ହାଇଦ୍ରାବାଦ: ଡ୍ରୋନରେ ଲାଗିଛି କ୍ୟାମେରା ଓ ନାଲିବତୀ | ଏହାରି ସାଙ୍ଗକୁ ବାଜୁଛି ସାଇରନ | ଲକଡାଉନରେ ସାହି-ଗଳିକନ୍ଦିରେ ଅମାନିଆଙ୍କ ଉପରେ ନଜର ରଖିବାକୁ ଏବେ ଡ୍ରୋନ ଉଡୁଛି | ତେବେ ଏହା ଓଡ଼ିଶାରେ ନୁହେଁ ବରଂ ତେଲେଙ୍ଗାନାର ସୁର୍ଯ୍ୟପେଟରେ ଚାଲିଥିବା ଲକଡାଉନ୍ ସମୟରେ ପୁଲିସ ଡ୍ରୋନ୍ କ୍ୟାମେରା ବ୍ୟବହାର କରୁଛି।
ଏହି ଡ୍ରୋନ୍ ମାଧ୍ୟମରେ ଲୋକମାନେ କୋଭିଡ୍ ଲକଡାଉନ ନିୟମ ପାଳନ କରୁଛନ୍ତି କି ନାହିଁ ତାହା ଉପରେ ପୁଲିସ ନଜର ରଖିଛି। କାରଣ ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ଯେ ଅମାନିଆମାନେ ଏଣେତେଣେ ବୁଲୁଥିବାବେଳେ ପୁଲିସ ଗାଡି ଦେଖିଲେ ଲୁଚି ଯାଉଛିନ୍ତି | ହେଲେ ଏହି ଡ୍ରୋନ୍ ଆକାଶରେ ଉଡ଼ୁଥିବାରୁ କେହି ବି ଦେଖିପାରୁନାହାନ୍ତି | ଏହି ଡ୍ରୋନରେ ସାଇରନ୍ ବାଜୁଥିବାବେଳେ ଏକ ମନିଟରିଂ ଟିମ ଏହାର ଫୁଟେଜକୁ ତଦାରଖ କରୁଛି |
ଯେଉଁଠାରେ ଅମାନିଆମାନେ ବାହାରେ ଏଣେତେଣେ ବୁଲୁଛନ୍ତି ସେମାନଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛି | ସୂଚନା ଥାଉ କି ଯେ କୋଭିଡ -୧୯ ର ସଂକ୍ରମଣକୁ ରୋକିବା ପାଇଁ ତେଲେଙ୍ଗାନା ସରକାର ମଙ୍ଗଳବାର ଦିନ ଲାଗୁ ହୋଇଥିବା ଲକଡାଉନ୍ ଅବଧି ମେ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
Follow Us