ଚାପରେ ଚେପା ହେଲେ ମମତା ସରକାର ! ଦୀଘା ଜଗନ୍ନାଥ ମନ୍ଦିର ଆଗରୁ ହଟିଲା ‘ଜଗନ୍ନାଥ ଧାମ’ ଲେଖା

ପ୍ରବଳ ବିରୋଧ... ପ୍ରବଳ ପ୍ରତିବାଦ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରୁ ହଟିଲା ‘ଜଗନ୍ନାଥ ଧାମ’ ଲେଖା । ପୁରୀରେ ପ୍ରବଳ ପ୍ରତିବାଦ ଏବଂ ଓଡିଶାରୁ ତୀବ୍ର ବିରୋଧ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରୁ ‘ଜଗନ୍ନାଥ ଧାମ’ ଲେଖା ହଟାଯାଇଛି । 

jjjjhhh

Photograph: (Sambad.in)

କୋଲକାତା: ପ୍ରବଳ ବିରୋଧ... ପ୍ରବଳ ପ୍ରତିବାଦ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରୁ ହଟିଲା ‘ଜଗନ୍ନାଥ ଧାମ’ ଲେଖା । ପୁରୀରେ ପ୍ରବଳ ପ୍ରତିବାଦ ଏବଂ ଓଡିଶାରୁ ତୀବ୍ର ବିରୋଧ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରୁ ‘ଜଗନ୍ନାଥ ଧାମ’ ଲେଖା ହଟାଯାଇଛି । 

‘ଜଗନ୍ନାଥ ଧାମ’ ନାମ ହଟାଯାଇଥିବା ନେଇ ପଶ୍ଚିମବଙ୍ଗ ମିଡିଆ ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ । ଦୀଘା ମନ୍ଦିର ସାମ୍ନାର ପୂର୍ବ ପର ଫଟୋ ପକାଇ ସେ ‘ଜଗନ୍ନାଥ ଧାମ’ ନାମ ହଟିଥିବା ଦେଖାଇଛନ୍ତି । ଆଉ ଲେଖିଛନ୍ତି, ହିନ୍ଦୁ ଏକାଠି ହେଲେ ସବୁ ସମ୍ଭବ... ଫେଲ୍ ମାରିଲା ମମତାଙ୍କ ବିଭାଜନ ରଣନୀତି । 

ତେବେ ଆଜି ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆମେ ପୁରୀ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ଧାମକୁ ସମ୍ମାନ ଦେଉ  ବୋଲି କହିଥିଲେ । ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ମାଆ କାଳୀଙ୍କ ମନ୍ଦିର ଦେଶର ସବୁଠି ଅଛି, ଶିବଙ୍କ ମନ୍ଦିର ବି ସବୁଠି ଅଛି । ସବୁ ମନ୍ଦିର ସବୁ ସ୍ଥାନରେ ହୋଇପାରିବ, ସବୁ ସ୍ଥାନରେ ଥାଏ ମଧ୍ୟ । ବିଜେପି ଯାହା କଲେ ଆମେ କିଛି ପ୍ରଶ୍ନ କରୁନୁ, ତାହାଲେ ତାଙ୍କର ଏତେ ରାଗ କଣ ପାଇଁ କହି ବିଜେପିକୁ ଟାର୍ଗେଟ୍ କରିଥିଲେ ମମତା ।

ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଗତ କିଛି ଦିନ ହେବ ତେଜିବାରେ ଲାଗିଛି । ପ୍ରାଣ ପ୍ରତିଷ୍ଠା ପର ଠାରୁ ହିଁ ଦୀଘା ଜଗନ୍ନାଥ ଧାମ ନାମକୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ ପରେ ପୁରୀ ଶ୍ରୀମନ୍ଦିର ନବକଳେବର ବଳକା କାଠରେ ଦୀଘାରେ ୩ ଠାକୁର ତିଆରି ହୋଇଥିବା ନେଇ ବିବାଦ ଉପୁଜିଥିଲା । ଯେଉଁଥିରେ ଦଇତାପତି ରାମକୃଷ୍ଣ ଦାସମହାପାତ୍ରଙ୍କ ସମ୍ପୃକ୍ତି ଥିବାରୁ ତାଙ୍କ ଅଡୁଆ ବଢିଛି । ଆଉ ଆଜି ପୁରୀକୁ ବଙ୍ଗୀୟ ପର୍ୟ୍ୟଟକଙ୍କୁ ନଆସିବାରୁ ବାରଣ କରି ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେଉଛି । ଏକ୍ସରେ ହାସଗ୍ୟାଗ୍ ବୟକଟ୍ ପୁରୀ ଟୁରିଜିମ୍ ବୋଲି ଟ୍ରେଣ୍ଡ କରୁଛି । ଯାହାକୁ ନେଇ ଓଡିଶା ପ୍ରତି ପଡିଶାର ଷଡ଼ଯନ୍ତ୍ର ବୋଲି କୁହାଯାଉଥିବା ବେଳେ ଶେଷରେ ଜଗନ୍ନାଥ ଧାମ ଲେଖା ଦୀଘା ମନ୍ଦିର ସାମ୍ନାରୁ ହଟିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe