ଦୁର୍ଗମ ପେଡାକୋଣ୍ଡା ଗ୍ରାମରେ ଜଳ ସଙ୍କଟ: ୩୦୬ ଲୋକଙ୍କ ପାଇଁ ୪ ନଳକୂଅ, ୨ ଅଚଳ

ଦୁର୍ଗମ ପେଡାକୋଣ୍ଡା ଗ୍ରାମରେ ଜଳ ସଙ୍କଟ: ୩୦୬ ଲୋକଙ୍କ ପାଇଁ ୪ ନଳକୂଅ, ୨ ଅଚଳ

କାଲିମେଳା:  କାଲିମେଳା ବ୍ଲକର ପେଡାକୋଣ୍ଡା ଗାଁ ହେଉଛି ଏକ ନିପଟ ଆଦିବାସୀ ଗ୍ରାମ,  ଯେଉଁ ଗ୍ରାମରେ ୫୧ଟି ପରିବାରର ମୋଟ ୩୦୬ ଜଣ କୋୟା ଜନଜାତିର ଲୋକ ବସବାସ କରୁଛନ୍ତିା ଏମାନଙ୍କ ପାଇଁ ମାତ୍ର ୪ ଟି ନଳକୂଅ ରହିଛି, ସେଥିମଧ୍ୟରୁ ୨ଟି ଅଚଳା  ଖାଲି .ସେତିକି ନୁହେଁ ଗ୍ରାମରେ ପାନୀୟ ଜଳ ସଙ୍କଟ ଦୂର କରିବା ପାଇଁ ସାଢେ ୩ ଲକ୍ଷ ଟଙ୍କା ବ୍ୟୟରେ ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ କରାଯାଇଥିଲା, ହେଲେ ଏହା ୩ ବର୍ଷ ହେଲା ଅଚଳ ହୋଇ ପଡିଛିା

ବର୍ଷା ଦିନ ବ୍ୟତୀତ ଅନ୍ୟ ସବୁ ଦିନ ଏହି ଜନ ଜାତିର ଲୋକମାନେ ବିଶୁଦ୍ଧ ପାଣି ଟୋପାଏ ପାଇ ପାରୁ ନାହାନ୍ତିା ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀଙ୍କ ପାଦ ପଡ଼ିନଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତିା ତେବେ ଏସମ୍ପର୍କରେ ବିଭାଗ ପାଖରେ ଖବର ନାହିଁ ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe