ବାଲେଶ୍ବରରୁ ଭୁବନେଶ୍ବରକୁ ଗଡ଼ିଲା ପ୍ରଥମ ମେମୁ ଟ୍ରେନ୍, ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ

Advertisment
ବାଲେଶ୍ବରରୁ ଭୁବନେଶ୍ବରକୁ ଗଡ଼ିଲା ପ୍ରଥମ ମେମୁ ଟ୍ରେନ୍, ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ

odisha bytes

ବାଲେଶ୍ବର: ବାଲେଶ୍ବରରୁ ଭୁବନେଶ୍ବରକୁ ପ୍ରଥମ ମେମୁ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ବାଲେଶ୍ବର ରେଳ ଷ୍ଟେସନରେ ପତାକା ଦେଖାଇ ଏହାର ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବି ଉପସ୍ଥିତ ଥିଲେ।
ମୋଦୀ ସରକାରଙ୍କ ସମୟରେ ବାଲେଶ୍ବର ଜିଲ୍ଲାରେ ରେଳବାଇ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ଏହା ମଧ୍ୟରେ ଅନେକ କାମ ଆରମ୍ଭ ହୋଇ ସାରିଛି। ଆଗକୁ ଆହୁରି ବହୁ କାମ ହେବାର ଅଛି। ଏହି ଆଧାରରେ ୭ ତାରିଖରେ ବାଲେଶ୍ବରରୁ ଭୁବନେଶ୍ବରକୁ ପ୍ରଥମ ମେମୁ ଟ୍ରେନ୍ ଚଳାଚଳ କରିଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିବେ ବୋଲି ବୁଧବାର ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଥିଲେ।
ରେଳମନ୍ତ୍ରୀ ବାଲେଶ୍ବର ରେଳ ଷ୍ଟେସନରୁ ମଧ୍ୟାହ୍ନ ୧୨ଟା ୩୦ରେ ବାଲେଶ୍ବର-ଭୁବନେଶ୍ୱର ମେମୁ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଅପରାହ୍ନ ୧ଟା ୩୦ରେ ନୀଳଗିରି ରେଳଷ୍ଟେସନର ଶିଳାନ୍ୟାସ, ୩ଟା ୧୫ରେ ରେମୁଣା କ୍ଷୀରଚୋରା ଗୋପୀନାଥଙ୍କୁ ରେଳମନ୍ତ୍ରୀ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ୩ଟା ୪୫ରେ ଭଦ୍ରକ-ଖଡ଼ଗପୁର ମଧ୍ୟରେ ତୃତୀୟ ଟ୍ରେନ୍ ଲାଇନ କାର୍ଯ୍ୟ ଅଧିନରେ ଥିବା ବସ୍ତା ଷ୍ଟେସନ ଗୃହର ଶୁଭ ଉଦଘାଟନ ଏବଂ ୪ଟା ୫୦ରେ ଜଳେଶ୍ବରଠାରେ ପ୍ରସ୍ତାବିତ ନୂଆଷ୍ଟେସନ ଗୃହର ରେଳମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe