ଅଭୟକାନ୍ତଙ୍କ ଘରେ ପୁଣି ଭିଜିଲାନ୍ସ ଚଢଉ, ଡ୍ରାଇଭରଙ୍କୁ ଏସଆଇଟି ଟିମର ପଚରାଉଚରା

Advertisment
ଟାଟା ମୋଟର୍ସରେ ଚାକିରି ନାଁରେ ୬ଲକ୍ଷ ଟଙ୍କା ଠକେଇ: ବିଧାୟକ ପ୍ରଦୀପ, ପାଠକ ବାପ-ପୁଅ ନାଁରେ ମାମଲା

ଭୁବନେଶ୍ବର: ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ କେଳେଙ୍କାରୀ ଘଟଣାରେ ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଛି। ଅଭୟକାନ୍ତଙ୍କ ଘରେ ପୁଣି ଭିଜିଲାନ୍ସ ଚଢଉ କରିଛି। ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ପକ୍ଷରୁ ଚଢଉ ଜାରି ରହିଛି। ସେପଟେ ଭିଜିଲାନ୍ସ ସେଲ ଅଫିସରେ ହାଜର ହୋଇଛନ୍ତି ପାଠକଙ୍କ ଡ୍ରାଇଭର୍। ଡ୍ରାଇଭର୍ ଜୁମାରାତଙ୍କୁ ଏସଆଇଟି ଟିମ୍ ପଚରାଉଚରା କରୁଛି।

ଗତକାଲି ଜୁମାରାତଙ୍କୁ ହାଜର କରିବାକୁ ନୋଟିସ କରିଥିଲା ଏସଆଇଟି । କିଛି ବ୍ୟାଙ୍କ କର୍ମଚାରୀ ମଧ୍ୟ ହାଜର ହୋଇଛନ୍ତି । ୫ଟି ବ୍ୟାଙ୍କର କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି । ଆର୍ଥିକ କାରବାର ନେଇ ଏସଆଇଟି ଖୋଳତାଡ କରୁଛି । ଏତେ ଟଙ୍କା କେଉଁଠୁ ଆସିଲା ସେ ନେଇ ଖୋଳତାଡ଼ ଚାଲିଛି । ଅଭୟକାନ୍ତ ପାଠକଙ୍କ ପୁତୁରାକୁ ବି ଭିଜିଲାନ୍ସରେ ହାଜର ପାଇଁ ସମନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe