Action: ଟଙ୍କା ପାଇଁ ଶିଶୁ ବିକ୍ରି ଘଟଣା: ଦୋଷୀ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

Advertisment

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଏବଂ ଅତ୍ୟନ୍ତ ନିନ୍ଦନୀୟ ଘଟଣା ଭାବେ ନବଜାତ ଶିଶୁକୁ ବାପା-ମା’ ବିକ୍ରି କରିବା ଏବଂ ପରେ ଜେଜେମା  ଥାନାରେ ଏତେଲା ଦେବା ମାମଲାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ...

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଏବଂ ଅତ୍ୟନ୍ତ ନିନ୍ଦନୀୟ ଘଟଣା ଭାବେ ନବଜାତ ଶିଶୁକୁ ବାପା-ମା’ ବିକ୍ରି କରିବା ଏବଂ ପରେ ଜେଜେମା  ଥାନାରେ ଏତେଲା ଦେବା ମାମଲାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ...

bhadrak

ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଏବଂ ଅତ୍ୟନ୍ତ ନିନ୍ଦନୀୟ ଘଟଣା ଭାବେ ନବଜାତ ଶିଶୁକୁ ବାପା-ମା’ ବିକ୍ରି କରିବା ଏବଂ ପରେ ଜେଜେମା ଥାନାରେ ଏତେଲା ଦେବା ମାମଲାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ମନସ୍ମିତା ଖୁଣ୍ଟିଆ କହିଛନ୍ତି।

ଆହୁରି ପଢ଼ନ୍ତୁ: Cold Wave: ପୁଣି ପାରଦ ତଳମୁହାଁ, ଅସହ୍ୟ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ

ଶିଶୁ ବିକ୍ରିକୁ ନେଇ ମାମଲା ରୁଜୁ ହେବାର ୨୪ ଘଣ୍ଟା ଭିତରେ ପୁଲିସ ଏବଂ ସିଏଚ୍‌ଏଲ୍‌ ମିଳିତ ଭାବରେ ପିଲାକୁ କଟକରୁ ଉଦ୍ଧାର କରିଥିଲେ। ସେଥିପାଇଁ ତାଙ୍କୁ ସାଧୁବାଦ ଜଣାଇଥିଲେ। ଭଦ୍ରକର DCPU ଏବଂ CWC ଘଟଣାଟିରେ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ ଏ ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ମଧ୍ୟ ଜାରି ରହିଛି। ଘଟଣାର ତଦନ୍ତରେ ଆସିଥିବା ଶ୍ରୀମତୀ ଖୁଣ୍ଟିଆ ଶିଶୁର ପରିବାର ଲୋକଙ୍କୁ ଭେଟି ପଚରା ଉଚୁରା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅପରାଧ ପ୍ରତି ଶୁନ୍ୟ ସହନଶୀଳତା ରହିଛି। ଶିଶୁର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଅପରାଧୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିବା ସହିତ ଅଧିକ ତଦନ୍ତ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌କୁ ପରାମର୍ଶ ଦେଇଛନ୍ତି। 

କେମିତି ଚାଲିଛି ରାଜ୍ୟର ବିକାଶ?

ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି। ସାଧାରଣ ନିର୍ବାଚନ-୨୦୨୪ରେ ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାରେ କ୍ଷମତାକୁ ଆସିଲା ପରେ ରାଜ୍ୟର ବିକାଶ ଗତି ଆଗକୁ ଗଡ଼ିବ ବୋଲି ଆଶା କରାଯାଉଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବାରମ୍ବାର ବିଭିନ୍ନ ସଭାରେ ଓଡ଼ିଶାର ବିକାଶ ନେଇ ସମ୍ବୋଧନ କରିଛନ୍ତି। ତେବେ ଭଦ୍ରକ ଭଳି ଅଗ୍ରଣୀ ଜିଲ୍ଲାରେ ଶିଶୁ ବିକ୍ରି ଘଟଣା ବୁଦ୍ଧିଜୀବୀ ମହଲରେ ତୀବ୍ର ଆଲୋଚନା ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe