କଟକରେ ବଦଳିଲେ ୧୦ ଥାନାବାବୁ; ସକାଳେ ୧୧ଜଣଙ୍କ ତାଲିକା ଥିଲା, ସନ୍ଧ୍ୟାରେ ୧୦ ହୋଇଗଲା

Advertisment
କଟକରେ ବଦଳିଲେ ୧୦ ଥାନାବାବୁ; ସକାଳେ ୧୧ଜଣଙ୍କ ତାଲିକା ଥିଲା, ସନ୍ଧ୍ୟାରେ ୧୦ ହୋଇଗଲା

image source: odishanewstune.com

କଟକ: କଟକ ଜିଲ୍ଲାରେ ବଦଳିଛନ୍ତି ୧୧ଟି ଥାନାର ଥାନାବାବୁ। ସକାଳେ ୧୧ଜଣଙ୍କ ବଦଳି ତାଲିକା ପ୍ରକାଶ ପାଇଥିବାବେଳେ ସଂଧ୍ୟାରେ ସେଥିରୁ ନିଆଳି ଥାନା ଅଧିକାରୀରଙ୍କ ବଦଳି ଆଦେଶକୁ ରଦ୍ଦ କରାଯାଇଛି। ସେମାନେ ଯେଉଁ ଥାନାରେ ଥିଲେ ସେହି ଥାନାରେ ରହିବେ ଓ ନେମାଳ ଥାନା ଅଧିକାରୀଙ୍କୁ ମାହାଙ୍ଗା ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିବା ସଂପର୍କରେ ପୁଣି ଏସ୍‌ପିଙ୍କ କାର୍ଯ୍ୟାଳୟରୁ ସଂପୃକ୍ତ ଏସ୍‌ଡିପିଓମାନଙ୍କୁ ଚିଠି କରାଯାଇଛି। କ’ଣ ପାଇଁ ନିର୍ଦ୍ଦିଷ୍ଟ ଭାବେ ନିଆଳି ଥାନା ଅଧିକାରୀଙ୍କ ବଦଳିକୁ ରଦ୍ଦ କରାଗଲା ଓ ନେମାଳ ଥାନା ଅଧିକାରୀଙ୍କୁ ମାହାଙ୍ଗା ଥାନା ଦାୟିତ୍ବ ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଲାଣି।

କଟକ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଥିବା ଡିସିଆର୍‌ବି ଇନ୍ସପେକ୍ଟର ବିଜୟ ସାହୁଙ୍କୁ ଓଲଟପୁର ଥାନା ଅଧିକାରୀ, ଓଲଟପୁର ଥାନା ଅଧିକାରୀ ଚିନ୍ମୟୀ ସାହୁଙ୍କୁ ନିଶ୍ଚିନ୍ତକୋଇଲି, ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡ଼ାଙ୍କୁ ଆଠଗଡ଼, ନିଆଳି ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କୁ ମାହାଙ୍ଗା ଥାନା ଅଧିକାରୀ, ମାହାଙ୍ଗା ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନଙ୍କୁ ଗୁରୁଡ଼ିଝାଟିଆ, ଏସ୍‌ପିଙ୍କ କାର୍ଯ୍ୟାଳୟରେ ଥିବା ନିରଞ୍ଜନ ଦାସଙ୍କୁ ବଡ଼ମ୍ବା ଥାନା ଅଧିକାରୀ, ବଡ଼ମ୍ବା ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କାଙ୍କୁ ଡିସିଆର୍‌ବି, ଅଲେଖ ଗରଡ଼ିଆଙ୍କୁ ନରସିଂହପୁର, ଏମ୍‌.କେ. ସେନାପତିଙ୍କୁ ସାଲେପୁର ଥାନା ଅଧିକାରୀ ଭାବେ ବଦଳି କରାଯାଇଥିବା ନେଇ ଏସ୍‌ପିଙ୍କ କାର୍ଯ୍ୟାଳୟ ସୂତ୍ରରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଚିଠି (ନମ୍ବର-୧୩୨୨, ୨୭ ମେ’ ୨୦୨୧)ରେ ଏସ୍‌ଡିପିଓ ସାଲେପୁର ଓ ସଦରଙ୍କୁ ସ୍ବତନ୍ତ୍ର ମେ‌ସେଜ ମାଧ୍ୟମରେ ବଦଳି ତାଲିକାରେ ପରିବର୍ତ୍ତନ ସଂପର୍କରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe