new indian express
କଲମପୁର: କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁର ସହଦେଵ ମାଝୀଙ୍କ ପୁଅ ତପୁ ମାଝୀ (୨୨)ଙ୍କ ମୃତଦେହ ନିକଟସ୍ଥ କେନାଲରୁ ଉଦ୍ଧାର କରାଯାଇଛି। ତପୁ ସୋମବାର ସନ୍ଧ୍ୟା ୬ ଟା ରେ ସାଙ୍ ମାନଙ୍କ ସହ ଗାଁ ନିକଟ ଦେଇ ଯାଇଥିବା ମୁଖ୍ୟ କେନାଲକୁ ଶୌଚ ପାଇଁ ଯାଇଥିଲେ। ହଠାତ କେନାଲରୁ ଖସି ପଡ଼ି ସେ ନିଖୋଜ ହୋଇ ଯାଇଥିଲେ। ଉଦ୍ଧାର କରିବାକୁ ଯାଇ ସମ୍ପର୍କୀୟ ଭାଇ ତାପସ ମାଝୀ ମଧ୍ୟ କେନାଲ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଯାଇଥିବା ଅନ୍ୟ ସାଙ୍ଗମାନେ ଖବର ଜଣାଇବାରୁ ଗ୍ରାମବାସୀ ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ।
ତାପସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋମବାର ସନ୍ଧ୍ୟାରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ। କିନ୍ତୁ ତପୁ ମାଝୀଙ୍କୁ ଖୋଜାଖୋଜି କରି ମଧ୍ୟ ରାତିରେ ପାଇଲେ ନାହିଁ। ଏହାପରେ କେନାଲ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ କେନାଲ ପାଣି ବନ୍ଦ କରିଥିଲେ। ମଙ୍ଗଳବାର ସକାଳୁ ସେହି କେନାଲରେ ହିଁ ତପୁଙ୍କ ଶବ ଦେଖିବାକୁ ମିଳିଥିଲା। ଅଗ୍ନିଶମ ବିଭାଗ ଦ୍ୱାରା ଶବକୁ ଉଦ୍ଧାର କରାଯାଇଛି। ଅଭିଯୋଗ ପାଇ ଘଟଣାସ୍ଥଳରେ କଲମପୁର ଫାଣ୍ଡି ଅଧିକାରୀ ଅଶୋକ କୁମାର ପ୍ରଧାନ ତଦନ୍ତ ଜାରି ରଖିଛନ୍ତି। ତପୁଙ୍କ ଶବର ବ୍ୟବଚ୍ଛେଦ ପାଇଁ ଜୟପାଟଣାକୁ ପଠାଯାଇଛି।
Follow Us