ଉପନ୍ୟାସ ‘ଧନ୍ୟା’ ଲୋକାର୍ପିତ

Advertisment
ଉପନ୍ୟାସ ‘ଧନ୍ୟା’ ଲୋକାର୍ପିତ

ଭୁବନେଶ୍ୱର: ପ୍ରଫେସର୍‌ ବାଣୀ ମହାନ୍ତିଙ୍କ ଉପନ୍ୟାସ ପୁସ୍ତକ ‘ଧନ୍ୟା’ ଉତ୍କଳ ବିଶ୍ବବିଦ୍ୟାଳୟ ଦୂରନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଲୋକାର୍ପିତ ହୋଇଯାଇଛି। ନବକୃଷ୍ଣ ଚୌଧୁରୀ ଗବେଷଣା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସୁରେନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଦୂରନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟର ପୂର୍ବତନ ନିର୍ଦ୍ଦେଶକ ଡ. ସୁସ୍ମିତ ପାଣି, ‘ଅଭିନନ୍ଦନିକା’ ପୁରୀର ସଂପାଦକ ଶ୍ୟାମ ପ୍ରକାଶ ସେନାପତି, ‘ଆଶ୍ରୟ’ର ପ୍ରତିଷ୍ଠାତା ସଂପାଦକ ଲୋକନାଥ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟ ପିଜି କାଉନ୍‌ସିଲ୍‌ର ଅଧ୍ୟକ୍ଷ ଦୁର୍ଗାଶଙ୍କର ପଟ୍ଟନାୟକ, ଡ. ସୁଜିତ ଆଚାର୍ଯ୍ୟଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଲେଖକ ଉପସ୍ଥିତ ଥିଲେ। ଏସ୍‌ବିଆଇର ପୂର୍ବତନ ବରିଷ୍ଠ ଅଧିକାରୀ କିଶୋର କୁମାର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe