ମୟୂରଭଞ୍ଜରେ ସରକାରୀ ଭାବେ ଦୁଇ ଶହ ଟପିଲା କରୋନା ମୃତକଙ୍କ ସଂଖ୍ୟା

Advertisment

ଗୋଟିଏ ଦିନରେ ୭ ଜୀବନ ନେଲା ମହାମାରୀ, ୧୦ ଦିନ ଧରି କ୍ରମାଗତ ଭାବେ ତିନି ଅଙ୍କ ତଳେ ସଂକ୍ରମଣ

ଗୋଟିଏ ଦିନରେ ୭ ଜୀବନ ନେଲା ମହାମାରୀ, ୧୦ ଦିନ ଧରି କ୍ରମାଗତ ଭାବେ ତିନି ଅଙ୍କ ତଳେ ସଂକ୍ରମଣ

ଗୋଳାବାରୁଦ କାରଖାନାରେ ବଢୁଛି କରୋନା ସଂକ୍ରମଣ

FosterFollyNews.com

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ସରକାରୀ ଭାବେ ଦୁଇ ଶହ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି କେବଳ ଗୋଟିଏ ଦିନରେ ୭ ଜୀବନ ନେଇଛି ମହାମାରୀ। ଏହାକୁ ମିଶାଇ ଆଜି ସୁଦ୍ଧା ଜିଲ୍ଲାରୁ ସରକାରୀ ଭାବେ ସଂକ୍ରମିତଙ୍କ ମଧ୍ୟରୁ ୦.୫୧ ପ୍ରତିଶତ ହାରରେ ମୋଟ ୨୦୦ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ। ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ଚଳିତ ମାସ ୧୫ ରୁ ୧୦ ଦିନ ଧରି କ୍ରମାଗତ ଭାବେ ଜିଲ୍ଲାରେ କୋଭିଡ଼ ସଂକ୍ରମଣ ତିନି ଅଙ୍କ ତଳକୁ ହ୍ରାସ ପାଇଛି। ଏହି ସମୟରେ ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୧,୮୬୪ କରୋନା ସଂକ୍ରମିତ ମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୯୯ ଦିନର ବ୍ୟବଧାନ ପରେ ପ୍ରଥମଥର ସର୍ବନିମ୍ନ ୫୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୮,୨୫୮ରେ ପହଁଞ୍ଚିଛି।

ଏଥି ସହିତ ଜୁଲାଇ ୨୩ ପର୍ଯ୍ୟନ୍ତ ଜିଲ୍ଲାରୁ ୯୭.୫୪ ପ୍ରତିଶତ ହାରରେ ୩୭,୩୩୯ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଜୁଲାଇ ୨୪ ପୂର୍ବାହ୍ନ ସୁଦ୍ଧା ୨.୧୨ ପ୍ରତିଶତ ହାରରେ ୭୧୬ ଜଣ ସକ୍ରିୟ ଅଛନ୍ତି। ଆଜି ଜିଲ୍ଲାରୁ ୪୫, ୫୬, ୬୦, ୬୫ ବର୍ଷର ୪ ପୁରୁଷ ଓ ୫୫, ୬୧, ୭୦ ବର୍ଷିୟା ମହିଳାଙ୍କୁ ମିଶାଇ ୭ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। କେବଳ ଚଳିତ ମାସର ୨୪ ଦିନ ମଧ୍ୟରେ ୨,୭୩୦ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୨ ଜଣଙ୍କର ମୃତ୍ୟୁ ହୋଇଛି। ୨୩ ଦିନରେ ୩,୪୧୮ ଜଣ ସୁସ୍ଥ ହୋଇ ଫରିଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe