ଭୋଡାଫୋନ୍‌ର ନୂତନ ଯୋଜନା: ଲାଭା ଫିଚର୍‌ ଫୋନ୍‌ କିଣିଲେ ୯୦୦ଟଙ୍କାର ମାଗଣା ଟକଟାଇମ୍‌ ଅଫର

Advertisment
ଭୋଡାଫୋନ୍‌ର ନୂତନ ଯୋଜନା: ଲାଭା ଫିଚର୍‌ ଫୋନ୍‌ କିଣିଲେ ୯୦୦ଟଙ୍କାର ମାଗଣା ଟକଟାଇମ୍‌ ଅଫର
ନୂଆଦିଲ୍ଲୀ: ଭୋଡାଫୋନ୍‌ ନିଜ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଏକ ଦମଦାର୍‌ ଅଫର ଆଣିଛି । ଏହି ଅଫର ଜରିଆରେ ଭୋଡାଫୋନ୍‌ ଗ୍ରାହକ ଲାଭା ଫିଚର୍‌ ଫୋନ୍‌ କିଣିଲେ ୯୦୦ଟଙ୍କାର ମାଗଣା ଟକଟାଇମ୍‌ ପାଇ ପାରିବେ। ଭୋଡାଫୋନ୍‌ ଅଫରର ଫାଇଦା ଉଭୟ ନୂଆ ଏବଂ ପୁରୁଣା ଗ୍ରାହକ ଉଠାଇପାରିବେ । ଯଦି ଆପଣଙ୍କର ପୂର୍ବରୁ ଲାଭା ଫୋନ୍‌ ଅଛି ତେବେ ନୂଆ ଭୋଡାଫୋନ୍‌ ସିମ୍‌ କିଣି ଅଫରର ଲାଭ ନେଇପାରିବେ । ସେହିପରି ଯଦି ଆପଣ ଭୋଡାଫୋନର ପୁରୁଣା ଗ୍ରାହକ ଏବଂ ଆପଣଙ୍କ ପାଖରେ ଭୋଡାଫୋନ୍‌ ସିମ୍‌ ଅଛି ତେବେ ଲାଭା ଫୋନ୍‌ କିଣି ଏହି ଅଫର ପାଇପାରିବେ । ତେବେ ଏହି ଅଫର୍‌ କେବଳ ଅକ୍ଟୋବର ୩୧ପର୍ଯ୍ୟନ୍ତ ରହିଛି ।
ଏହି ଅଫର୍‌ ପାଇବା ପାଇଁ ହେଲେ ଗ୍ରାହକଙ୍କୁ ପ୍ରତି ମାସରେ ୧୦୦ ଟଙ୍କା କିମ୍ବା ତାଠାରୁ ଅଧିକ ରିଚାର୍ଜ କରିବାକୁ ପଡିବ । ଏହି ରିଚାର୍ଜ ପରେ ଭୋଡାଫୋନ୍‌ ତରଫରୁ ଅତିରିକ୍ତ ୫୦ଟଙ୍କା ଟକଟାଇମ୍‌ ମିଳିବ । ଏହିପରି ୧୮ ମାସ ପର୍ଯ୍ୟନ୍ତ ପ୍ରତିମାସରେ ୧୦୦ଟଙ୍କା ରିଚାର୍ଜ କରି ୫୦ ହିସାବରେ ୯୦୦ଟଙ୍କା କ୍ୟାସବ୍ୟାକ୍‌ ପାଇପାରିବେ। ଯଦି ଆପଣ ଭୋଡାଫୋନର ପ୍ରିପେଡ୍‌ ଗ୍ରାହକ ତେବେ ଲାଭାର ମଡେଲ୍‌ ଏଆରସି ୧୦୧, ଏଆରସି ୧୦୫, ଏଆରସି ୱାନ୍‌ ପ୍ଲସ୍‌, କେକେଟି ୯ଏସ୍‌, କେକେଟି ପର୍ଲ, କେକେଟି ୩୪ ପାୱାର୍‌, କେକେଟି ୪୦ ପାୱାର୍‌ ପ୍ଲସ୍‌, କ୍ୟାପଟେନ୍‌ କେ୧, ଏବଂ କ୍ୟାପଟେନ୍‌ ଏନ୧ କଣିଲେ ଆପଣ ମଧ୍ୟ ଏହି ଅଫରର ଲାଭ ଉଠାଇ ପାରିବେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe