କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ: ମୁଖ୍ୟମନ୍ତ୍ରୀ କହିଲେ, ଗଣତାନ୍ତ୍ରିକ ସରକାର ଲୋକଙ୍କ ଭଲ ପାଇଁ ଚିନ୍ତା କରିଥାଏ

Advertisment
କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ: ମୁଖ୍ୟମନ୍ତ୍ରୀ କହିଲେ, ଗଣତାନ୍ତ୍ରିକ ସରକାର ଲୋକଙ୍କ ଭଲ ପାଇଁ ଚିନ୍ତା କରିଥାଏ

ଭୁବନେଶ୍ବର: କନକ ନ୍ୟୁଜରେ ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,  ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ। ଗଣତାନ୍ତ୍ରିକ ସରକାର ସବୁବେଳେ ଲୋକଙ୍କ ଭଲ ପାଇଁ ଚିନ୍ତା କରିଥାଏ। ଓଡ଼ିଶା ଆଜି ବିକାଶ ଦିଗରେ ଆଗେଇଛି।

ରାଜ୍ୟ ସରକାର ବହୁ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି। ସ୍ମାର୍ଟ ସ୍କୁଲରେ ୧ ହଜାର ସ୍କୁଲ ଯୋଡ଼ି ହେଲାଣି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ପିଲାଙ୍କୁ ଉନ୍ନତମାନର ଶିକ୍ଷା ଦେବା ସରକାରଙ୍କ ଲକ୍ଷ୍ୟ। ସ୍ମାର୍ଟ ହେଲଥ କାର୍ଡରେ ଲୋକଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାର ଉପକୃତ ହେବେ। ମିସନ ଶକ୍ତିରେ ମହିଳା ଉପକୃତ ହେଉଛନ୍ତି। ମହିଳାଙ୍କ ସାମାଜିକ ଜୀବନରେ ପରିବର୍ତ୍ତନ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe