ବାଲିଗୁଡ଼ାରୁ ଭୁବନେଶ୍ୱର ବାଇକରେ ଗଞ୍ଜେଇ ଚାଲାଣ,୨ ଗିରଫ 

Advertisment
ବାଲିଗୁଡ଼ାରୁ ଭୁବନେଶ୍ୱର ବାଇକରେ ଗଞ୍ଜେଇ ଚାଲାଣ,୨ ଗିରଫ 

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଗଣ୍ଡିଶୁଳା ଛକ ଠାରେ ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ ବାଇକ୍ ସହ ଗଞ୍ଜେଇ ଜବତ କରିଛି। ଏଥି ସହ ଚାଲାଣ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୨୦ କେଜି ୬୩୦ ଗ୍ରାମ ଜବତ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ଏସଆଇ ଲିତରାଣୀ ପରିଡ଼ା ଆଜି ସନ୍ଧ୍ୟାରେ ପେଟ୍ର ଲିଂ କରୁଥିବା ସମୟରେ ଗୋଟିଏ ବାଇକରେ ୨ ଜଣ ବସ୍ତା ନେଇ ଯାଉଥିବା ଦେଖି ଅଟକାଇଥିଲେ। ଯାଞ୍ଚ୍ ପରେ ତାଙ୍କ ପାଖରେ ଗଞ୍ଜେଇ ଥିବା ଜାଣିବା ପରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଜବତ କରିଥିଲେ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ ଭୁବନେଶ୍ୱର ଚାଲାଣ କରୁଥିବା ପୁଲିସ କହିଛି। ଚାଲାଣ କରିଥିବା ଅଭିଯୋଗରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଗ୍ରାମର ମନୋଜ ସାହୁ(୩୬) ଏବଂ ଖୋର୍ଦ୍ଧା ଜିଲ୍ଲା ରତନପୁର ପାଟନାର ମନୋଜ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ମନସ୍ଵିନୀ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe