ପେଗାସସ୍‌ ନିର୍ମାତାକୁ କଳା ତାଲିକାଭୁକ୍ତ କଲା ଆମେରିକା

ପେଗାସସ୍‌ ନିର୍ମାତାକୁ କଳା ତାଲିକାଭୁକ୍ତ କଲା ଆମେରିକା

NewsClick

ୱାସିଂଟନ : ଭାରତ ସମେତ ବିଶ୍ବର ବିଭିନ୍ନ ଦେଶରେ ସରକାରଙ୍କ ଦ୍ବାରା ବିରୋଧୀ ଦଳ ନେତା, ସାମ୍ବାଦିକ, ବ୍ୟବସାୟୀ, ସାମାଜିକ କର୍ମୀ ଆଦିଙ୍କ ବିରୋଧରେ ଗୁଇନ୍ଦାଗିରି ଅଭିଯୋଗରେ ଚର୍ଚ୍ଚରେ ଥିବା ପେଗାସସ୍ ସ୍ପାଏୱେର ନିର୍ମାତା ଇସ୍ରାଏଲୀ କମ୍ପାନି ଏନଏସଓ ଗ୍ରୁପ ବିରୋଧରେ ଆମେରିକା ପ୍ରଶାସନ କଟକଣା ଲଗାଇଛି। ଏନଏସଓ ଗ୍ରୁପ୍ ସହିତ ଅନ୍ୟ ତିନିଟି କମ୍ପାନି ଯଥା ଇସ୍ରାଏଲର କାଣ୍ଡିରୁ, ସିଙ୍ଗାପୁରର କମ୍ପୁଟର ସିକ୍ୟୁରିଟି ଇନିସିଏଟିଭ କନସଲଟାନ୍ସି ପିଟିଇ ଏବଂ ରୁଷ କମ୍ପାନି ପଜିଟିଜ ଟେକ୍ନୋଲୋଜିଜକୁ ମଧ୍ୟ ଆମେରିକା ପ୍ରଶାସନ କଳା ତାଲିକାଭୁକ୍ତ କରିଛି। ତେବେ ଏନଏସଓ ଗ୍ରୁପ୍ ପକ୍ଷରୁ କୁହାଯାଇଛି ଆମେରିକାରେ ସନ୍ତ୍ରାସବାଦ ଏବଂ ଅପରାଧକୁ ରୋକିବାରେ ଉକ୍ତ ପ୍ରଯୁକ୍ତି ସହାୟକ ହୋଇଥାଏ। ତେଣୁ ଆମେରିକା ପ୍ରଶାସନର ଉକ୍ତ ନିଷ୍ପତ୍ତିକୁ ବଦଳାଇବା ପାଇଁ କମ୍ପାନି କହିବ। ଆମେରିକା ସରକାରଙ୍କ ଏଭଳି ନିଷ୍ପତ୍ତି ମଧ୍ୟ ଭାରତ ସରକାରଙ୍କ ଉପରେ ସମାନ ପଦକ୍ଷେପ ପାଇଁ ଚାପ ସୃଷ୍ଟି କରିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe