ମୁମ୍ବାଇ : ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଯୁବରାଜ୍ ସିଂ । ଏକ ସାମ୍ବାଦିକ ସମ୍ମିଳନୀ କରି ଅବସର ବିଷୟରେ ଘୋଷଣା କରିଛନ୍ତି ଯୁବରାଜ । ସେ କହିଛନ୍ତି, ତାଙ୍କ ବାପାଙ୍କ ସ୍ୱପ୍ନକୁ ପୂରଣ କରିଛନ୍ତି । କେବେ ବି ହାର ମାନି ନାହାନ୍ତି । ତେବେ ଅବସର ଘୋଷଣା ସମୟରେ ଯୁବରାଜ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଛି । ୨୦୧୧ ବିଶ୍ୱକପ୍ ତାଙ୍କ ପାଇଁ ସ୍ୱପ୍ନ ଥିଲା ବୋଲି କହିଛନ୍ତି ।
ଭାରତକୁ ୨୦୦୭ ଟି-୨୦ ବିଶ୍ବକପ୍ ଓ ୨୦୧୧ କ୍ରିକେଟ ବିଶ୍ବକପରେ ହିରୋ ସାଜିଥିବା ଯୁବରାଜ ସିଂ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଯୁବରାଜ ସିଂ ମୁମ୍ବାଇର ସାଉଥ୍ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି । ନିଜ କ୍ରିକେଟ କ୍ୟାରିୟରରେ ଯୁବରାଜ ମୋଟ୍ ୩୦୪ଟି ଦିନିକିଆ , ୪୦ଟି ଟେଷ୍ଟ ଓ ୫୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି।
/sambad/media/post_attachments/wp-content/uploads/2019/03/yuvrajsingh.jpeg) India Today
 India Todayସୂଚନା ଅନୁସାରେ ଯୁବରାଜ ସିଂ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଆଇସିସି ମାନ୍ୟତା ପ୍ରାପ୍ତ ବିଦେଶୀ ଟି-୨୦ ଲିଗରେ ଖେଳିବା ପାଇଁ ଚାହୁଁଛନ୍ତି । ଯୁବରାଜ ଟି-୨୦ ଲିଗରେ ଫ୍ରିଲାନ୍ସ କ୍ରିକେଟର ରୂପରେ ଖେଳିବାର ସମ୍ଭାବନା ରହିଛି । ଯୁବରାଜ ସିଂ ୨୦୧୯ ବିଶ୍ବକପ୍ ଖେଳିବା ପାଇଁ ଆଗ୍ରହୀ ଥିଲେ, ମାତ୍ର ଖରାପ ଫର୍ମ ଓ ଫିଟନେସ୍ କାରଣରୁ ତାଙ୍କ ବିଶ୍ୱକପ୍ ଖେଳିବା ସ୍ୱପ୍ନ ଅଧୁରା ରହିଗଲା ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/06/Yuvraj-Singh-Retirement_Thumbnail_2.jpg)