ବ୍ରିଜ୍‌ର ସ୍ଲାବ ଖସି ଗଲା ୩ ଜଣ ଶ୍ରମିକଙ୍କ ଜୀବନ, ୨ ଗୁରୁତରଙ୍କ ଚିକିତ୍ସା ଜାରି

ନିର୍ମାଣାଧୀନ ବ୍ରିଜ୍‌ରେ ଅଘଟଣ ଘଟିଛି। କଟକର ଖାନ୍‌ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍‌ ଖସିପଡ଼ିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ୨ ଜଣ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି।  

ଅଦ୍ୟତନ ହୋଇଛି
bridge slab falled in cuttack.

Bridge slab falled in Cuttack. Photograph: (sambad.in)

କଟକ: ନିର୍ମାଣାଧୀନ ବ୍ରିଜ୍‌ରେ ଅଘଟଣ ଘଟିଛି। କଟକର ଖାନ୍‌ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍‌ ଖସିପଡ଼ିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ୨ ଜଣ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି। ମୃତ ଶ୍ରମିକମାନେ ହେଲେ ସୌମ୍ୟରଂଜନ ବେହରା, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତ। ଆହତମାନେ ହେଲେ ଅରୁଣ ବାରିକ ଓ ବିକଳ ଜେନା। 

ସୂଚନା ଅନୁସାରେ ଖାନନଗରରେ କାଠଯୋଡ଼ିରେ ବ୍ରିଜ୍‌ କାମ ଜାରି ରହିଛି। ପୂର୍ତ୍ତ ବିଭାଗ ପକ୍ଷରୁ ଏହି କାମ ପାଇଁ ଏକ ଘରୋଇ କଂପାନିକୁ ଦାୟିତ୍ବ ଦିଆଯାଇଛି। ଅନ୍ୟ ଦିନ ଭଳି ଆଜି ମଧ୍ୟ ଏଠାରେ ନିର୍ମାଣ କାମ ଚାଲିଥିଲା। କିନ୍ତୁ ଅପରାହଣ୍‌ ସମୟରେ ଅଘଟଣ ଘଟିଥିଲା। ବ୍ରିଜ୍‌ ଉପରେ କିଛି ଶ୍ରମିକ କାମ କରୁଥିବା ବେଳେ ଅନ୍ୟମାନେ ବ୍ରିଜ୍‌ ତଳେ ଥିଲେ। ଅଚାନକ ବ୍ରିଜ୍‌ ଉପରୁ ସ୍ଲାବ ପଡ଼ିଯିବା କାରଣରୁ ୫ ଜଣ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଜଣ ଶ୍ରମିକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି। 

ଖାନନଗରରେ ନିର୍ମାଣାଧୀନ ବ୍ରିଜରେ ବ୍ୟବହାର ହୋଇଥିବା କ୍ରେନ୍‌ ଫେଲ୍‌ ହେବାରୁ ଅଘଟଣ ଘଟିଛି। ୫ଜଣ ଶ୍ରମିକ ଆହତ ହୋଇଥିଲେ। ଶ୍ରିକମାନଙ୍କ ମଧ୍ୟରୁ କିଛି ବାହାର ରାଜ୍ୟର ବୋଲି ଜଣାପଡ଼ିଛି। ଆହତମାନଙ୍କୁ ଆମର ଟିମ୍‌ ତୁରନ୍ତ ଏସ୍‌ସିବିକୁ ସ୍ଥାନାନ୍ତରିତ କରିଥିଲେ। ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ।

-ଋଷିକେଶ ଖିଲାରୀ, କଟକ ଡିସିପି 

ଖାନ୍‌ନଗରରେ ନିର୍ମାଣାଧୀନ ବ୍ରିଜ୍‌ରେ ଦୁର୍ଘଟଣା କାରଣରୁ ଶ୍ରମିକଙ୍କ ମୃତ୍ୟୁ ଓ ଆହତ ଘଟଣା ନେଇ କଟକ ମେୟର ସୁବାସ ସିଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସରକାରଙ୍କ ଦାୟିତ୍ବହୀନ କାରଣରୁ ଏହି ଅଘଟଣ ଘଟିଛି ବୋଲି ସେ କହିଛନ୍ତି। ଠିକା କଂପାନି ଶ୍ରମିକମାନଙ୍କର ସୁରକ୍ଷା ଦେଇଥିଲେ ମଧ୍ୟ ଏଭଳି ଅଘଟଣ ଘଟି ନଥାନ୍ତା ବୋଲି ସେ କହିଛନ୍ତି। 

Cuttack   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe