ଆମେ କଂଗ୍ରେସ ଭଳି ଭୁଲ୍ କରିବା ନାହିଁ: ଗଡ଼କରୀ

Advertisment
ଖୁବଶୀଘ୍ର ରାସ୍ତାରୁ ହଟିଯିବ ଟୋଲ ପ୍ଲାଜା, ଏହି ବ୍ୟବସ୍ଥାରେ ଆଦାୟ ହେବ ଟୋଲ

Zee News

ପଣଜୀ: ବିଜେପି ଏକ ଭିନ୍ନ ଦଳ ଏବଂ ସେଥିପାଇଁ ଏହା ବାରମ୍ବାର ଭୋଟରଙ୍କ ବିଶ୍ୱାସ ଜିତିଛି ବୋଲି କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରୀ ଆଜି କହିଛନ୍ତି। ଲୋକସଭା ନିର୍ବାଚନରେ ବିଜେପି ଆଶାନୁରୂପ ପ୍ରଦର୍ଶନ ନ କରିବାର ଏକ ମାସରୁ ଅଧିକ ସମୟ ପରେ ଗଡ଼କରୀ କହିଛନ୍ତି, ଯଦି ଆମେ କଂଗ୍ରେସ ପୂର୍ବରୁ କରିଆସୁଥିବା ଭୁଲ୍ କାର୍ଯ୍ୟ ଜାରି ରଖିବୁ, ତା’ ହେଲେ ସେମାନେ ବିଦାୟ ନେବା ଓ ଆମେ କ୍ଷମତାକୁ ଆସିବାରେ କିଛି ଲାଭ ନାହିଁ। ଗୋଆ ବିଜେପି କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରି ମନ୍ତ୍ରୀ ଏହା କହିଛନ୍ତି, ଯେଉଁଥିରେ ଦଳର ରାଜ୍ୟ ଶାଖା ମୁଖ୍ୟ ସଦାନନ୍ଦ ତନୱାଡେ ଓ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ୪୦ ମିନିଟର ଭାଷଣରେ କେନ୍ଦ୍ରମନ୍ତ୍ରୀ ତାଙ୍କ ଗୁରୁ ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ବୟାନକୁ ମନେ ପକାଇ କହିଥିଲେ ଯେ ବିଜେପି ଏକ ଭିନ୍ନତା ଥିବା ଦଳ।

ଅନ୍ୟ ଦଳଠାରୁ ଆମେ କେତେ ଅଲଗା ତାହା ଆମକୁ ବୁଝିବାକୁ ପଡ଼ିବ। କଂଗ୍ରେସର ଭୁଲ୍ ପାଇଁ ଲୋକମାନେ ବିଜେପିକୁ ନିର୍ବାଚିତ କରିଛନ୍ତି ଏବଂ ସମାନ ତ୍ରୁଟି ନ କରିବାକୁ ସେ ତାଙ୍କ ଦଳକୁ ଚେତାବନୀ ଦେଇଛନ୍ତି। ଗଡ଼କରୀ କହିଛନ୍ତି, ସାମାଜିକ ଓ ଅର୍ଥନୈତିକ ସଂସ୍କାର ଆଣିବା ପାଇଁ ରାଜନୀତି ଏକ ଉପକରଣ। ଆମକୁ ଏକ ଦୁର୍ନୀତିମୁକ୍ତ ଦେଶ ଗଠନ କରିବାକୁ ପଡ଼ିବ। ମହାରାଷ୍ଟ୍ର ରାଜନୀତି ବିଷୟରେ ସେ କହିଛନ୍ତି ଯେ ଏଠାରେ ଜାତିଆଣ ରାଜନୀତିର ଧାରା ରହିଛି। ମୁଁ ଏହି ଧାରାକୁ ଅନୁସରଣ ନ କରିବାକୁ ନିଷ୍ପତ୍ତି ନେଇଛି। ଜାତି କଥା କହୁଥିବା ଲୋକଙ୍କୁ କ୍ଷମତାରୁ ହଟାଇ ଦିଆଯିବ ଏବଂ ସେମାନଙ୍କୁ ଲୋକେ ବରଦାସ୍ତ କରିବେ ନାହିଁ ବୋଲି ସେ ଚେତାଇ ଦେଇଛନ୍ତି। ଜଣେ ବ୍ୟକ୍ତି ନିଜ ଜାତି ନୁହେଁ ବରଂ ନିଜ ପାଖରେ ଥିବା ମୂଲ୍ୟବୋଧ ଦ୍ୱାରା ପରିଚିତ ବୋଲି ଗଡ଼କରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe