Advertisment

ଓଜେଏସ୍‌ ପରୀକ୍ଷା ଖାତା ମୂଲ୍ୟାୟନ: ଓପିଏସ୍‌ସିର ଆବେଦନ ସୁପ୍ରିମକୋର୍ଟରେ ଖାରଜ

Advertisment

ଓଜେଏସ୍‌ ପରୀକ୍ଷାରେ ଖାତାରେ ଲେଖାଯାଇଥିବା ଉତ୍ତରର ମୂଲ୍ୟାୟନ କରାଯାଇ ନଥିବା ମାମଲାରେ ସଂପୃକ୍ତ ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓପିଏସ୍‌ସିକୁ ନିର୍ଦ୍ଦେଶ ପ୍ରଦାନ କରି ଓଡ଼ିଶା ହାଇକୋର୍ଟ ୨୦୨୫, ଫେବ୍ରୁଆରି ୩ରେ ପ୍ରଦାନ କରିଥିବା ରାୟ ସୁପ୍ରିମକୋର୍ଟରେ କାଏମ୍‌ ରହିଛି।

ଓଜେଏସ୍‌ ପରୀକ୍ଷାରେ ଖାତାରେ ଲେଖାଯାଇଥିବା ଉତ୍ତରର ମୂଲ୍ୟାୟନ କରାଯାଇ ନଥିବା ମାମଲାରେ ସଂପୃକ୍ତ ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓପିଏସ୍‌ସିକୁ ନିର୍ଦ୍ଦେଶ ପ୍ରଦାନ କରି ଓଡ଼ିଶା ହାଇକୋର୍ଟ ୨୦୨୫, ଫେବ୍ରୁଆରି ୩ରେ ପ୍ରଦାନ କରିଥିବା ରାୟ ସୁପ୍ରିମକୋର୍ଟରେ କାଏମ୍‌ ରହିଛି।

Supreme Court judgement

Supreme Court judgement Photograph: (sambad.in )

କଟକ: ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍‌) ପରୀକ୍ଷାରେ ଖାତାରେ ଲେଖାଯାଇଥିବା ଉତ୍ତରର ମୂଲ୍ୟାୟନ କରାଯାଇ ନଥିବା ମାମଲାରେ ସଂପୃକ୍ତ ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)କୁ ନିର୍ଦ୍ଦେଶ ପ୍ରଦାନ କରି ଓଡ଼ିଶା ହାଇକୋର୍ଟ ୨୦୨୫, ଫେବ୍ରୁଆରି ୩ରେ ପ୍ରଦାନ କରିଥିବା ରାୟ ସୁପ୍ରିମକୋର୍ଟରେ କାଏମ୍‌ ରହିଛି।

ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଓପିଏସ୍‌ସି ଦାୟର କରିଥିବା ଏସ୍‌ଏଲ୍‌ପିକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବିଚାରବିଭାଗୀୟ ଅଧିକାରୀ ହେବା ପାଇଁ ଆଶାୟୀ ଜଣେ ଯୁବ ଆଇନ ସ୍ନାତକଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ସପକ୍ଷରେ ହାଇକୋର୍ଟ ପ୍ରଦାନ କରିଥିବା ରାୟରେ ହସ୍ତକ୍ଷେପ ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି।

ଅନ୍ୟପକ୍ଷରେ ପ୍ରାର୍ଥୀ ଲେଖିଥିବା ଉତ୍ତର ମଧ୍ୟରୁ ଗୋଟିଏର ମୂଲ୍ୟାୟନରେ ତ୍ରୁଟି ଥିବା ଜଣାପଡ଼ିବା ପ୍ରସଙ୍ଗରେ ରାୟରେ ଟିପ୍ପଣୀ ରହିଛି ଓ ଏହାକୁ ଭବିଷ୍ୟତ ମାମଲାରେ ଲାଗୁ ପାଇଁ ପୂର୍ବ ନଜିର ଭାବେ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଦୀପଙ୍କର ଦତ୍ତା ଓ ଜଷ୍ଟିସ୍‌ ବିଜୟ ବିଷ୍ନୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଓପିଏସ୍‌ସି ଏସ୍‌ଏଲ୍‌ପିକୁ ଖାରଜ କରି ଏପରି ରାୟ ପ୍ରଦାନ କରିଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ, ଓଜେଏସ୍‌ ପରୀକ୍ଷାରେ ଏକ ପ୍ରଶ୍ନର ଉତ୍ତର ଲେଖିଥିଲେ ସୁଦ୍ଧା ଏହା ମୂଲ୍ୟାୟନ କରାଯାଇ ନଥିବା ଅଭିଯୋଗ ନେଇ ହାଇକୋର୍ଟରେ ପ୍ରାର୍ଥୀ ଜେ. ଦତ୍ତଙ୍କ ତରଫରୁ ୨୦୨୪ରେ ମାମଲା ରୁଜୁ ହୋଇଥିଲା। ଓଜେଏସ୍ ଭଳି ପରୀକ୍ଷା ଯେଉଁଠି ଭ୍ରମଶୂନ୍ୟ, ଠିକ୍‌, ନୈତିକ ଉତ୍କର୍ଷ ସର୍ବୋଚ୍ଚ ପ୍ରସଙ୍ଗ ସେଠାରେ ଏଭଳି ତ୍ରୁଟି ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ୬୦ ଦିନ ଭିତରେ ଏହି ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଓପିଏସ୍‌ସି ଏହି କ୍ଷତିପୂରଣ ରାଶି ପ୍ରାର୍ଥୀଙ୍କୁ ପ୍ରଦାନ କରିବ। ଜଷ୍ଟିସ୍‌ ସଙ୍ଗମ୍‌ କୁମାର ସାହୁ ଓ ଜଷ୍ଟିସ୍‌ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ୨୦୨୫, ଫେବ୍ରୁଆରି ୩ରେ ଏହି ରାୟ ପ୍ରଦାନ କରିଥିଲେ। ଏହି ରାୟ ବିରୋଧରେ ଓପିଏସ୍‌ସି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।  

ଏହି ପ୍ରାର୍ଥୀ ଓଜେଏସ୍‌ ପରୀକ୍ଷାର ଲ’ ଅଫ୍ ପ୍ରପର୍ଟି ବିଷୟର ପ୍ରଶ୍ନ ନମ୍ବର ୫ (କ) ଓ (ଖ)ର ଉତ୍ତର ଦେଇଥିଲେ। କିନ୍ତୁ ଆବେଦନକାରୀଙ୍କ ଖାତା ଦେଖା ବେଳେ କେବଳ ୫(ଖ) ଉତ୍ତରର ମୂଲ୍ୟାୟନ କରାଯାଇଥିଲା। ୫(କ) ପ୍ରଶ୍ନର ଉତ୍ତର ଆବେଦନକାରୀ ଲେଖିଥିଲେ ମଧ୍ୟ ଏହା ମୂଲ୍ୟାୟନ ନ କରି ଛାଡି ଦିଆଯାଇଥିଲା। ଏଭଳି ଘଟଣା ସ୍ପଷ୍ଟ ହେବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରମୁଖ ତିନି ଆଇନ ବିଶ୍ବବିଦ୍ୟାଳୟର କୁଳପତିଙ୍କ ଓ ସମ୍ପୃକ୍ତ ବିଭାଗର ପ୍ରଫେସରଙ୍କ ଦ୍ୱାରା ପ୍ରାର୍ଥୀ ଦେଇଥିବା ଉତ୍ତରର ମୂଲ୍ୟାୟନ ହୋଇଥିଲା। ମୁଦା ଲଫାପାରେ ବିଶେଷଜ୍ଞଙ୍କ ତରଫରୁ ପ୍ରାର୍ଥୀଙ୍କୁ ୫(କ) ଓ (ଖ) ଉତ୍ତର ପାଇଁ ପ୍ରଦାନ କରାଯାଇଥିବା ମାର୍କ ହାଇକୋର୍ଟରେ ଦାଖଲ କରାଯାଇଥିଲା।

Cuttack | OPSC | Supreme Court 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe