ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

Advertisment

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା କପାଣି ପଞ୍ଚାୟତ ତରା ଗାଁର ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ସହ ଆକ୍ରମଣ କରାଯାଇଥିବା ନେଇ ବେଲପଡ଼ା ଥାନାରେ ଅଭିଯୋଗ ହୋଇଛି। ଦୁଷ୍କର୍ମ ଉଦ୍ୟମ କରୁଥିବା ଯୁବକଙ୍କୁ ପୁଲିସ ଗିରଫ କରି ନାହିଁ।
ପୀଡିତାଙ୍କ ଅଭିଯୋଗ ଅନୁସାରେ, ତରା ଗାଁ ପୋଖରୀ ନିକଟରେ ଗାଁର ମୁରଲୀ ଧରୁଆ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଗାଁର ବେଣୁ ଧରୁଆ ଓ ସୁଦେ ମାଝୀ ପହଞ୍ଚି ଯିବାରୁ ଅଭିଯୁକ୍ତ ମୁରଲୀ ସେଠାରୁ ପଳାଇ ଯାଇଥିଲେ। ଅଭିଯୁକ୍ତ ମୁରଲୀର ମା’ ହେଉଛନ୍ତି ପୂର୍ବତନ ସମିତି ସଭ୍ୟା। ସେ ମାମଲାକୁ ଭିନ୍ନ ରୂପ ଦେଇ ପ୍ରସଙ୍ଗକୁ ଚପେଇ ଦେବା ପାଇଁ ଉଦ୍ୟମ କରିଥିଲେ। ତେବେ ପୀଡ଼ିତା ଥାନାରେ ଲିଖିତ ଜଣାଇବା ପରେ ବେଲପଡ଼ା ପୁଲିସ ଏକ ମାମଲା ରୁଜୁ କରିଛି। ତେବେ ଦୁଷ୍କର୍ମ ଉଦ୍ୟମକାରୀ ଯୁବକକୁ ଗିରଫ କରିବାରେ ପୁଲିସ ଟାଳଟୁଳ ନୀତି ଆପଣାଉଥିବା ଅଭିଯୋଗ ଆସୁଛି ପୀଡ଼ିତାଙ୍କ ପରିବାର ପକ୍ଷରୁ। ଦୁଇଜଣ ବିଜେପି ନେତା ମାମଲାରେ ହସ୍ତକ୍ଷେପ କରି ଚପେଇ ଦେବାକୁ ଚେଷ୍ଟା ଚାଲିଛି ବୋଲି କୁହାଯାଉଛି। ମୁରଲୀକୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe