DNA India
ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ସାରିଅଁ ଗ୍ରାମରେ ଆଜି ସନ୍ଧ୍ୟାରେ ଜଣେ ଯୁବକ ଆକ୍ରମଣରେ ଅନ୍ୟ ଜଣେ ଯୁବକର ମୃତ୍ୟୁ ହୋଇଯାଇଛି।
ସୂୂଚନାନୁସାରେ ସାରିଅଁ ଗ୍ରାମର ନାରାୟଣ ସାହୁଙ୍କ ପୁଅ ସନାତନ ସାହୁ, ବ୍ରହ୍ମାନନ୍ଦ ନାୟକଙ୍କ ପୁଅ ବାପି ନାୟକ ଏବଂ ଅନ୍ୟ କେତେ ଜଣ ଆଜି ଭୋଜି କରିବାକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେଠାରୁ ଗ୍ରାମକୁ ଫେରିବା ପରେ ସନ୍ଧ୍ୟାରେ ପୁଣି ଝଗଡା ଲାଗିଥିଲେ। ସନାତନ ଘର ବାହାରେ ବସିଥିଲା ବେଳେ ବାପି ଏକ ମରଣାସ୍ତ୍ର ଧରି ସେଠାରେ ପହଁଚି ତା ମୁଣ୍ଡକୁ ଆକ୍ରମଣ କରିଥିଲା। ସେଠାରେ ତଳେ ପଡି ଛଟ ପଟ ହେଉଥିବା ବେଳେ ବାପି ସେଠାରୁ ପଳାଇଯାଇଥିଲା। ସ୍ଥାନୀୟ ଲୋକେ ସନାତନକୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, ସେଠାରେ ତାର ମୃତ୍ୟୁ ହୋଇଯାଇଛି। ବାପିକୁ ଗ୍ରାମବାସୀ କାବୁ କରି ସଦର ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହ ଅଭିଯୁକ୍ତ ଵାପିକୁ ଅଟକ ରଖିଛି।
Follow Us