ରାତି ପାହିଲେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ: ବିଭିନ୍ନ ସ୍ଥାନରୁ ଆସିଲା ଭୋଟ୍‌ ପାଇଁ ନୋଟ୍ ବଣ୍ଟାର ଖବର

Advertisment
ରାତି ପାହିଲେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ: ବିଭିନ୍ନ ସ୍ଥାନରୁ ଆସିଲା ଭୋଟ୍‌ ପାଇଁ ନୋଟ୍ ବଣ୍ଟାର ଖବର

ଭୁବନେଶ୍ବର: ଆଉ କେଇ ଘଂଟା ପରେ ରାଜ୍ୟରେ ପଡ଼ିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ। କିନ୍ତୁ ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଟଙ୍କା ବଂଟାର ଖବର। ବର୍ତ୍ତମାନ ତିନୋଟି ସ୍ଥାନରେ ଏଭଳି ଦେଖିବାକୁ ମିଳୁଛି। ଗୋଟିଏ ପଟେ ଘଷିପୁରା ନିର୍ବାଚନ ମଣ୍ଡଳୀର ଦୃଶ୍ୟ। ଟେବୁଲ ଉପରେ ରଖାଯାଇଛି ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍। ଟଙ୍କା ସହ ପୋଷ୍ଟର ଜବତ ହୋଇଛି। ଘଟଣାରେ ବିଜେଡି ନେତା ପ୍ରଦୀପ କୁମାର ସାହୁ ଓରଫ ଟୁଲୁ ସାହୁଙ୍କୁ ରାମଚନ୍ଦ୍ର ପୁଲିସ ଅଟକ ରଖିଥିଲା। ତାଙ୍କ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ ହୋଇଛି। ପ୍ରାୟ ୫ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।

ତେବେ ଟଙ୍କା ବାବଦରେ ପଚାରଉଚରା ପରେ ପୁଲିସ ଛାଡି ଦେଇଥିବା ଜଣାପଡିଛି। ସେହିପରି କଟକରୁ ମଧ୍ୟ ଟଙ୍କା ବଂଟାର ଦୃଶ୍ୟ ସାମ୍ନାକୁ ଆସିଛି। କଟକ ତୁଳସୀପୁର ବଙ୍ଗାଳୀ ସାହିର ଜଣେ ମିସନ ଶକ୍ତି ଗ୍ରୁପ୍ ମହିଳା ଓ କିଛି ସହଯୋଗୀ ଟଙ୍କା ବାଂଟିବାର ଭିଡିଓ ଭାଇରାଲ ହୋଇଛି। ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହି ଟଙ୍କା ବାଂଟୁଛନ୍ତି ମହିଳା। ସେପଟେ ଭୋଟ ପୂର୍ବରୁ ଅନ୍ଧାରିବିଜେ। ତୃତୀୟ ପର୍ଯ୍ୟାୟ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଟଙ୍କା ବାଂଟି ଧରାପଡିଲେ ମିସନ ଶକ୍ତି ମହିଳା। ପୁରୀ କଣାସ ବ୍ଲକ ପାଣ୍ଡିଆକେରା ଗ୍ରାମପଂଚାୟତ ଘରଛୁଆରେ ପଇସା ବାଂଟିବା ସମୟରେ ମିସନ ଶକ୍ତି ମହିଳା ଜଣକ ଧରାପଡ଼ିଛନ୍ତି। କାଗଜ ପ୍ୟାକେଟରେ ଟଙ୍କା ଭର୍ତି କରି ବାଂଟୁଥିବା ବେଳେ ଗ୍ରାମବାସୀ ମହିଳାଙ୍କୁ ଅଟକ ରଖିବା ସହ ଟଙ୍କା ପ୍ୟାକେଟକୁ ଜବତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe