୫ ଲକ୍ଷ ଟଙ୍କାର ଚୋରା କାଠ ଜବତ: ବେପାରୀ ଫେରାର

Advertisment
୫ ଲକ୍ଷ ଟଙ୍କାର ଚୋରା କାଠ ଜବତ: ବେପାରୀ ଫେରାର

ରାଉରକେଲା: ଆଜି ସକାଳେ ଗୋପବନ୍ଧୁପାଲିର ଏକ ଘରେ ରାଉରକେଲା ବନ ବିଭାଗର ଚଢ଼ଉ କରିଛି। ପ୍ରାୟ ୨୦୦ ସିଏଫଟି ( ପାଞ୍ଚ ଲକ୍ଷ ଟଙ୍କାର) ଚୋରା କାଠ ଜବତ କରିଛି। ଚଢ଼ଉ ସଂକ୍ରାନ୍ତରେ ସୂଚନା ପାଇ ବେପାରୀ ଜଣକ ଫେରାର ହୋଇଯାଇଛି। ଜବତ କାଠ ମଧ୍ୟରେ ରହିଛି ଶାଗୁଆନ, ଶାଳ, ପିଆଶାଳ, ଗମ୍ଭାରୀ ଓ ଅନ୍ୟ କାଠ। ଗୁପ୍ତ ସୂଚନା ଅଧାରେ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ନେତୃତ୍ୱରେ ଏକ ଟିମ ସକାଳୁ ଗୋପନନ୍ଧୁପାଲିସ୍ଥ ଘରେ ଚଢ଼ଉ କରିଥିଲେ।

କାଠ କେଉଁଠୁ ଆସୁଥିଲା? କେଉଁଠିକୁ ଚାଲାଣ ହେଉଥିଲା? ଏହି ଚୋରା କାରବାରରେ କେଉଁ କେଉଁମାନେ ସାମିଲ ଅଛନ୍ତି ବନବିଭାଗ ତାର ତଦନ୍ତ ଚଳାଇଛି। ଏହା ପୂର୍ବରୁ ଓଡିଶା ଝାରଖଣ୍ଡ ସୀମାନ୍ତ ଗାଁରେ ବନ ବିଭାଗ ଚଢ଼ଉ କରି ବିପୁଳ ପରିମାଣର କାଠ ଜବତ କରିବା ସହ ଛଅ ଜଣକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe