ପାଇପ୍‌ ଚୋରି ବେଳେ ଧରିଲେ ଗ୍ରାମବାସୀ, ଦୁଇଜଣଙ୍କୁ ପୁଲିସ ​ଜିମା ଦେଲେ

Advertisment
ପାଇପ୍‌ ଚୋରି ବେଳେ ଧରିଲେ ଗ୍ରାମବାସୀ, ଦୁଇଜଣଙ୍କୁ ପୁଲିସ ​ଜିମା ଦେଲେ

ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ନମଟିକିରି ଗ୍ରାମରେ ପାଇପ୍‌ ଚୋରି ହେଉଥିବା ସମୟରେ ଗ୍ରାମବାସୀ ଧରିଛନ୍ତି। ପାଇପ୍‌ ବୋଝେଇ ହେଉଥିବା ଟ୍ରକ୍‌କୁ ଅଟକ ରଖିବା ସହ ଦୁଇଜଣଙ୍କୁ ଧରି ଥାନା ଜିମା ଦେଇଛନ୍ତି।

ନମଟିକିରି ଗ୍ରାମରେ ଏକ ମେଗା ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ସେଠାରେ ଅନେକ ପାଇପ ଗଦା ହୋଇ ପଡ଼ିରହିଛି। ଆଜି ସେଥିରୁ ଲକ୍ଷାଧିକ ଟଙ୍କାର ପାଇପ୍‌ ଏକ ଟ୍ରକ (ସିଜି୦୪ ଏନଏଚ ୪୧୩୯) ରେ ବୋଝେଇ ହେଉଥିଲା। ଗ୍ରାମବାସୀ ଏହା ଦେଖି ପାଇପ ବୋଝେଇ ଟ୍ରକ୍‌ରେ ଥିବା ଦୁଇଜଣଙ୍କୁ ପଚରାଉଚରା କରିଥିଲେ।

ସନ୍ଦେହ ହେବାରୁ ପାଇପ ପକାଇଥିବା କମ୍ପାନି କର୍ତ୍ତୃପକ୍ଷଙ୍କୁ ଫୋନ୍ କରି ବୁଝିଥିଲେ। କମ୍ପାନି କର୍ମକର୍ତ୍ତା ଗାଡ଼ି ତାଙ୍କର ନୁହେଁ ବୋଲି କହିବାରୁ ଗ୍ରାମବାସୀ ସେମାନଙ୍କୁ ଅଟକ ରଖି ପାଣିକୋଇଲି ପୁଲିସ ଓ ଜଳ ପ୍ରକଳ୍ପ ଅଧିକାରୀଙ୍କୁ ଖବର ଦେଇଥିଲେ। ସଙ୍ଗେସଙ୍ଗେ ପାଣିକୋଇଲି ପୁଲିସ ପହଞ୍ଚି ପାଇପ ବୋଝେଇ ଟ୍ରକ ସହ ଦୁଇଜଣଙ୍କୁ ଥାନାକୁ ନେଇଯାଇଥିଲେ। ଏନେଇ ପାଣିକୋଇଲି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ପୁଲିସର ପ୍ରାଥମିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe