ଘର କାମରେ ସାହାଯ୍ୟ କରିବା ସହ ସ୍ୱାମୀ ଝଗଡ଼ା କରୁନଥିବାରୁ ଛାଡ଼ପତ୍ର ପାଇଁ ଆବେଦନ କଲା ସ୍ତ୍ରୀ

Advertisment
ଘର କାମରେ ସାହାଯ୍ୟ କରିବା ସହ ସ୍ୱାମୀ ଝଗଡ଼ା କରୁନଥିବାରୁ ଛାଡ଼ପତ୍ର ପାଇଁ ଆବେଦନ କଲା ସ୍ତ୍ରୀ

theweek

ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ରହୁଥିବା ମହିଳା ସ୍ୱାମୀଙ୍କଠାରୁ ଅଲଗା ହେବା ପାଇଁ କୋର୍ଟକୁ ଦେଇଥିବା କାରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ସାଧାରଣତଃ ମହିଳମାନେ ସବୁ କଥା ମାନୁଥିବା ଏବଂ ଘର କାମରେ ସାହାଯ୍ୟ କରୁଥିବା ସ୍ୱାମୀ ଚାହିଁଥାନ୍ତି | କିନ୍ତୁ ସମ୍ଭଲ ଜିଲ୍ଲାରେ ରହୁଥିବା ମହିଳାଙ୍କ ସ୍ୱାମୀଙ୍କ ପାଖରେ ସେ ସବୁ ଗୁଣ ଥାଇ ମଧ୍ୟ ସେ ଅଲଗା ହେବାକୁ ଚାହୁଁଛନ୍ତି | ସ୍ୱାମୀ ଝଗଡା ନ କରି ଭଲ ପାଉଥିବାରୁ ଏବଂ ସବୁ କଥା ମାନୁଥିବାରୁ ବିବାହର ୧୮ମାସ ପରେ ଶରିୟା କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ମହିଳା |

ମହିଳା ଜଣକ ଶରିୟା କୋର୍ଟରେ କହିଛନ୍ତି ଯେ, ସେ ତାଙ୍କ ସ୍ୱାମୀ ଦେଉଥିବା ଅତ୍ୟଧିକ ପ୍ରେମକୁ ହଜମ କରିପାରିବେ ନାହିଁ। ବିବାହର ୧୮ମାସ ମଧ୍ୟରେ ସ୍ୱାମୀ କୌଣସି ଝଗଡା କରିନଥିବାରୁ ମୁଁ ବିରକ୍ତ ହୋଇଯାଇଛି ବୋଲି କହିଛନ୍ତି ମହିଳା |

publive-image indiatoday

ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, "ମୋ ସ୍ୱାମୀ ମୋତେ ରୋଷେଇ କରିବା ଏବଂ ଘର କାମ କରିବାରେ ମଧ୍ୟ ସାହାଯ୍ୟ କରନ୍ତି। ସେ ମୋ ଉପରେ ରାଗନ୍ତି ନାହିଁ କିମ୍ବା କୌଣସି ପ୍ରସଙ୍ଗରେ ମୋତେ ନିରାଶ କରି ନାହାଁନ୍ତି। ଯେତେବେଳେ ବି ମୁଁ ଭୁଲ କରେ, ସେ ମୋତେ ଏଥିପାଇଁ ସର୍ବଦା କ୍ଷମା କରିଦିଅନ୍ତି। ମୁଁ ତାଙ୍କ ସହ ଯୁକ୍ତିତର୍କ କରିବାକୁ ଚାହେଁ, କିନ୍ତୁ ସେ ଚୁପ ରହିଯାଆନ୍ତି। ମୁଁ ଏଭଳି ପରିବେଶରେ ଶ୍ୱାସରୁଦ୍ଧ ଅନୁଭବ କରୁଛି। "

ଛାଡପତ୍ରର କାରଣ ଶୁଣି ଶରିୟା କୋର୍ଟର ଧର୍ମଗୁରୁ ଆଶ୍ଚର୍ଯ୍ୟ ହୋଇଯିବା ସହ ଛାଡପତ୍ର ନେବା ପାଇଁ ଅନ୍ୟ କିଛି କାରଣ ଅଛି କି ବୋଲି ମହିଳାଙ୍କୁ ପଚାରିଥିଲେ | ହେଲେ ମହିଳଜଣଙ୍କ ଅନ୍ୟ କିଛି କାରଣ ନଥିବା କହିବାରୁ ଏହି ନିବେଦନକୁ ତୁଚ୍ଛ ବୋଲି କହି ଶରିୟା କୋର୍ଟର ଧର୍ମଗୁରୁ ଏହାକୁ ଖାରଜ କରିଥିବା ଜଣା ପଡିଛି | ଧର୍ମଗୁରୁ ନିବେଦନ ଉପରେ ନିଷ୍ପତ୍ତି ନେବାକୁ ମନା କରିବା ପରେ ସ୍ଥାନୀୟ ପଞ୍ଚାୟତ ଏହି ମାମଲାର ସମାଧାନ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ସେ ମଧ୍ୟ କିଛି ନିଷ୍ପତି ନେଇ ପାରିନଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe