ଶୀତ ଋତୁରେ  ଆଲର୍ଜି  ବା ପ୍ରଦୂଷଣ ଜନିତ ସମସ୍ୟା ଉପୁଜିଲେ କ’ଣ କରିବେ?

Advertisment
ଶୀତ ଋତୁରେ  ଆଲର୍ଜି  ବା ପ୍ରଦୂଷଣ ଜନିତ ସମସ୍ୟା ଉପୁଜିଲେ କ’ଣ କରିବେ?

photo-cdn.shopify.com_

ଏକ  ନୂତନ ଅଧ୍ୟୟନରୁ    ଜଣାଯାଇଛି ଯେ ଶୀତ ଋତୁରେ ବାୟୁ ପ୍ରଦୂଷଣ ଯୋଗୁଁ କିଛି ଲୋକ ଆଲର୍ଜିର ମଧ୍ୟ ଶିକାର ହୋଇଥାନ୍ତି ବୋଲି କୁହାଯାଉଛି। ଆଉ କେତେକ ତ୍ୱଚାଜନିତ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି।  ବାୟୁ ପ୍ରଦୂଷଣ ଯୋଗୁଁ  ହୃଦ୍‌ରୋଗ, ହୃଦ୍‌ଘାତ , କର୍କଟ , ଆଜମା  ଆଦି  ରୋଗ  ହେବାର ଆଶଙ୍କା  ରହିଥାଏ ।

ଖାଲି ସେତିକି ନୁହେଁ   ଆମେରିକାର  ଓ୍ଵାସିଂଟନ ୟୁନିଭରର୍ସିଟ ସ୍କୁଲ୍‌ ଅଫ୍‌  ମେଡିସିନ୍‌ର  ଗବେଷକମାନେ  ଗବେଷଣାରୁ  ଜାଣିପାରିଛନ୍ତି ଯେ  ବାୟୁ ପ୍ରଦୂଷଣର କୁପ୍ରଭାବରୁ  କିଡନି ମଧ୍ୟ  ପ୍ରଭାବିତ  ହୋଇଥାଏ ଏହି  ଅଧ୍ୟୟନରୁ  ଜଣାଯାଇଛି ଯେ  ଶୀତ ଋତୁରେ  କିଛି ଲୋକ  ଆଲର୍ଜି  ହେତୁ  ଯନ୍ତ୍ରଣା  ଭୋଗିଥାନ୍ତି ।   ନାକରୁ ପାଣି ବାହାରିବା, ନିଃଶ୍ୱାସ  ପ୍ରଶ୍ୱାସରେ  କଷ୍ଟ ହେବା , କାନ ଓଗଳାରେ ଯନ୍ତ୍ରଣା  ଅନୁଭବ କରିବା, ଆଖି  ପୋଡିବା ଓ କୁଣ୍ଡେଇ  ହେବା ଭଳି  ସମସ୍ୟାର  ଶିକାର  ହୋଇଥାଆନ୍ତି ଏମାନେ ।     ଚିକିତ୍ସକଙ୍କ ମତ ଅନୁଯାୟୀ ଗଳା-ନାକ-ଆଖି ଓ କାନ ଏସମସ୍ତ ଅଙ୍ଗ ପରସ୍ପର ସହିତ  ସଂଯୁକ୍ତ ।  ଶରୀରରୁ  ଉପରୋକ୍ତ ଅଙ୍ଗ  ମଧ୍ୟରୁ କୌଣସି ଗୋଟିକରେ  ଯନ୍ତ୍ରଣା ଦେଖା ଦିଏ, ତେବେ  ଏହା ଜରିଆରେ  ଅନ୍ୟ ଅଙ୍ଗ ଗୁଡ଼ିକ   ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଆନ୍ତି ।  ଏସମସ୍ତ ଅଙ୍ଗ ଅଧିକାଂଶ କ୍ଷେତ୍ରରେ  ପ୍ରଦୂଷଣ  ହେତୁ ସମସ୍ୟାର ସମ୍ମୁଖୀନ  ହୋଇଥାଆନ୍ତି । ଏଣୁ ଉପରୋକ୍ତ ଅଙ୍ଗର ଯଥେଷ୍ଟ ସୁରକ୍ଷା ଦରକାର।   ପ୍ରଦୂଷଣର  କୁପ୍ରଭାବ  ତ୍ୱଚା ଉପରେ ମଧ୍ୟ ପଡ଼ିଥାଏ ।

publive-image photo-natural-health-journals.com

ଶୀତ ଋତୁରେ ପ୍ରଦୂଷଣ ଜନିତ ସମସ୍ୟା  ହେତୁ  ଅନେକ କ୍ଷେତ୍ରରେ ତ୍ୱଚା  ଲାଲ୍‌ ହୋଇଯାଇଥାଏ ।  ଏଣୁ  ଚିକିତ୍ସକଙ୍କ ପରାମର୍ଶ  ହେଲା ଯେ  ଶୀତ ଋତୁରେ ପ୍ରାତଃ  ଭ୍ରମଣରେ ନ ଯିବା ଭଲ ।  ଖାସ୍‌ କରି  ସକାଳ ୫ ଟାରୁ ୬ଟା  ଭିତରେ ଆଦୌ ବାହାରକୁ  ଯିବା ଉଚିତ ନୁହେଁ ।  କାରଣ ଏହି ସମୟରେ ବାୟୁମଣ୍ଡଳରେ ସର୍ବାଧିକ  ଆର୍ଦ୍ରତା ଥାଏ ।  ତା’ଛଡା  ଥଣ୍ଡାର ପ୍ରକୋପ ମଧ୍ୟ ରହିଥାଏ ।

ଚିକିତ୍ସକମାନଙ୍କ  ପରାମର୍ଶ  ଅନୁଯାୟୀ  ଯଦି ସକାଳେ ଭ୍ରମଣ  ଜରୁରୀ, ତେବେ  ୭ଟା ବେଳେ  ଯାଇପାରନ୍ତି, କିନ୍ତୁ ତା’ପୂର୍ବରୁ ନ ବାହାରିବା ଭଲ । ସବୁଠୁ ଭଲ ହେବ ଯଦି ଆପଣ ସକାଳ ପରିବର୍ତ୍ତେ ସନ୍ଧ୍ୟ ସମୟରେ ଚାଲିବାକୁ ଯିବେ।   ସାର୍ବଜନିକ ସ୍ଥାନ ମାନଙ୍କରେ ମାସ୍କ ପିନ୍ଧନ୍ତୁ । କେବଳ ବ୍ୟବହାର ପରେ ଫୋପାଡ଼ି ଦେଉଥିବା( ଡିସ୍ପୋଜେବଲ)   ମାସ୍କର ପ୍ରୟୋଗ କରିବା ଉଚିତ । ପ୍ରଦୂଷଣରୁ   ଆଖିକୁ ରକ୍ଷା କରିବା ଲାଗି  ଜିରୋ ପାଓ୍ଵାର୍‌ ଯୁକ୍ତ ଚଷମା ବ୍ୟବହାର କରନ୍ତୁ । ମୋଟର ସାଇକଲୁ ଚଳାଉଥିଲେ ହେଲମେଟରେ  ଥିବା ଗ୍ଲାସକୁ ବନ୍ଦ ରଖିବା ଉଚିତ।   ଯଦି ଶ୍ୱାସପ୍ରଶ୍ୱାସରେ କୌଣସି ପ୍ରକାରର ଅସୁବିଧା  ପରିଲକ୍ଷିତ ହୁଏ, ଛାତି ବା ଗଳାରେ ସମସ୍ୟା  ଉପୁଜେ ତେବେ ତତକ୍ଷଣାତ୍‌ ରକ୍ତଚାପ ଓ  ଛାତିର ଚେକ୍‌ଅପ  କରାଇ ନେବା  ଉଚିତ । ଠିକ୍‌ ସେହିପରି ନିଜର ହୃଦୟ ରୋଗ ଥାଏ ତେବେ ,ତେବେ ଅଧିକ ସଚେତନ ହେବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe