କୃଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ କମିଟି ଗଠନ କରିବା ନିଷ୍ପତ୍ତିକୁ କୃଷକ ସଂଗଠନର ବିରୋଧ

Advertisment
କୃଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ କମିଟି ଗଠନ କରିବା ନିଷ୍ପତ୍ତିକୁ କୃଷକ ସଂଗଠନର ବିରୋଧ

aajtak

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକ ସଂଗଠନମାନଙ୍କ ମଧ୍ୟରେ ଚାଲିଥିବା ଅଚଳାବସ୍ଥାର ଅବସାନ ପାଇଁ    ସୁପ୍ରିମକୋର୍ଟ ଆଜି ଏହି ଆଇନକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୃଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଆଜି ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ୪ ଜଣ ସଦସ୍ୟ ଅଛନ୍ତି । ସେମାନେ ହେଲେ କୃଷି ଅର୍ଥନିତିଜ୍ଞ ଡ. ଅଶୋକ ଗୁଲାଟି, ଭାରତ କିଷାନ ୟୁନିୟନ ସଭାପତି ଡ.ଜିତେନ୍ଦ୍ର ସିଂ ମାନ, ଅନ୍ତର୍ଜାତୀୟ ନୀତି ବିଶେଷଜ୍ଞ ଡ. ପ୍ରମୋଦ ଯୋଶୀ ଓ ମହାରାଷ୍ଟ୍ର ଶିବକେରୀ ସଂଗଠନର ସଦସ୍ୟ ଅନୀଲ ଧନବତ୍ । ତେବେ ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ କମିଟି ଗଠନ କରିବାର ନିଷ୍ପତ୍ତିକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି କୃଷକ ସଂଗଠନ।

Farmers' Protest News Highlights | SC To Pronounce Orders On January 12 On  Farm Laws, Farmers' Protests Moneycontrol

କୃଷକ ନେତା ରାକେଶ ଟିକେତ ଟୁଇଟ କରି କହିଛନ୍ତି ଯେ, ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ସମସ୍ତ ସଦସ୍ୟ ଖୋଲା ବଜାର ବ୍ୟବସ୍ଥା କିମ୍ବା ଆଇନର ସମର୍ଥକ ଅଟନ୍ତି। ଅଶୋକ ଗୁଲାଟିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଆଇନ ଆଣିବାକୁ ସୁପାରିଶ କରିଥିଲା। ସବୁ ଜାଣି ମଧ୍ୟ ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଥିବାରୁ ଦେଶର କୃଷକ ନିରାଶ ହୋଇଛନ୍ତି। ଚାଷୀଙ୍କ ଦାବି ହେଉଛି ଆଇନକୁ ରଦ୍ଦ କରିବା। ଏହି ଚାହିଦା ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ ଯାଞ୍ଚ କରିବା ପରେ ସଂଯୁକ୍ତ ମୋର୍ଚ୍ଚା ଆସନ୍ତାକାଲି ଆଗାମୀ ରଣନୀତି ଘୋଷଣା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe