ବାହୁଡ଼ାଯାତ୍ରାରେ ଅଘଟଣ: ବିଦ୍ୟୁତପୋଲରେ ଧକ୍କା ହେଲା ରଥ; ଖସି ପଡ଼ିଲେ ଦୁଇ ସେବାୟତ

Advertisment
ବାହୁଡ଼ାଯାତ୍ରାରେ ଅଘଟଣ: ବିଦ୍ୟୁତପୋଲରେ ଧକ୍କା ହେଲା ରଥ; ଖସି ପଡ଼ିଲେ ଦୁଇ ସେବାୟତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଆଜି ପବିତ୍ର ବାହୁଡ଼ାଯାତ୍ରା ସମୟରେ ଘଟିଛି ଅଘଟଣ। ରଥ ଟଣାଯିବା ସମୟରେ ରଥ ଏକ ବିଦ୍ୟୁତ ପୋଲକୁ ଧକ୍କା ଦେବାରୁ ଦୁଇ ଜଣ ଦଇତାପତି ତଳକୁ ଖସି ପଡ଼ିଛନ୍ତି। ସେମାନେ ହେଲେ ପ୍ରଦୀପ ସାହୁ ଓ ନୀଳକଣ୍ଠ ମହାପାତ୍ର। ସେଥି ମଧ୍ୟରୁ ଦଇତାପତି ପ୍ରଦୀପ ସାହୁ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ଆହତ ଦୁଇ ଦଇତାପତି ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ପ୍ରଦୀପ ସାହୁଙ୍କ ମୁଣ୍ଡ ଫାଟି ଥିବାରୁ ମୁଣ୍ଡରେ ସିଲାଇ ପଡିଛି।

publive-image

ସୂଚନା ଅନୁଯାୟୀ ଆଜି ଯଥାରୀତି ପୂଜାର୍ଚ୍ଚନା ପରେ ଡାବୁଗାଁ ନୂଆଗୁଡା ସ୍ଥିତ ମାଉସୀ ମା ମନ୍ଦିରରୁ ମୁଖ୍ୟ ପୂଜକ ନବୀନ ପାଢ଼ୀଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା। ଅପରାହ୍ନ ୪ ଘଣ୍ଟ ସମୟରେ ରଥ ଟଣା ଯାଇଥିଲା। ତେବେ ରଥ ଅଧା ବାଟରେ ଥିବା ସମୟରେ ପ୍ରବଳ ବର୍ଷା ହୋଇଥିଲା। ଯଥାଶୀଘ୍ର ଜଗନ୍ନାଥ ମନ୍ଦିର ପହଞ୍ଚାଇବାକୁ ଶ୍ରଦ୍ଧାଳୁ ଭକ୍ତମାନେ ଅନିୟନ୍ତ୍ରିତ ହୋଇ ରଥ ଟାଣି ଥିଲେ। ଭକ୍ତ ପୁଲିସ ନିୟନ୍ତ୍ରଣ ବାହାରେ ଥିବାରୁ ଜଗନ୍ନାଥ ମନ୍ଦିର ଠାରୁ ମାତ୍ର ଅଳ୍ପ ଦୂରରେ ଥିବା ବିଦ୍ୟୁତ ପୋଲ ସହ ରଥ ଧକ୍କା ହୋଇଥିଲା। ଏଥିରେ ରଥ ଉପରେ ଥିବା ଦୁଇ ଦଇତାପତି ପ୍ରଦୀପ ସାହୁ ଓ ନୀଳକଣ୍ଠ ମହାପାତ୍ର ରଥ ତଳେ ପଡ଼ି ଯାଇଥିଲେ। ତେବେ ଡାବୁଗାଁ ରଥଟଣା ଇତିହାସରେ ପ୍ରଥମ ଥର ଏଭଳି ଅଘଟଣ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe