କାଜାକସ୍ତାନରେ ଏହି ଦୁଇ ଓଡ଼ିଆ କ୍ରୀଡ଼ାବିଦ୍‌ ହେଲେ ଆଇରନ୍‌ମ୍ୟାନ୍‌, ଜାଣନ୍ତୁ କେମିତି ଥିଲା ଅଭିଯାନ

Advertisment

କାଜାଖସ୍ତାନସ୍ଥିତ ଭାରତୀୟ ଦୂତାବାସରେ ଭାରତୀୟ ଆଇରନମ୍ୟାନଙ୍କୁ ସମ୍ବର୍ଦ୍ଧନା

କାଜାଖସ୍ତାନସ୍ଥିତ ଭାରତୀୟ ଦୂତାବାସରେ ଭାରତୀୟ ଆଇରନମ୍ୟାନଙ୍କୁ ସମ୍ବର୍ଦ୍ଧନା

କାଜାକସ୍ତାନରେ ଏହି ଦୁଇ ଓଡ଼ିଆ କ୍ରୀଡ଼ାବିଦ୍‌ ହେଲେ ଆଇରନ୍‌ମ୍ୟାନ୍‌, ଜାଣନ୍ତୁ କେମିତି ଥିଲା ଅଭିଯାନ

ଭୁବନେଶ୍ବର: ସୌଭାଗ୍ୟ କୁମାର ରଥ(୩୩) ଏବଂ ବିଜୟ କୁମାର ଦାସ(୪୮) ସଫଳତାର ସହ ଆଇରନମ୍ୟାନ ହେଇଛନ୍ତି। ଅଗଷ୍ଟ ୧୪ ତାରିଖରେ କାଜାକସ୍ତାନର ରାଜଧାନୀ ଅସ୍ତାନା (ନୂର୍ ସୁଲତାନ)ଠାରେ ଅନୁଷ୍ଠିତ ଆଇରନ ମ୍ୟାନ ଟ୍ରାଇଥଲନ ପ୍ରତିଯୋଗିତାରେ ସୌଭାଗ୍ୟ ଦ୍ଵିତୀୟ ଥର ପାଇଁ ଆଇରନ୍‌ମ୍ୟାନ ହୋଇଛନ୍ତି। ସେ ମୋଟ ୩.୮କିମି ସନ୍ତରଣ, ୧୮୦କିମି ସାଇକେଲ ଚାଳନା ଏବଂ ୪୨.୨କିମି କୁ ସର୍ବମୋଟ ୧୫ ଘଣ୍ଟା ୫୩ ମିନିଟ ୫୮ ସେକେଣ୍ଡରେ ସମ୍ପନ୍ନ କରିଥବା ବେଳେ ପ୍ରଥମ ଓଡ଼ିଆ ଭାବରେ ଦୁଇଟି ମହାଦେଶର ଆଇରନମ୍ୟାନ ହେଇଛନ୍ତି। ପୂର୍ବରୁ ୨୦୧୯ରେ ସୌଭାଗ୍ୟ ଜର୍ମାନୀର ହାମବର୍ଗ ସହରରେ ଆଇରନମ୍ୟାନ ହୋଇଥିଲେ।

ଅନ୍ୟପକ୍ଷରେ ବିଜୟ ପ୍ରଥମ ଥର ପାଇଁ ଆଇରନମ୍ୟାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସମାନ ଦୂରତ୍ଵକୁ ୧୩ ଘଣ୍ଟା ୫୨ ମିନିଟ ୦୮ ସେକେଣ୍ଡରେ ଶେଷ କରି ନିଜର କ୍ରୀଡା ନୈପୁଣ୍ୟର ପରିଚୟ ଦେଇଛନ୍ତି। ସୌଭାଗ୍ୟ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ପ୍ରସାରଣ ନିଷ୍ପାଦକ ଭାବେ କାର୍ଯ୍ୟରତ ଥିବା ବେଳେ ବିଜୟ ଭାରତ ଭାରୀ ବୈଦ୍ୟୁତିକ ଉଦ୍ୟୋଗରେ ସହକାରୀ ନିର୍ଦ୍ଦେଶକର ଦାୟିତ୍ଵ ନିର୍ବାହ କରୁଛନ୍ତି।

publive-image

ଆଜି ୭୬ତମ ସ୍ବାଧିନତା ଦିବସ ପାଳନ ଅବସରରେ କାଜାକସ୍ତାନ ଠାରେ ଥିବା ଭାରତୀୟ ଦୂତାବାସ ଠାରେ ସମସ୍ତ ଭାରତୀୟ ଆଇରନମ୍ୟାନ ଖେଳାଳିଙ୍କୁ ଭାରତୀୟ ଉଚ୍ଚ ଆୟୁକ୍ତ ଶୁଭଦର୍ଶିନୀ ତ୍ରିପାଠୀଙ୍କ ଦ୍ଵାରା ପ୍ରଶଂସିତ ଏବଂ ସମ୍ବର୍ଦ୍ଧିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe