ଖଡ଼ିଆଳ: ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଶିକ୍ଷୟତ୍ରୀ ବହିଷ୍କୃତ

Advertisment
ଖଡ଼ିଆଳ: ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଶିକ୍ଷୟତ୍ରୀ ବହିଷ୍କୃତ

ଖଡ଼ିଆଳ: ବିଇଡି ଜାଲ୍ ସାର୍ଟିଫିକେଟ ଦେଇ କାମ କରୁଥିବା ଅଭିଯୋଗରେ ନୂଆପଡ଼ା ଜିଲ୍ଲାର ଜଣେ ଶିକ୍ଷୟିତ୍ରୀ ଚାକିରିରୁ ବହିଷ୍କୃତ ହୋଇଥିବାର ଖବର ମିଳିଛି। ବହିଷ୍କୃତ ଶିକ୍ଷୟିତ୍ରୀ ଖଡ଼ିଆଳ ବ୍ଳକ କୁଶମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣାଯାଇଛି।

ଗତ ୨୦୧୮ ମସିହାରୁ ଜ୍ୟୋତିରେଖା ଦାସ କୁଶମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷୟତ୍ରୀ ଭାବରେ କାମ କରି ଆସୁଥିଲେ । ଚାକିରି ସମୟରେ ଜ୍ୟୋତିରେଖା ମହୀଶୂର ବିଶ୍ବବିଦ୍ୟାଳୟର ବିଇଡି ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ । ଶିକ୍ଷା ବିଭାଗ ତଥା ଜିଲ୍ଲାପାଳଙ୍କ ତଦନ୍ତ ପରେ ଏହି ସାର୍ଟିଫିକେଟଟି ଜାଲ ବୋଲି ଜଣାପଡ଼ିଥିଲା।

ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଭୋଇ ଶିକ୍ଷୟତ୍ରୀ ଜ୍ୟୋତିରେଖା ଦାସଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ଏହି ଭଳି ନୂଆପଡ଼ା ଜିଲ୍ଲାରେ ଶହ ଶହ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଜାଲ ସାର୍ଟିଫିକେଟ ଘୂରିବୁଲୁଛି । ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe