ଉଦୟଗିରି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍‌ ସୋ’ ଖୁବ୍‌ଶୀଘ୍ର

Advertisment

ସ୍ଥିତି ଯାଞ୍ଚ କଲେ ୩ ବିଭାଗର କର୍ତ୍ତୃପକ୍ଷ

ସ୍ଥିତି ଯାଞ୍ଚ କଲେ ୩ ବିଭାଗର କର୍ତ୍ତୃପକ୍ଷ

ଉଦୟଗିରି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍‌ ସୋ’ ଖୁବ୍‌ଶୀଘ୍ର

Trodly

ଖଣ୍ଡଗିରି: ଉଦୟଗିରି ଲାଇଟ୍ ଆଣ୍ଡ୍ ସାଉଣ୍ଡ ସୋ’ ପ୍ରକଳ୍ପ ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଅନୁମତି ଦେଇଛି। ଅନୁମତି ମିଳିବା ପରେ ଏନେଇ ପ୍ରକ୍ରିୟା ଆଗେଇବା ପାଇଁ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ସଂସ୍ଥା (ଆଇଟିଡିସି) ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ସଂସ୍ଥା (ଓଟିଡିସି) ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଆଜି ଓଟିଡିସି, ଆଇଟିଡିସି ଓ ଏଏସ୍ଆଇର ଅଧିକାରୀମାନେ ସ୍ଥାନ ପରିଦର୍ଶନ ସ୍ଥିତି ଯାଞ୍ଚ କରିଛନ୍ତି। ଉଦୟଗିରି ହାତୀଗୁମ୍ଫା ଓ ରାଣୀଗୁମ୍ଫା ସମ୍ମୁଖରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ।

ତେବେ ଏହାଦ୍ବାରା ଯେପରି ଗୁମ୍ଫାର କୌଣସି କ୍ଷତି ନ ହେବ, ସେଥିପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରିବା ଉପରେ ଗୁରୁତ୍ବ ଦିଆଯାଇଛି। ପରେ ଆଟିଡିସି ପକ୍ଷରୁ ପ୍ରକଳ୍ପ ସଂପର୍କିତ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହାକୁ ଏଏସ୍ଆଇ ତଦାରଖ କରିବା ପରେ କାମ ଆରମ୍ଭ ହେବ। ତେବେ ଅଗଷ୍ଟ ୧୫ ପରେ କାମ ଆରମ୍ଭ ହେବା ନେଇ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe