ପୁଣି ବିଦାଦରେ ଏଆଇଏଡିଏମକେ: ଦଳର ପତାକା ସ୍ତମ୍ଭ‌ରେ ମାଡ଼ ହେବାରୁ ବଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ

Advertisment
ପୁଣି ବିଦାଦରେ ଏଆଇଏଡିଏମକେ: ଦଳର ପତାକା ସ୍ତମ୍ଭ‌ରେ ମାଡ଼ ହେବାରୁ ବଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ

indiatimes.com

ଚେନ୍ନାଇ: କିଛି ଦିନ ତଳେ ରାସ୍ତା‌ରେ ଲାଗିଥିବା ଏଆଇଏଡିଏମକେର ହୋର୍ଡିଂ ପୋଷ୍ଟର ପାଇଁ ଜଣେ ୨୩ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ପୋଷ୍ଟରଟି ପବନରେ ଉଡ଼ି ଆସି ଛାତ୍ରୀଙ୍କ ମୁହଁରେ ପଡ଼ିବାରୁ ସେ ନିୟନ୍ତ୍ରଣ ହରାଇ ତଳେ ପଡ଼ି ଯାଇଥିଲେ। ଯାହା ପରେ ତାଙ୍କ ଉପ‌ରେ ଗାଡ଼ି ଚଢ଼ିଯିବାରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଅନେକ ବିବାଦ ଦେଖା ଦେଇଥିବା ବେଳେ ଏବେ ପୁଣି ଥରେ ଏଆଇଏଡିଏମକେ ପାଇଁ ଆଉ ଏକ ଦୁର୍ଘଟଣା ଘଟିଛି। କୋଏମ୍ବାଟୁରରେ ରହୁଥିବା ୩୦ବର୍ଷୀୟା ରାଜେଶ୍ବରୀ ଏବେ ଏଆଇଏଡିଏମକେର ପତାକା ଉଡ଼ୁଥିବା ସ୍ତମ୍ଭ‌ ପାଇଁ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି।

aiadmk flagpole indiatimes.com

ସୂଚନା ମୁତାବକ, ପତାକା ସ୍ତମ୍ଭ‌ରେ ମାଡ଼ ହେବାରୁ ନିଜକୁ ବଞ୍ଚାଇବାକୁ ଯାଇ ସେ ନିୟନ୍ତ୍ରଣ ହରାଇ ସ୍କୁଟିରୁ ତଳକୁ ଖସି ପଡ଼ିଥିଲେ। ଯାହା ପରେ ପଛପଟୁ ଆସୁଥିବା ଟ୍ରକଟି ତାଙ୍କ ଗୋଡ଼ରେ ଚଢ଼ି ଯାଇଥିଲା। ଦୁର୍ଘଟଣାରେ ତାଙ୍କ ଗୋଡ଼ ଟ୍ରକ ଚକା ତଳେ ଚାପି ହୋଇ ଯାଇଥିବା ବେଳେ ଶରୀରରେ ଅନ୍ୟ ଅଙ୍ଗରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଘଟଣା ପରେ ପୁଲିସ ଟ୍ରକ ଚାଳକ ବିରୋଧରେ ଏତଲା ରୁଜୁ କରିଥିବା ବେଳେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା କହିଛି ପୁଲିସ। ସବୁଠାରୁ ବଡ଼ କଥା ହେଲା ୨୩ବର୍ଷୀୟା ମୃତ ଶୁଭଶ୍ରୀଙ୍କ ମାମଲାରେ ଏଆଇଏଡିଏମକେର ନେତା ଜୟଗୋପାଲଙ୍କୁ ମାଡ୍ରାସ ହାଇକୋର୍ଟ ନଭେମ୍ବର ୧୩ରେ ଜାମିନ ଦେଇଥିବା ବେଳେ ଏବେ ପୁଣି ଏଭଳି ଏକ ଅଭାବନୀୟ ଘଟଣା ଘଟିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe