ମାଲକାନଗିରି: ସୀମାନ୍ତ ଛତିସଗଡରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ନାରାୟଣପୁର ଜିଲ୍ଲାରେ ଜଣେ ବ୍ୟକ୍ତିକୁ ପୁଲିସ ଇନଫର୍ମର ସଂଦେହରେ ନକ୍ସଲ ହତ୍ୟା କରିଛନ୍ତି। ରବିବାର ରାତିରେ ସଶସ୍ତ୍ର ନକ୍ସଲ କୋହଲାପେଟା ଥାନା ଅନ୍ତର୍ଗତ ନିଲଙ୍ଗୁର ଗ୍ରାମର ସନୁ ଉସଣ୍ଡି(୩୦) ନାମକ ଯୁବକକୁ ଘରୁ ଉଠାଇ ନେଇଥିଲେ। ଜଂଗଲରେ ପୁଲିସ ଇନଫରମର କହି ନିସ୍ତୁକ ମାଡ ମାରିଥିଲେ। ପରେ ସନୁକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ହତ୍ୟା କରି ଅରଛା ଗ୍ରାମ ଅନ୍ତର୍ଗତ ବଟୁମପାରା ଛକ ନିକଟରେ ଶବକୁ ଫିଙ୍ଗି ଚାଲିଯାଇଥିଲେ। ଶବ ନିକଟରେ ନକ୍ସଲ ଏକ ପୋଷ୍ଟର ମଧ୍ୟ ଛାଡିକୁ ଯାଇଥିଲେ। ପୋଷ୍ଟରରେ ସନୁ ପୁଲିସ ଇନଫର୍ମର ଭାବେ କାମ କରୁଥିଲା। ବାରମ୍ବାର କହିବା ସତ୍ବେ ସେ ନିଜର କାମକୁ ବଦଳାଉନଥିଲା। ତେଣୁ ସେ ମୃତ୍ୟୁ ଦଣ୍ଡ ପାଇଛି।ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ପୁଲିସ ଇନଫର୍ମର ସଂଦେହରେ ଗ୍ରାମବାସୀକୁ ହତ୍ୟା
Advertisment
Follow Us