ଆଜି ଆସୁଛନ୍ତି ପି.ଚିଦମ୍ବରମ୍‌ ଓ ବର୍ଖା ଦତ୍ତ

ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରି ମିଟ୍‌

ଆଜି ଆସୁଛନ୍ତି ପି.ଚିଦମ୍ବରମ୍‌ ଓ ବର୍ଖା ଦତ୍ତ

ଭୁବନେଶ୍ୱର : ଟାଟା ଷ୍ଟିଲ ଓ ସମ୍ବାଦର ମିଳିତ ସହଯୋଗରେ ହୋଟେଲ ଟ୍ରାଇଡେଣ୍ଟରେ ଚାଲିଥିବା ଲିଟେରାରି ମିଟ୍‌ର ଅନ୍ତିମ ଦିବସ(ଶନିବାର)ରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦମ୍ବରମ୍‌ ଓ ବିଶିଷ୍ଟ ଟେଲିଭିଜନ ଉପସ୍ଥାପିକା ବର୍ଖା ଦତ୍ତ ଯୋଗ ଦେବେ। ଦୁହେଁ ‘୨୦୧୯ ନିର୍ବାଚନ କାଉଣ୍ଟଡାଉନ୍‌ : ଆସନ୍ତା ନିର୍ବାଚନରେ ଅର୍ଥନୀତି ଭାଙ୍ଗିବା କିମ୍ବା ଯୋଡ଼ିବ’ ଉପରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ। ପରବର୍ତୀ ଅଧିବେଶନରେ ବିଶିଷ୍ଟ ବଲିଉଡ୍‌ ଅଭିନେତ୍ରୀ ନନ୍ଦିତା ଦାସ ଓ ରସିକା ଦୁଗଲଙ୍କ ସହି ତନୟା ପଟ୍ଟନାୟକ, ପରେ ଲିବରେସନ୍‌ ଥ୍ରୁ ସୀତା : ଭୋଲଗା, ଅନିତା ରତ୍ନମ୍‌ ଓ ସହିଂତା ଆର୍ଣ୍ଣିଙ୍କ ସହିତ ଜୟଶ୍ରୀ ମିଶ୍ର ତ୍ରିପାଠୀ ଆଲୋଚନା କରିବେ।

ଅପରାହ୍‌ଣରେ କ୍ଷୁଦ୍ର ଫିଲ୍ମ ପ୍ରଦର୍ଶିତ ହେବ। ପରେ ରବି ସୁବ୍ରମଣ୍ୟମ ଓ ଅର୍ଣ୍ଣବ ରାୟ ଯାଜ୍ଞେଶନୀ ଚକ୍ରବର୍ତ୍ତୀଙ୍କ ସହିତ ମନ୍ଦିର ରୋମାଞ୍ଚ ଓ ମହାଭାରତ ହତ୍ୟା ଉପରେ ଆଲୋଚନା କରିବେ। ପରେ ବିଶିଷ୍ଟ କଥାକାର ଡ.ରାମଚନ୍ଦ୍ର ବେହେରା ଓ ଗୌରହରି ଦାସ ଯତୀନ୍ଦ୍ର ନାୟକଙ୍କ ସହିତ ଓଡ଼ିଆ ସାହିତ୍ୟରେ କ୍ଷୁଦ୍ର ଗଳ୍ପର ଉପସ୍ଥିତିକୁ ନେଇ ଆଲୋଚନା ରଖିବେ। ଶେଷ ଅଧିବେଶନରେ ଟେଲିଭିଜନ୍‌ରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମତ ରଖୁଥିବା ଜଣାଶୁଣା ବ୍ୟକ୍ତତ୍ୱଙ୍କୁ ନେଇ ଆଲୋଚନା ହେବ। ଏଥିରେ ବିଜେଡି ନେତା ପିନାକୀ ମିଶ୍ର, ବିଜେପିର ସମ୍ବିତ ପାତ୍ର, କଂଗ୍ରେସର ମନୀଷ ତିଓ୍ଵାରି, ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଓ ବର୍ଖା ଦତ୍ତଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe