ସବୁବେଳେ ମାଡ଼ ମାରୁଥିଲେ ପତ୍ନୀ, ସିସିଟିଭି ଲଗାଇ ପ୍ରମାଣ ‌ଯୋଗାଡ଼ କଲେ ସ୍ବାମୀ

Advertisment
ସବୁବେଳେ ମାଡ଼ ମାରୁଥିଲେ ପତ୍ନୀ, ସିସିଟିଭି ଲଗାଇ ପ୍ରମାଣ ‌ଯୋଗାଡ଼ କଲେ ସ୍ବାମୀ

ନୂଆଦିଲ୍ଲୀ: ଘରୋଇ ନିର୍ଯାତନା ଆଜିକାଲି ଅତି ସାଧାରଣ ହୋଇଗଲାଣି। ପ୍ରତିଦିନ କେହି ନା କେହି ନିର୍ଯାତନାର ଶିକାର ହେଉଥିବାର ଖବର ମିଳେ। ପୂର୍ବରୁ କେବଳ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବାର ଖବର ମିଳୁଥିବା ବେଳେ ଏବେ ପୁରୁଷମାନେ ମଧ୍ୟ ନିର୍ଯାତନାର ଶିକାର ହେଉଛନ୍ତି। ଏବେ ସେଭଳି ଏକ ଖବର ସାମ୍ନାକୁ ଆସିଛି। ସ୍ବାମୀ ଘରକୁ ବିଳମ୍ବରେ ଆସିବାରୁ ସ୍ତ୍ରୀ ତାଙ୍କୁ ମାଡ଼ ମାରିଥିବା କୁହାଯାଉଛି।

ଘଟଣାର ଭିଡିଓ ଏକ୍ସରେ ସେୟାର କରାଯିବା ପରେ ଏହା ଭାଇରାଲ ହେଉଛି। ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ, ସ୍ବାମୀ ଘରକୁ ଆସିବା ପରେ ପିଟିଲା ସ୍ତ୍ରୀ।

ଭିଡିଓରେ ଦେଖାଯାଇଛି ଯେ, ଯୁବକଜଣକ ଘର ଭିତରକୁ ଆସି ହେଲମେଟ କାଢ଼ୁଥିବା ଦେଖି ଯୁବତୀ ଦୌଡ଼ି ଆସୁଛନ୍ତି। ଏହା ପରେ ତାଙ୍କ ମୁହଁ ଓ ଦେହକୁ ମାଡ଼ ମାରିବା ଆରମ୍ଭ କରୁଛନ୍ତି। ଗୋଇଠା ମାରିବା ସହ ମୁଥ ଉପରେ ମୁଥ ମାରୁଛନ୍ତି ପତ୍ନୀ। ପୀଡ଼ିତଙ୍କ କହିବା ମୁତାବକ, ତାଙ୍କ ପତ୍ନୀ ତାଙ୍କୁ ସବୁବେଳେ ମାଡ଼ ମାରନ୍ତି। ପ୍ରମାଣ ରଖିବା ପାଇଁ ସେ ଘରେ ସିସିଟିଭି ଲଗାଇଥିଲେ। ଏହା ତାଙ୍କ ପତ୍ନୀଙ୍କୁ ଜଣାନଥିଲା।

ନଭେମ୍ବର ୨୯ରେ ଭିଡିଓ ସେୟାର କରାଯାଇଥିବା ବେଳେ ଏବେ ୨୩ମିଲିୟନରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe