ଉଠା ଜଳସେଚନ ନିଗମର ପାଣି ପଞ୍ଚାୟତ ପକ୍ଷ

Advertisment
ଉଠା ଜଳସେଚନ ନିଗମର ପାଣି ପଞ୍ଚାୟତ ପକ୍ଷ

ରାଉରକେଲା: ରାଜ୍ୟ ଜଳ ସମ୍ପଦ ବିଭାଗ ଅଧିନସ୍ଥ ଉଠା ଜଳସେଚନ ନିଗମ, ରାଉରକେଲା ପକ୍ଷରୁ ବିଭାଜନସ୍ତରୀୟ ପାଣି ପଂଚାୟତ ପକ୍ଷ ଆଜି ସ୍ଥାନୀୟ ଉଦିତନଗର ଆଇ.ଟି.ଡି.ଏ ହଲରେ ପାଳିତ ହୋଇଯାଇଛି। ରାଜ୍ୟ ଶ୍ରମ ଓ ଇ.ଏସ୍‌.ଆଇ ବିଭାଗ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ପ୍ରତି ପଂଚାୟତରେ ଲୋକଙ୍କ ଘରକୁ ଘର ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ସାଙ୍ଗକୁ ଚାଷ ଜମିକୁ ଜଳ ସେଚନ କରିବା ପାଇଁ ସରକାର ଗୁରୁତ୍ୱ ପ୍ରଦାନ କରିଆସୁଛନ୍ତି।

ନିଗମ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀ ତଥା ଜନ ସଚେତନତା ସୃଷ୍ଟି ପାଇଁ ଯେଉଁ ପାଣି ପଂଚାୟତ ପକ୍ଷ୍ୟ ପାଳନ କରାଯାଇଆସୁଛି ତାହା ସ୍ୱାଗତ ଯୋଗ୍ୟ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସେ ଆଲୋକପାତ କରି ସହ କୃଷକମାନଙ୍କ ବିକାଶରେ ଓଡିଶାର ପ୍ରଗତି ହୋଇପାରିବ ବୋଲି କହିଥିଲେ। ନିଗମ ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ସ୍କୁଲ ସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାୟକ ପୁରସ୍କୃତ କରିଥିଲେ। ଯେଉଁ ପ୍ରକଳ୍ପ ଗୁଡିକ ୨୦ରୁ ୨୫ବର୍ଷ ଅତିକ୍ରମ କରିଛି ଏବଂ ପାଇପଲାଇନ ଓ ମଟର ଖରାପ ହୋଇଯାଇଛି, ସେଗୁଡିକୁ ବଦଳାଇ ନେଇ ଚାଷୀମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପଦକ୍ଷେପ ନେବାକୁ ଦାବି କରିଥିଲେ।

ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରକଳ୍ପର ତଦାରଖ, ନିୟମିତ ଜଳକର ଆଦାୟ, ଠିକ ସମୟରେ ବିଦ୍ୟୁତ ବିଲ ପୈଠ ପ୍ରଭୃତି ସମ୍ପର୍କରେ ଚାଷୀ ଓ ପାଣି ପଂଚାୟତ କର୍ମକର୍ତା ଦୃଷ୍ଟି ଦେବାକୁ ସେ ନିବେଦନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷି ଅଧିକାରୀ ରିଲିଜିଅସ ବେକ, କୃଷି ବିଜ୍ଞାନ କେନ୍ଦ୍ର, ପାନପୋଷର ବୈଜ୍ଞାନିକ ସଞ୍ଜୟ କୁମାର ପ୍ରଧାନ, ଉଦ୍ୟାନ ବିଭାଗ ସହକାରୀ ନିର୍ଦେଶକ ଦୁଷ୍ମନ୍ତ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ନିଜ ବିଭାଗ ର ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ବିଭାଗୀୟ ସହକାରୀ ଯନ୍ତ୍ରୀ ତିରୁପତି ନନ୍ଦ ଓ ଅନ୍ୟ ଷ୍ଟାଫମାନେ ସହଯୋଗ କରିଥିଲେ।ଏଥିରେ ପାନପୋଷ ଡ଼ିଭିଜନ ଅଂଚଳର ବହୁ ଚାଷୀ ଯୋଗ ଦେଇଥିଲେ। ଏହି ପକ୍ଷ ଚଳିତ ମାସ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe