ଉତ୍କଳ ହସ୍ପିଟାଲରେ ସ୍ତନକର୍କଟ ସଚେତନତା ପାଇଁ ୱାକାଥନ୍‌

Advertisment
ଉତ୍କଳ ହସ୍ପିଟାଲରେ ସ୍ତନକର୍କଟ ସଚେତନତା ପାଇଁ ୱାକାଥନ୍‌

ଭୁବନେଶ୍ବର: ନୀଳାଦ୍ରିବିହାରସ୍ଥିତ ଉତ୍କଳ ସୁପର୍‌ସ୍ପେସାଲିଟି ହସ୍ପିଟାଲ, କ୍ରିୟା ଫାଉଣ୍ଡେସନ୍‌ ଓ ବିଶ୍ବାସ ନର୍ସିଂ କଲେଜ ସହଯୋଗରେ ସ୍ତନ କର୍କଟ ସଚେତନତା ପାଇଁ ଏକ ୱାକାଥନ୍‌ ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲର ଡାଇରେକ୍ଟର୍‌ ଅଫ୍ ମେଡିକାଲ ସର୍ଭିସେସ୍‌ ଏବଂ ଡାଇରେକ୍ଟର ଅଫ୍‌ ଅଙ୍କୋଲୋଜି ଡା. ରଂଜନ କୁମାର ମହାପାତ୍ର ୱାକାଥନ୍‌କୁ ଉଦ୍‌ଘାଟନ କରିଥିଲେ। ଏହି ୱାକାଥନ୍‌ ଉତ୍କଳ ହସ୍ପିଟାଲଠାରୁ ଆରମ୍ଭ ହୋଇ ଶୈଳଶ୍ରୀବିହାର, ଇଫ୍‌କୋ ଛକ, ନୀଳାଦ୍ରିବିହାର ବୁଦ୍ଧ ପାର୍କ ଦେଇ ଉତ୍କଳ ହସ୍ପିଟାଲଠାରେ ସମାପ୍ତ ହୋଇଥିଲା।

ଏଥିରେ ବିଶ୍ବାସ ନର୍ସିଂ କଲେଜର ଛାତ୍ରଛାତ୍ରୀ, କ୍ରିୟା‌ ଫାଉଣ୍ଡେସନ୍‌ ଏବଂ ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଡା. ମହାପାତ୍ର, ଡା. ରଂଜନ କୁମାର ମହାନ୍ତି, ଡା. ଦିଲ୍ଲୀପ କୁମାର କର ପ୍ରମୁଖ ସ୍ତନ କର୍କଟର କାରଣ, ଭୟାବହତା ଓ ଏହାକୁ କିପରି ଏଡ଼ାଯାଇପାରିବ, ସେ ସଂପର୍କ‌ରେ ସଚେତନ କରାଇଥିଲେ। କ୍ରିୟା ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସିଇଓ ଲିଲି ଜେନାମଣି, ମିନତି ଦାସ ଏହି ଅବସରରେ ଉପସ୍ଥିତ ରହି ସମ୍ବୋଧିତ କରିଥିଲେ। କାର୍ଯ୍ୟକ୍ରମରେ ଡା. ସତ୍ୟବ୍ରତ ଦାସ, ଡା. ଶେଖ ଅଲ୍ଲୀ, ଡା. ଆର୍ଯ୍ୟ କୁମାର, ଉତ୍କଳ ହସ୍ପିଟାଲର ସିଓଓ ଡା. ଆଲୋକ ଏବଂ ହସ୍ପିଟାଲର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe