ୱିମ୍ବଲଡନ୍‌ ଓପନ୍‌ ଗ୍ରାଣ୍ଡ୍‌ସ୍ଲାମ୍‌ ପ୍ରତିଯୋଗିତା: ଜୋକୋଭିକ୍‌-କିର୍ଗିଅସ୍‌ ଫାଇନାଲ୍‌

Advertisment
ୱିମ୍ବଲଡନ୍‌ ଓପନ୍‌ ଗ୍ରାଣ୍ଡ୍‌ସ୍ଲାମ୍‌ ପ୍ରତିଯୋଗିତା: ଜୋକୋଭିକ୍‌-କିର୍ଗିଅସ୍‌ ଫାଇନାଲ୍‌

ଲଣ୍ଡନ : ଚଳିତ ବର୍ଷର ୱିମ୍ବଲଡନ୍‌ ଓପନ୍‌ ଗ୍ରାଣ୍ଡ୍‌ସ୍ଲାମ୍‌ ପ୍ରତିଯୋଗିତାର ପୁରୁଷ ଏକକ ଟ୍ରଫି ପାଇଁ ସର୍ବିଆ ତାରକା ନୋଭାକ୍‌ ଜୋକୋଭିକ୍‌ ଏବଂ ନିକ୍‌ କିର୍ଗିଅସ୍‌ ଲଢ଼ିବେ। ଦ୍ବିତୀୟ ମାନ୍ୟତାପ୍ରାପ୍ତ ସ୍ପେନ୍‌ ତାରକା ରାଫେଲ ନାଦାଲ କ୍ବାର୍ଟର ଫାଇନାଲ୍‌ ବେଳେ ଆହତ ହୋଇଥିବା‌ରୁ ପ୍ରଥମ ସେମିଫାଇନାଲ୍‌ ପୂର୍ବରୁ ଓହରି ଯାଇଥିଲେ। ଫଳରେ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିଦ୍ବନ୍ଦ୍ବୀ ଅଣମାନ୍ୟାପ୍ରାପ୍ତ କିର୍ଗିଅସ୍‌ ୱାକ୍‌ଓଭର ପାଇ ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ। ଅଲ୍‌ ଇଂଲଣ୍ଡ କ୍ଲବ୍‌ରେ କିର୍ଗିଅସ୍‌ ମଧ୍ୟ ପ୍ରଥମ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଅନ୍ୟପକ୍ଷରେ ଶୁକ୍ରବାରର ଦ୍ବିତୀୟ ସେମିଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଜୋକୋଭିକ୍‌ ପ୍ରଥମ ସେଟ୍‌କୁ ୨-୬ରେ ହାରିଯିବା ସତ୍ତ୍ବେ ଚମତ୍କାର ପ୍ରତ୍ୟାବର୍ତନ କରି ନବମ ମାନ୍ୟତାପ୍ରାପ୍ତ ସଂଯୁକ୍ତ ରାଷ୍ଟ୍ର ତାରକା କାମେରନ ନୁରିଙ୍କୁ ପରବର୍ତୀ ତିନି ସେଟ୍‌ରେ ଯଥାକ୍ରମେ ୬-୩, ୬-୨ ଓ ୬-୪ରେ ପରାସ୍ତ କରି ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଥିଲେ। ଏଥି ସହିତ ନିଜର ୨୧ତମ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ବିଜୟଠୁ ଆଉ ଗୋଟିଏ ପାଦ ଦୂରରେ ରହିଛନ୍ତି। ମୋଟ ଉପରେ ୬ ଥର ଏଠାରେ ବିଜେତା ହୋଇଥିବା ଜୋକୋଭିକ୍‌ ଗତବର୍ଷ ମଧ୍ୟ ଟ୍ରଫି ଜିତିଥିଲେ। ଫଳରେ ଏଥର ଟ୍ରଫି ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe