଥିବା ଡ୍ରେନେଜ ସର୍ଭେ ‘‘ରେଡିଏଣ୍ଟ ଟେକ୍ନୋଲୋଜୀସ’’ ପକ୍ଷରୁ ସହରର ୫ଟି ଯାକ ପ୍ରମୁଖ ବଡ଼ ନାଳର ସର୍ଭେ କରିଛନ୍ତି। ସର୍ଭେ କରୁଥିବା କର୍ମଚାରୀମାନେ ନାଳ ଗୁଡିକରେ ମଇଳା ପାଣି ଓ ସହ ଯିବା ପାଇଁ ରାସ୍ତା ନଥିବା ଲତାବୁଦା ମଧ୍ୟରେ ପଶି ସର୍ଭେ କରିଥିଲେ। ସର୍ଭେ କରିଥିବା ବଡ଼ ନାଳ ଗୁଡ଼ିକ ହେଲା ଏନକେଟି ରୋଡରୁ ସତୀନଦୀ ପର୍ଯ୍ୟନ୍ତ ଚିକଟୀ ନାଳ, ପଂଚାନନ ମନ୍ଦିର ଠାରୁ ସତୀନଦୀ ପର୍ଯ୍ୟନ୍ତ ଥିବା ନାଳ, ବିଜୁ ଭେଣ୍ଡିଂଜୋନ ନୂଆସାହି ଠାରୁ ପଂଚାନନ ମନ୍ଦିର  , ୱାର୍ଡ ନଂ ୨୧ରୁ ୱାର୍ଡ ନଂ ୨୨ ସତୀନଦୀ ପର୍ଯ୍ୟନ୍ତ, ସିନେମା ସାହି ଠାରୁ ଚିକିଟି ନାଳ  ବୋଲି କହିଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।

ସର୍ଭେ ସରିବା ପରେ ରେଡିଏଣ୍ଟ ଟେକ୍ନୋଲୋଜିସ ପକ୍ଷରୁ ରିପୋର୍ଟ ମିଳିବା ପରେ ସେହି ରିପୋର୍ଟକୁ ଭିତ୍ତି କରି ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ଗୃହ  ଓ ନଗର ଉନ୍ନୟନ ବିଭାଗରେ ଅନୁମୋଦନ ପାଇଁ ଦାଖଲ କରାଯିବ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ। ୩୮କୋଟିର ପ୍ରାରମ୍ଭିକ ବ୍ୟୟ ବରାଦ ଏହା ପରେ ପରିବର୍ତ୍ତନ ହେବା ସହ ସରକାର ଏହାକୁ ଅନୁମୋଦନ କରି କେତେ ଅନୁଦାନ ଦେବେ ତାହା ପରବର୍ତ୍ତୀ ସମୟରେ ହିଁ ଜଣା ପଡ଼ିବ ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ଏହା କାର୍ଯ୍ୟକାରୀ ହେଲେ ସହରରେ ବର୍ଷା ଜଳ ନିଷ୍କାସନ ପାଇଁ ସହଜ ଓ ସରଳ ହେବା ସହ ବହୁ ଅଂଚଳ ଜଳବନ୍ଦୀରୁ ମୁକ୍ତ ହେବ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe