ଆମେରିକା ପରେ ଋଷ ବିରୋଧରେ ଅର୍ଥନୈତିକ କଟକଣା ଘୋଷଣା କଲେ ୟୁରୋପୀୟ ସଂଘ ଓ ବ୍ରିଟେନ

Advertisment

ରାଷ୍ଟ୍ରପତି ପୁତିନଙ୍କୁ ସମର୍ଥନ କରିବାକୁ ମନା କଲେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ

ରାଷ୍ଟ୍ରପତି ପୁତିନଙ୍କୁ ସମର୍ଥନ କରିବାକୁ ମନା କଲେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ

ଆମେରିକା ପରେ ଋଷ ବିରୋଧରେ ଅର୍ଥନୈତିକ କଟକଣା ଘୋଷଣା କଲେ ୟୁରୋପୀୟ ସଂଘ ଓ ବ୍ରିଟେନ

news.sky.com

ନୂଆଦିଲ୍ଲୀ: ସୋମବାର ବିଳମ୍ବିତ ରାତିରେ ପୂର୍ବ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ଋଷ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ଦେଇଥିବା ନେଇ ଘୋଷଣା କରିଥିଲା। ଋଷର ସରକାରୀ ଟେଲିଭିଜନ୍ ଚାନେଲରେ ଏକ ଆବେଗପୂର୍ଣ୍ଣ ଅଭିଭାଷଣ ଦେଇ ଏହି ନିଷ୍ପତ୍ତି ଘୋଷଣା କରିଥିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍। ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର କଡ଼ା ଚେତାବନୀ ସତ୍ତ୍ବେ ପୁତିନ୍ ସୋମବାର ବିଳମ୍ବିତ ରାତ୍ରିରେ ଏହି ନିଷ୍ପତ୍ତି ନେବାରୁ ଏବେ ବିଭିନ୍ନ ଦେଶମାନେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାରେ ଲାଗିଛନ୍ତି।

ପ୍ରଥମେ ପୂର୍ବ ୟୁକ୍ରେନର ଡୋନେସ୍କ ଗଣରାଜ୍ୟ ଓ ଲୁଗାନସ୍କ ଗଣରାଜ୍ୟକୁ ଋଷ ତତ୍କାଳ ସ୍ବାଧୀନ ରାଷ୍ଟ୍ର ଭାବେ ସ୍ବୀକୃତି ‌ଦେବା ପରେ ଆମେରିକା ଏହି ଦୁଇ ବିଦ୍ରୋହୀ ଅଞ୍ଚଳ ବିରୋଧରେ ଅର୍ଥନୈତିକ କଟକଣା ଘୋଷଣା କରିଥିଲା। ଏବେ ଆମେରିକା ପରେ ୟୁରୋପୀୟ ସଂଘ ଓ ବ୍ରିଟେନ ମଧ୍ୟ ଅର୍ଥନୈତିକ କଟକଣା ଘୋଷଣା କରିଥିବା ଜଣାପଡ଼ିଛି।

ଡୋନେସ୍କ ଗଣରାଜ୍ୟ ଓ ଲୁଗାନସ୍କ ଗଣରାଜ୍ୟକୁ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ଦେବା ସହ ୟୁକ୍ରେନ ଅଞ୍ଚଳରେ ଅଧିକ ସୈନ୍ୟ ମୁତୟନ କରିିଥିବା ହେତୁ ୟୁରୋପୀୟ ୟୁନିଅନର ବୈଦେଶିକ ମନ୍ତ୍ରୀମାନେ ଆଜି ଋଷ ବିରୋଧରେ ଅର୍ଥନୈତିକ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ବ୍ରିଟେର ପ୍ରଧାନମନ୍ତ୍ରୀ ବ‌ୋରିସ୍ ଜନସନ ମଧ୍ୟ ସମାନ କାରଣ ପାଇଁ ଋଷ ବିରୋଧରେ ଅର୍ଥନୈତିକ କଟକଣା ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହା ସହ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ଋଷକୁୁ ଏଭଳି ପରିସ୍ଥିତିରେ ସମର୍ଥନ କରିବ ନାହିିଁ ବୋଲି ସଫା ସଫା ମନା କରିଦେଇଛିି।

ପୂର୍ବ ୟୁକ୍ରେନରେ ଥିବା ବିଚ୍ଛିନ୍ନତାବାଦୀମାନଙ୍କୁ ମସ୍କୋ ଅଧୀନରେ ଆଣିବା ପରେ ସୋମବାର ରାତିରେ ବସିଥିବା ଏକ ଜରୁରୀକାଳୀନ ବୈଠକରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନେ ସମର୍ଥନ କରିିବାକୁ ମନା କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe