କୋଲକାତା ଦୁର୍ଗାପୂଜା ମଣ୍ଡପରେ ନୂଆ ପରମ୍ପରା: ପୁରୁଷ ନୁହେଁ, ମହିଳାମାନେ ପୂଜାର୍ଚ୍ଚନା କରି ସ୍ଥାପନ କଲେ ମା’ଙ୍କ ପ୍ରତିମା

Advertisment
କୋଲକାତା ଦୁର୍ଗାପୂଜା ମଣ୍ଡପରେ ନୂଆ ପରମ୍ପରା: ପୁରୁଷ ନୁହେଁ, ମହିଳାମାନେ ପୂଜାର୍ଚ୍ଚନା କରି ସ୍ଥାପନ କଲେ ମା’ଙ୍କ ପ୍ରତିମା

କୋଲକାତା: ପଶ୍ଚିମବଙ୍ଗରେ ଦୂର୍ଗାପୂଜାଠାରୁ ବଡ଼ ଯାତ୍ରା ଆଉ କିଛି ନାହିଁ ବୋଲି କହିଲେ ଭୁଲ୍‌ ହେବ ନାହିଁ। ଦଶହରା ଆସିବାର ଅନେକ ଦିନ ଆଗକୁ ପଶ୍ଚିବଙ୍ଗର ଲୋକେ ପ୍ରସ୍ତୁତି‌ରେ ମାତି ଯାଆନ୍ତି। ଭଲ ପୋଷାକକିଣାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପ୍ରସ୍ତୁତ‌ିରେ ଲାଗିପଡ଼ନ୍ତି ପଶ୍ଚିମବଙ୍ଗବାସୀ। କେବଳ ପଶ୍ଚିମବଙ୍ଗ କାହିଁକି, ଦଶହରା ଦେଶର ଅନ୍ୟ କେତେକ ସ୍ଥାନରେ ବି ବଡ଼ ପର୍ବ। ମାତ୍ର ପଶ୍ଚିମବଙ୍ଗରେ ଯେପରି ଆଡମ୍ବର ସହକାରେ ଦଶହରା ପାଳନ ହୁଏ, ସେପରି ହୁଏତ ଦେଶର ଅନ୍ୟ କୌଣସି ସ୍ଥାନରେ ପାଳନ ହୁଏ ନାହିଁ। ସେଥିପାଇଁ କଲିକତା ଦୁର୍ଗାପୂଜା ପୃଥିବୀ ବିଖ୍ୟାତ।

ବର୍ଷ ବର୍ଷ ଧରି ଦେବୀଙ୍କ ପୂଜା ପୁରୁଷ ପୂଜାରୀ କରି ଆସୁଥିବାର ଯେଉଁ ପରମ୍ପରା ରହିଛି ଚଳିତବର୍ଷ କଲିକତାର ଏକ ପୂଜା କମିଟି ସେ ନିୟମକୁ ଭଙ୍ଗ କରି ମାଆଙ୍କ ଆରାଧନା ପାଇଁ ମହିଳା ପୂଜକଙ୍କୁ ସାମିଲ୍ କରିଥିବା ସୂଚନା ରହିଛି।

ଦେଖିବାକୁ ମିିଳିଛି ଯେ  କୋଲକାତାର ପାଲି ଯୁବକ ବୃନ୍ଦ ପେଣ୍ଡାଲ୍‌ରେ ମହିଳାମାନଙ୍କର ଏକ ଗୋଷ୍ଠୀ ମଶାଲ ଏବଂ ଟର୍ଚ ଧରି ଶୋଭାଯାତ୍ରାରେ ଯାଇ ମାଆଙ୍କ ପ୍ରତିମାକୁ ସ୍ଥାପନ କରିଛନ୍ତି।

ଏହି ସମୟର ଏକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର ହୋଇଛି । ସେଥିରେ ଦେଖିବାକୁ ମିଳିଛି ଯେ କିଛି ମହିଳା ପାରମ୍ପରିକ ଶାଢ଼ି ପରିଧାର କରି ଧୁନୁଚି ନୃତ୍ୟ ପ୍ରଦର୍ଶନ କରି ମାଆ ଦୁର୍ଗାଙ୍କୁ ପେଣ୍ଡାଲରେ ନେଇ ସ୍ଥାପନା କରିଛନ୍ତି। ବର୍ତ୍ତମାନ ଏହି ଘଟଣା ଚର୍ଚ୍ଚାର ପରିସରକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe