ପାନ୍‌ କାର୍ଡର ଅପବ୍ୟବହାର କରୁଥିଲା ସାଇବର୍‌ ଠକ

Advertisment

ଜମା କରୁଥିଲା କୋଟି କୋଟି ଟଙ୍କା, ଫାଙ୍କୁଥିଲା ଟ୍ୟାକ୍ସ

ଜମା କରୁଥିଲା କୋଟି କୋଟି ଟଙ୍କା, ଫାଙ୍କୁଥିଲା ଟ୍ୟାକ୍ସ

ପାନ୍‌ କାର୍ଡର ଅପବ୍ୟବହାର କରୁଥିଲା ସାଇବର୍‌ ଠକ

Daily Excelsior

ସମ୍ବଲପୁର: ସମ୍ବଲପୁର ସଦର ଥାନା କୁଲୁଥକାନୀର ଅଚୁତାନନ୍ଦ ବଢ଼ାଇ(୩୧)ଙ୍କର ପାନ୍‌ କାର୍ଡକୁ ଜଣେ ସାଇବର୍‌ ଠକ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ଶ୍ରୀ ବଢ଼ାଇ ଶୁକ୍ରବାର ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଜଣେ ସାଇବର୍‌ ଠକ ନାଗପୁର ନିର୍ମଲ ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କରେ ଖୋଲିଥିବା ଖାତାକୁ ତାଙ୍କ ପାନ କାର୍ଡ ବ୍ୟବହାର କରି ରାଉରକୋଲା ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କକୁ ଟ୍ରାନ୍ସଫର୍‌ କରିଥିଲା। ଆକାଉଣ୍ଟଟି ଷ୍ଟାର୍‌ ଏଣ୍ଟରପ୍ରାଇଜେସ୍‌ ନାଁରେ ରହିଛି।

ଏହାପରେ ସାଇବର୍‌ ଠକ ଜଣକ ଉକ୍ତ ଆକାଉଣ୍ଟରେ ୨୦୧୭-୧୮ ଆର୍ଥିକ ବର୍ଷରେ ୧୩,୭୬,୦୨,୭୩୪ ଟଙ୍କା ଜମା କରିଥିଲା। କିନ୍ତୁ କିଛି ରିଟର୍ଣ୍ଣ ଟ୍ୟାକ୍ସ ଦେଇ ନଥିଲା। ତେବେ ୪ ମାସ ହେଲା ଶ୍ରୀ ବଢ଼ାଇଙ୍କୁ ଆୟକର ବିଭାଗ ପକ୍ଷରୁ ଟ୍ୟାକ୍ସ ଡିପୋଜିଟ୍‌ ପାଇଁ ମେସେଜ୍‌ ଆସୁଥିଲା। ନିକଟରେ କର ପୈଠ କରିବାକୁ ତାଙ୍କ ପାଖକୁ ଆୟକର ବିଭାଗ ପକ୍ଷରୁ ଏକ ଚିଠି ଆସିଲା। ସେ ବ୍ୟାଙ୍କ ଯାଇ ଯାଞ୍ଚ କରିବା ପରେ ତାଙ୍କ ପାନ୍‌କାର୍ଡର ଅପବ୍ୟବହାର ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ସାଇବର୍‌ ଥାନାର ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe