Image Courtesy of The Speaking Tree
ପୁରାଣ ମତେ ଦେବୀ ଦୁର୍ଗାଙ୍କର ପୂଜା ବସନ୍ତଋତୁରେ ଅନୁଷ୍ଠିତ ହୁଏ। କିନ୍ତୁ, ପ୍ରଭୁ ରାମଚନ୍ଦ୍ର ଶାରଦୀୟ ଦୁର୍ଗାପୂଜା ପ୍ରଥା ଆରମ୍ଭ କରିଥିଲେ। କ୍ରମେ ତାହା ସାର୍ବଜନୀନ ଦୁର୍ଗୋତ୍ସବ ଭାବେ ସର୍ବତ୍ର ପାଳନ କରାଯାଉଛି।
ରାବଣ ଦ୍ୱାରା ଅପହୃତା ସୀତାଙ୍କୁ ଉଦ୍ଧାର କରିବାକୁ ରାମଚନ୍ଦ୍ର ଲଙ୍କା ଯାଇଥିଲେ। ରାବଣ ସହ ଅନ୍ତିମ ଯୁଦ୍ଧ କରିବା ପୂର୍ବରୁ ଶ୍ରୀଦୁର୍ଗାଙ୍କର ପୂଜା କରିବାକୁ ରାମଚନ୍ଦ୍ରଙ୍କୁ ପରାମର୍ଶ ଦେଇଥିଲେ ଭୀବିଷଣ। ସେତେବେଳେ ଶରତ୍ଋତୁ।
ଦେବାଦେବୀମାନେ ନିଦ୍ରା ଯାଇଥିବାରୁ ଅଶୁଦ୍ଧ କାଳ ଚାଲିଥାଏ। ଦେବୀଙ୍କୁ ଅସମୟ ବା ଅକାଳରେ ଆବାହନ କରିବେ କେମିତି?
ପଦ୍ମ ଫୁଲ ଅର୍ପଣ କରି ପୂଜା କଲେ ଦେବୀ ଦୁର୍ଗା ପ୍ରସନ୍ନ ହୁଅନ୍ତି ବୋଲି ରାମଚନ୍ଦ୍ରଙ୍କୁ କୁହାଗଲା। ଶ୍ରୀରାମଙ୍କ ନିର୍ଦେଶ ପାଇ ହନୁମାନ ସାରା ବ୍ରହ୍ମାଣ୍ଡ ବୁଲି ୧୦୮ଟି ପଦ୍ମଫୁଲ ଆଣିଲେ।
ଦେବୀ ଆରାଧନା କରି ଶ୍ରୀରାମ ଗୋଟିକ ପରେ ଗୋଟିଏ ଫୁଲ ଅର୍ପଣ କରି ଦେଖିଲେ ୧୦୭ଟି ପଦ୍ମ ଫୁଲ। ଆଉ ଗୋଟିଏ ଊଣା ପଡୁଛି। ଅଗତ୍ୟା କରିବେ କ’ଣ? ତାଙ୍କର ମନେପଡ଼ିଲା ଯେ, ତାଙ୍କ ଆଖିକୁ ନୀଳପଦ୍ମ ବୋଲି ଅନେକେ କହନ୍ତି। ତେଣୁ ସେ ନିଜ ଆଖି ଖୋଳି ଶ୍ରୀଦୁର୍ଗାଙ୍କୁ ଅର୍ପଣ କରିବା ଯାଆନ୍ତେ, ତୁଷ୍ଟା ହୋଇ ଦେବୀ ପ୍ରକଟ ହେଲେ ଓ ତାଙ୍କର ଆଶିଷ ଲାଭକରି ସେ ରାବଣକୁ ବଧ କଲେ।
ଏହା ହେଉଛି ଶରତ୍କାଳୀନ ଦୁର୍ଗାପୂଜାର ପ୍ରଥମ କଥା। ତେଣୁ ଶରତ୍କାଳୀନ ପୂଜାକୁ ଅକାଳବୋଧନ କୁହାଯାଏ।
Follow Us