ଭେଡେନ: ଅମାନୁଷିକତାର ସୀମା ଟପିଛି। ଜଣେ ଅସହାୟ ଓ ଅନଗ୍ରସର ମହିଳା ପ୍ରତି ମାନବିକତା ଦେଖାଇବା ବଦଳରେ ତା’ ପ୍ରତି ଘୋର ଅମାନୁଷିକତାର ବ୍ୟବହାର କରାଯାଇଛି। ସଂପୃକ୍ତ ମହିଳାଙ୍କୁ ଦୁଷ୍କର୍ମ ଏବଂ ୪ମାସର ଗର୍ଭବତୀ କରାଇବା ଅଭିଯୋଗରେ ପୁଲିସ ବାପ-ପୁଅ ଏବଂ ଜ୍ବାଇଁଙ୍କୁ ଗିରଫ କରିଛି। ବରଗଡ଼ ଜିଲ୍ଲା ଭେଡେନ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।
ପୁଲିସ କହିଛି ଯେ, ରେମଣ୍ଡା ଅଞ୍ଚଳର ଏକ ଗ୍ରାମରେ ସମ୍ବଲପୁର ଅଂଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ମହିଳା ଜଣକ ୪ମାସର ଗର୍ଭବତୀ ହୋଇଛନ୍ତି। ଏହି ଅଭିଯୋଗରେ ପୁଲିସ ବିକ୍ରମ ସରାଫ (୫୦), ବିକ୍ରମର ପୁଅ ପପୁନ (୨୮) ଓ ବିକ୍ରମର ଜ୍ବାଇଁ ପ୍ରତାପ ସରାଫ (୪୪)ଙ୍କୁ ଗିରଫ କରି ଏକ ମାମଲାରେ କୋର୍ଟ ଚାଲାଣ କରିଛି।
ଭାଣିଜୀଙ୍କୁ ଦୁଷ୍କର୍ମ କଲା ମାମୁଁ
ପୁଲିସ କହିଛି ଯେ, ଅଭିଯୁକ୍ତମାଙ୍କ ମଧ୍ୟରୁ ବିକ୍ରମ ମହିଳାଙ୍କଙ୍କ ମାମୁଁ ହୋଇଥିବାବେଳେ, ପପୁନ ମହିଳାଙ୍କ ମାମୁ ପୁଅ ଭାଇ। ପ୍ରତାପ ମହିଳାଙ୍କ ମାମୁର ଜ୍ବାଇଁ ଅଟନ୍ତି। ମହିଳା ଜଣକ ୧୨ ବର୍ଷ ହେବ ନିଜ ମାମୁ ଘରେ ରହି ଆସୁଥିଲେ। ହେଲେ ଗତ ଡିସେମ୍ବର ୧୦ରେ ମାମୁ ବିକ୍ରମ ଝିଅର ପରିବାର ଲୋକଙ୍କୁ ଫୋନ୍ କରି ଝିଅର ଅବସ୍ଥା ଠିକ ରହୁନାହିଁ। ତେଣୁ ନେଇଯିବାକୁ କହିଥିଲେ। ଝିଅର ପରିବାର ଲୋକେ ଆସି ନିଜ ଝିଅକୁ ନେଇ ଚିକିତ୍ସା କଲାପରେ ସେ ୪/୫ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ପରେ ପରିବାର ଲୋକେ ସମସ୍ତଙ୍କ ସମ୍ମୁଖରେ ସବୁକଥା ପଚାରିବାରୁ ସେହି ଝିଅକୁ ତାର ମାମୁ, ମାମୁ ପୁଅ ଭାଇ, ମାମୁର ଜ୍ବାଇଁ ଅନେକ ଥର ଦୁଷ୍କର୍ମ କରିବା ସହ ପିଟା ମରା କରି ମାନସିକ ନିର୍ଯାତନା ଦେଉଥିବା ପ୍ରକାଶ କରିଥିଲା।
ଆହୁରି ପଢ଼ନ୍ତୁ: Girl Child Dead: ପୁରୀରେ ଅଘଟଣ: ଖୋଲା ବୋର୍ୱେଲ୍ରେ ପଡ଼ି ଦେଢ଼ ବର୍ଷ ବୟସର ଶିଶୁକନ୍ୟା ମୃତ
ମହିଳା ଜଣକ ଏନେଇ ଥାନାରେ ଅଭିଯୋଗ କଲାପରେ ଭେଡେନ ପୁଲିସ ତଦନ୍ତ କରି ଅଭିଯୁକ୍ତ ଲୋକଙ୍କ ଡାକ୍ତରୀମାଇନା କରି କୋର୍ଟ ଚାଲାଣ କରିଛି। ଝିଅକୁ ଯେତେବେଳେ ୧୮ ବର୍ଷ ହେଉଥିଲା ସେ ମାମୁ ଘରକୁ ରହିବାପାଇଁ ଆସିଥିଲା। ତାର ମାନସିକ ଅବସ୍ଥା ମଧ୍ୟ ଠିକ ଥିଲା। ହେଲେ ତାଙ୍କୁ ପରବର୍ତ୍ତୀ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆ ଯାଇଥିଲା। ଫଳରେ ଏବେ ତାଙ୍କର ମାନସିକ ଅବସ୍ଥା ଠିକ୍ ରହୁ ନଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/13/untitled-11jpg-2026-02-13-16-36-10.jpeg)