ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ସେ ଆଜି ୭୦ବର୍ଷରେ ବୟସରେ ପାଦ ଥାପିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ କେବେ ବି ନିଜ ମା’ ହୀରାବେନଙ୍କ ଆଶୀର୍ବାଦ ନେବାକୁ ଭୁଲନ୍ତି ନାହିଁ। ମା’ଙ୍କ ଆଶୀର୍ବାଦ ନେଇ ସେ କିଛି ମୂହୁର୍ତ୍ତ ନିଜ ମା’ଙ୍କ ସହ ବିତାଇଥାନ୍ତି। ଯଦିଓ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଲୋକଙ୍କ ସେବାରେ ଅଧିକ ସମୟ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନିଜ ମା’ଙ୍କୁ ଅଧିକ ସମୟ ଦେଇ ପାରନ୍ତି ନାହିଁ, କିନ୍ତୁ କୌଣସି ବଡ଼ କାମ କରିବାକୁ ପୂର୍ବରୁ ବା ନିଜ ଜନ୍ମଦିନରେ ସେ ନିଜ ମା’ଙ୍କ ପାଖକୁ ଯାଇ ଆଶୀର୍ବାଦ ନେବାକୁ ଭୁଲନ୍ତି ନାହିଁ।
ତେବେ କରୋନା ମହାମାରୀ ସମୟରେ ଆଜି ପ୍ରଧାନମନ୍ତ୍ରୀ ନିଜ ମା’ଙ୍କ ପାଖକୁ ଯିବେ କି ନାହିଁ ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ମା’ଙ୍କ ବୟସ ଅଧିକ ହେତୁ ସେ କରୋନା ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ମା’ଙ୍କ ପାଖକୁ ଯାଇ ନ ପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏ ବିଷୟରେ କିଛି କୁହାଯାଇ ନାହିଁ।
India TVଗତବର୍ଷ ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗର ଗସ୍ତ କରି ମା’ ହୀରାବେନ୍ଙ୍କ ଆଶୀର୍ବାଦ ନେଇଥିଲେ ଏବଂ ମା’ଙ୍କ ସହ ଭୋଜନ କରିଥିଲେ। ସକାଳେ ସର୍ଦ୍ଦାର ସରୋବର ଡ୍ୟାମ୍ରେ ପୂଜାର୍ଚ୍ଚନା ପରେ ମୋଦୀ ସେଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇଥିଲେ। ଚଳିତ ବର୍ଷ ସେ ମା’ଙ୍କ ପାଖକୁ ଯିବେ କି ନାହିଁ, ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି।
Follow Us