🔴 LIVE | News Updates 29 January 2026: ଲାଞ୍ଚ ନେଇ ଧରାପଡ଼ିଗଲେ ଡାକ୍ତର, ଠକ ପରିବାରର ୧୧ଜଣଙ୍କୁ ଫାଶୀ ଦେଲା ଚୀନ; ଭିଣୋଇର ଠେଙ୍ଗାମାଡ଼ରେ ଶଳାର ମୃତ୍ୟୁ

Advertisment

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

Updated On

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS Thursday

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପାର୍ଥିବ ଶରୀର ଆଜି ଶେଷକୃତ୍ୟ କରାଯାଇଛି। ଅଜିତ ପାୱାରଙ୍କ ଶେଷକୃତ୍ୟ ଗୁରୁବାର ଦିନ ବାରାମତୀର ବିଦ୍ୟା ପ୍ରତିଷ୍ଠାନରେ କରାଯାଇଛି। ଶବଦାହ ଯାତ୍ରା ସକାଳ ୯ଟାରେ ଆରମ୍ଭ ହୋଇଥିଲା ଏବଂ ଦିନ ୧୨ଟାରେ ଶବଦାହ କରାଯାଇଥିଲା। ସୂଚନାଯୋଗ୍ୟ, ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଥିଲା। ବାରାମତୀ ବିମାନବନ୍ଦରରେ ଅବତରଣ କରୁଥିବା ସମୟରେ ଅଜିତ ପାୱାରଙ୍କ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଅଜିତ ପାୱାର ଏବଂ ବିମାନରେ ଥିବା ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ମହାରାଷ୍ଟ୍ର ସରକାର ରାଜ୍ୟରେ ତିନି ଦିନିଆ ଶୋକ ଘୋଷଣା କରିଛନ୍ତି। 

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Jan 29, 2026 20:12 IST

    ସଡ଼କ ସୁରକ୍ଷା ନେଇ ସଚେତନାତା ବାର୍ତ୍ତା

    ଘୁ.ଉଦୟଗିରି: ସରକାରଙ୍କ ତରଫରୁ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ସ୍ଥାନୀୟ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ପଦଯାତ୍ରା ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା। ବହୁ ସମୟରେ ଗାଡ଼ି ଚଳାଇବା ସମୟରେ ହେଲମେଟ ନପିନ୍ଧିବା, ଟ୍ରାଫିକ୍ ନିୟମକୁ ଅମାନ୍ୟ କରିବା, ମଦ୍ୟପାନ କରି ଗାଡ଼ି ଚଳାଇବା ଏବଂ ୧୮ ବର୍ଷରୁ କମ୍ ବୟସର ପିଲାମାନେ ବେପରୁଆ ଗାଡ଼ି ଚଳାଉଥିବାରୁ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଏଥିସହିତ ଡ୍ରାଇଭିଂ ଲାଇସେନ୍ସ ନଥିବା ଫଳରେ ପୁଲିସ୍ ହାତରେ ଧରା ପଡ଼ିବା ଏବଂ ଚାଲାଣ କାଟିବା ଇତ୍ୟାଦି ସମସ୍ୟାରେ ପଡ଼ୁଥିବାରୁ ପରିବାର ମଧ୍ୟରେ ଅଶାନ୍ତି ଏବଂ ମୃତ୍ୟୁ ମୁଖରେ ପଡୁଥିବାରୁ ବିଦ୍ୟାଳୟ ପକ୍ଷରୁ ପଦଯାତ୍ରା ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି। ଭାରପ୍ରାପ୍ତ ଅଧ୍ୟକ୍ଷ ଶିବରାମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନେ ସଚେତନତା ପ୍ଲାଗ୍ କାର୍ଡ ଓ ସ୍ଲୋଗାନ ମାଧ୍ୟମରେ ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପିକା ଡ଼ ବବିତା ରାଣୀ ପଟ୍ଟନାୟକ, ଅଧ୍ୟାପିକା ମିନତୀ ଦାଶ, ଅଧ୍ୟାପିକା ସୁଧାରାଣୀ ପାତ୍ର, ଅଧ୍ୟାପିକା ସସ୍ମିତା ଦାଶ ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

    IMG-20260129-WA0403

  • Jan 29, 2026 19:18 IST

    ଠକ ପରିବାରର ୧୧ଜଣଙ୍କୁ ଫାଶୀ ଦେଲା ଚୀନ

    ବେଜିଂ: ଅନ୍‌ଲାଇନ୍‌ ଠକେଇ ବିରୋଧରେ ଚୀନ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ମିଆଁମାରରେ ଅନ୍‌ଲାଇନ୍‌ ଠକେଇ ଏବଂ ଅପରାଧମାମଲାରେ ମିଙ୍ଗ ପରିବାର ଗ୍ୟାଙ୍ଗର ୧୧ଜଣ ସଦସ୍ୟଙ୍କୁ ଫାଶୀରେ ଝୁଲାଇ ଦେଇଛି। ଚୀନର ସରକାର ଗଣମାଧ୍ୟମ ଦ୍ବାରା କରାଯାଇଥିବା ରିପୋର୍ଟ ଅନୁସାରେ ଏମାନେ ସମସ୍ତେ ହତ୍ୟା, ଠକେଇ ଭଳି ଅପରାଧିକ କାର୍ଯ୍ୟକଳାପ ସହିତ ଜଡ଼ିତ ଥିଲେ।

    म्यांमार के कुख्यात स्कैम नेटवर्क से जुड़े 11 लोगों को चीन में फांसी पर चढ़ाया गया (Photo: CCTV) 

  • Jan 29, 2026 19:13 IST

    ମକା ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଗୁରୁତର

    ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ କରମରି ଏବଂ ଏକମ୍ବା ଗ୍ରାମ ମଝିରେ ଏକ ମକା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିବାରୁ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ସୁନାବେଡା ଗ୍ରାମରୁ OD24B 1937 ନମ୍ବର ଟ୍ରାକ୍ଟର ନେଇ ଗାଡ଼ି ଚାଳକ କମଳ ଜାନୀ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ କଂଗ୍ରା ଗ୍ରାମକୁ ମକା ଆଣିବା ପାଇଁ ଯାଇଥିଲେ। କଂଗ୍ରା ଗ୍ରାମରେ ମକା ଭରି ସୁନାବେଡ଼‌ା ଗ୍ରାମକୁ ଯାଉଥିବା ବେଳେ କରମରି ଏବଂ ଏକମ୍ବା ଗ୍ରାମ ମଝିରେ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଟ୍ରଲି ଓଲଟି ପଡ଼ିଥିଲା। ଟ୍ରାକ୍ଟର ଟ୍ରଲି ଓଲଟି ପଡିବାରୁ ଟ୍ରାକ୍ଟର ମୁଣ୍ଡରେ ବସିଥିବା ରୁକଧର ଜାନୀ(୨୨) ଛିଟିକି ହୋଇ ରାସ୍ତା ଉପରେ ପଡ଼ିଯାଇଥିଲେ।ଉମରକୋଟ ଗ୍ରାମର ନଗେଶ ପଟ୍ଟନାୟକ ସେହି ରାସ୍ତା ଦେଇ ଯାଉଥିବା ବେଳେ ଦୁର୍ଘଟଣା ଦେଖି ଆହତ ରୁକଧରଙ୍କୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ସୂଚନା ମିଳିଛି।

    jharigaon

  • Jan 29, 2026 19:05 IST

    ସେବା ସମବାୟ ସଂସ୍ଥାର ଅବସରପ୍ରାପ୍ତ ସଂପାଦକ ଗିରଫ

    • ସରକାରୀ ଟଙ୍କା ହେରଫେର୍‌ ମାମଲାରେ ସେବା ସମବାୟ ସମିତିର ସଂପାଦକ ଗିରଫ
    • ସେବା ସମବାୟ ସମିତିର ଅବସରପ୍ରାପ୍ତ ସଂପାଦକ ସୁବଳ କୁମାର ସାହୁ ଗିରଫ
    • ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଦୌହୁଣ୍ଡା ସେବା ସମବାୟ ସମିତିରେ ଦୁର୍ନୀତି
    • ସୁବଳ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ
    • ୧୯,୮୦,୨୫୫ ଟଙ୍କା ହେରଫେର ଅଭିଯୋଗରେ ଗିରଫ
    • କୃଷି ବୀମା ନେଇ ୨୦୧୪-୧୫ରେ ରୁଜୁ ହୋଇଥିଲା ମାମଲା

    subal

  • Jan 29, 2026 17:57 IST

    ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା ଲାଞ୍ଚ ନେଉଥିଲେ ଡାକ୍ତର

    • ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା ଲାଞ୍ଚ ନେଉଥିଲେ ଡାକ୍ତର
    • ଲାଞ୍ଚ ନେଲା ବେଳେ ଡାକ୍ତରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ
    • କଟକ ବଡ଼ଡାକ୍ତରଖାନାର ଡାକ୍ତର ନେଉଥିଲେ ଲାଞ୍ଚ
    • ଲାଞ୍ଚୁଆ ଡାକ୍ତର ହେଲେ ସନାତନ ବେହେରା
    • ହେପାଟୋଲୋଜି ବିଭାଗର ସହକାରୀ ପ୍ର‌ଫେସର ସନାତନ ବେହେରା
    • ଭିଜିଲାନ୍ସ ବିଭାଗର ତଦନ୍ତ ଜାରି 

    1BREAKING NEWS Thursday

  • Jan 29, 2026 17:29 IST

    ଗଣତନ୍ତ୍ର ଦିବସର ଉଦ୍‌ଯାପନୀ ସମାରୋହ

    • ନୂଆଦିଲ୍ଲୀର ବିଜୟଚୌକରେ ବିଟିଂ ରିଟ୍ରଟ୍‌ କାର୍ଯ୍ୟକ୍ରମ
    • ଗଣତନ୍ତ୍ର ଦିବସର ଉଦ୍‌ଯାପନୀ ସମାରୋହରେ ରାଷ୍ଟ୍ରପତି
    • କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପସ୍ଥିତ
    • ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ
    • ଦିଲ୍ଲୀରେ ଜନସଧାରଣଙ୍କ ପାଇଁ ଟ୍ରାଫିକ୍‌ କଟକଣା ଜାରି
    • କାର୍ଯ୍ୟକ୍ରମ ନେଇ ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା 

    Breaking

  • Jan 29, 2026 17:01 IST

    ଶ୍ରୀରାମ ମନ୍ଦିରର ଦାନ ବାକ୍ସ ଭାଙ୍ଗି ଟଙ୍କା ଚୋରି

    ଘୁ.ଉଦୟଗିରି: ସ୍ଥାନୀୟ ଏନଏସି ର ୧ନଂ ୱାର୍ଡର କକଟି ପଦାସାହିରେ ଅବସ୍ଥିତ ଶ୍ରୀରାମ ମନ୍ଦିରର ଦାନ ବାକ୍ସରୁ ଟଙ୍କା ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗତକାଲି ବିଳମ୍ବିତ ରାତିରେ କେହି ଅଜଣା ଦୁର୍ବୃତ୍ତ ମନ୍ଦିର ପରିସରକୁ ପ୍ରବେଶ କରି ଦାନ ବାକ୍ସ ଥିବା ଘର କବାଟ ଖୋଲି ଦାନ ବାକ୍ସର ତାଲା ଭାଙ୍ଗି ଟଙ୍କା ଚୋରି କରିନେଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଦୁର୍ବୃତ୍ତମାନେ ପ୍ରଥମେ ମନ୍ଦିରର ଘର କବାଟ ଭାଙ୍ଗି ଦାନ ବାକ୍ସକୁ ବାହାରକୁ ଆଣିଥିଲେ। ପରେ ବାକ୍ସର ତାଲା ଭାଙ୍ଗି ସେଥିରେ ଥିବା ସମସ୍ତ ଟଙ୍କା ନେଇ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ସକାଳୁ କିଛି ସ୍ଥାନୀୟ ଲୋକ ଘଟଣାଟି ଦେଖି ତୁରନ୍ତ ମନ୍ଦିର ପରିଚାଳନା କମିଟିକୁ ଖବର ଦେଇଥିଲେ।

    IMG-20260129-WA0389

    ଘଟଣା ସମ୍ପର୍କରେ ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ  ଥାନାକୁ ସୂଚନା ଦିଆଯାଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସାରା ଅଞ୍ଚଳରେ ଭକ୍ତମାନଙ୍କ ମନରେ ପ୍ରବଳ ଆଘାତ ଓ ଅସନ୍ତୋଷ ସୃଷ୍ଟି କରିଛି। ଘଟଣାକୁ ଗୁରୁତ୍ୱ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଥିବା ସୂଚନା ମିଳିଛି। ସେପଟେ ଥାନାରେ ଏତଲା ଦେଇଥିବା କମିଟି ସଭାପତି ସନ୍ତୋଷ କୁମାର ବାଘ ଏହି ଘଟଣା ସମ୍ପର୍କରେ ପୁଲିସକୁ ସମସ୍ତ ତଥ୍ୟ ଜଣାଇଥିବା କହିଛନ୍ତି। ପୁଲିସ ଅଧିକ ତଦନ୍ତ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।

  • Jan 29, 2026 16:54 IST

    ଭିଣୋଇର ଠେଙ୍ଗାମାଡ଼ରେ ଶଳାର ମୃତ୍ୟୁ

    • ଶଳାକୁ ଠେଙ୍ଗାରେ ପିଟି ଜୀବନ ନେଲା ଭିଣୋଇ
    • ରାୟଗଡ଼ା ଜିଲ୍ଲା ଗୁଣପୁର ଅଞ୍ଚଳରେ ହତ୍ୟାକାଣ୍ଡ
    • ଗୁଣପୁର ମେଡିକାଲ କଲେନିରେ ଅଭାବନୀୟ ଘଟଣା 
    • ଶଳା ଏବଂ ଭିଣୋଇଙ୍କ ମଧ୍ୟରେ ହୋଇଥିଲା ବଚସା
    • ଠେଙ୍ଗାରେ ଆକ୍ରମଣ କରିଥିଲା ଭିଣୋଇ
    • ଗୁରୁତର ଶଳା ଡାକ୍ତରଖାନାରେ ମୃତ‌ ଘୋଷିତ
    • ଭିଣୋଇ ନଗାପିଲି ମୁରଲୀର ଆକ୍ରମଣରେ ଚୌଧୁରୀ ରମେଶ ମୃତ
    • ମୃତଦେହ ଜବତ, ପୁଲିସର ତଦନ୍ତ ଜାରି  

    Gunpur

  • Jan 29, 2026 16:48 IST

    ଅଷ୍ଟମ ପରେ ଅଧାରୁ ପଢ଼ା ଛାଡ଼ିବା ଚିନ୍ତାଜନକ: ସର୍ଭେ

    ନୂଆଦିଲ୍ଲୀ: ଦେଶରେ ଅଷ୍ଟମ ଶ୍ରେଣୀ ପରେ ଅଧିକାଂଶ ପିଲା ଅଧାରୁ ପାଠ ଛାଡ଼ୁଛନ୍ତି। ମାଧ୍ୟମିକ ବିଦ୍ୟାଳୟର ଅଭାବ ଓ ଅନ୍ୟାନ୍ୟ କାରଣ ପାଇଁ ଏଭଳି ଘଟୁଛି। ଏହି ବର୍ଗରେ ନାମଲେଖା ହାର ୫୨.୨ ପ୍ରତିଶତ ଭଳି ନିମ୍ନ ସ୍ତରରେ ଥିବା ସର୍ଭେ ରିପୋର୍ଟରେ କୁହାଯାଇଛି। ତେଣୁ ଛାତ୍ରଛାତ୍ରୀମାନେ ଅଷ୍ଟମ ପରେ ଯେଭଳି ପାଠପଢ଼ା ଜାରି ରଖିବେ ତାହା ନିଶ୍ଚିତ କରିବା ଜରୁରୀ ହୋଇପଡ଼ିଛି। ଏହା ପଛର ବଡ଼ କାରଣ ହେଉଛି ବିଦ୍ୟାଳୟର ଅସମାନ ବଣ୍ଟନ। ଗ୍ରାମାଞ୍ଚଳରେ ୫୪ ପ୍ରତିଶତ ବିଦ୍ୟାଳୟରେ କେବଳ ମୌଳିକ ଶିକ୍ଷା ଦିଆଯାଉଛି। ମାତ୍ର ୧୭.୧ ପ୍ରତିଶତ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ରହିଛି। ସହରାଞ୍ଚଳରେ କିନ୍ତୁ ଏହି ହାର ୩୮.୧ ପ୍ରତିଶତ ଭଳି ଉନ୍ନତ ରହିଛି। ସେହି ବୈଷମ୍ୟ କାରଣରୁ ଗ୍ରାମାଞ୍ଚଳରେ ପିଲାମାନେ ଅଷ୍ଟମରୁ ପଠା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।



  • Jan 29, 2026 16:39 IST

    ୪ ଅଙ୍ଗନବାଡ଼ି କର୍ମୀ ଆହତ, ଜଣେ ଗୁରୁତର

    ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଞ୍ଚଳରେ ଏକ ଦ୍ରୁତଗାମୀ ଅଟୋ ମହାବୀରରୁ ପୁବାଗଡ଼ ରାସ୍ତାରେ କାରକୁ ଓଭର ଟେକ କରିବାକୁ ଯାଇ ଭାରସାମ୍ୟ ହରାଇଛି। ଅଟୋଟି ଓଲଟିବା ଯୋଗୁଁ ୫ ଜଣ ମହିଳା ଅଙ୍ଗନବାଡ଼ି କର୍ମୀ ଚାପି ହୋଇ ଯାଇଥିଲେ। ସମସ୍ତ ଆହତମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି।  

    Balipatnan

    ବାଲିପାଟଣା ବ୍ଲକ ମହିଳା ଶିଶୁ ବିକାଶ ବିଭାଗର ତୁରିନ୍ତିରାସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆଜି ବ୍ଲକ ସ୍ତରୀୟ ପ୍ରୋଜେକ୍ଟ ମିଟିଂ ଥିଲା। ସେଥିପାଇଁ ସମସ୍ତ ୧୫୪ ଅଙ୍ଗବାଡ଼ି କେନ୍ଦ୍ରରୁ କର୍ମୀ ତୁରିନ୍ତିରା ସ୍ଥିତ ବୈଠକକୁ ଏକ ଅଟୋରେ ଆସୁଥିଲେ। କର୍ମୀମାନଙ୍କୁ ଆଣି ଆସୁଥିବା ଅଟୋଟି କାରକୁ ଓଭର ଟେକ୍‌ କରିବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୪ ଜଣ କର୍ମୀ ଗାଡ଼ି ଭିତରେ ଚାପି ହୋଇ ଯାଇଥିଲେ। ଦୁର୍ଘଟଣାରେ ନରୀଶୋ-୨ ସେଣ୍ଟର କର୍ମୀ ରିଙ୍କି ବେହେରା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ନାକ ଏବଂ ପାଟିରେ ଆଘାତ ଲାଗି ରକ୍ତସ୍ରାବ ହୋଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଅନ୍ୟ ଆହତମାନେ ହେଲେ ଭଅଁରାଗଡ଼ ସେଣ୍ଟର କର୍ମୀ କବିତା ପାତ୍ର, ନରିଶୋ ସେଣ୍ଟର କର୍ମୀ ବିନୋଦିନୀ ଷଡ଼ଙ୍ଗୀ, ଖଜୁରିଆପଡା ଅଙ୍ଗାବାଡ଼ି କେନ୍ଦ୍ରର କର୍ମୀ ମମତା ସାହୁ, ଆହତ ହୋଇ ଚିକିତ୍ସା ପରେ ଫେରି ଯାଇଛନ୍ତି। ସିଡିପିଓ ରୁନୁବାଳା ସାହୁ ଏବଂ ବିଭିନ୍ନ ଅଙ୍ଗାବାଡି କେନ୍ଦ୍ର କର୍ମୀ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଞ୍ଚି ଚିକିତ୍ସା ତଦାରଖରେ ସହଯୋଗ କରିଥିଲେ। ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଛି। ଦୁର୍ଘଟଣା ଘଟାଇ ଥିବା ଅଟୋ କୁ ସ୍ଥାନୀୟ ଲୋକେ ଜବତ କରିଥିବା ଜଣାପଡିଛି। 

    ରିପୋର୍ଟ: ବସନ୍ତ ପଣ୍ଡା

  • Jan 29, 2026 16:33 IST

    ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ କରିବ ୩ ଜଣିଆ ଟିମ୍‌

    ନୂଆଦିଲ୍ଲୀ: ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ତିନି ଜଣିଆ ଦଳ ଗଠନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏଏଆଇବି ଟିମ୍‌ ସହିତ ଡିଜିସିଏର ମୁମ୍ବାଇ କାର୍ଯ୍ୟାଳୟ ତିନିଜଣିଆ ଦଳ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି। ଏଥିରୁ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ। ସ୍ବଚ୍ଛ ତଥା ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁର୍ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଶେଷ କରିବାକୁ ଗୁରୁତ୍ବ ଦିଆଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟରେ କୁହାଯାଇଛି। ତଦନ୍ତକାରୀମାନେ ବିମାନ ଦୁର୍ଘଟଣା ସମୟରେ ଦୃଶ୍ୟମାନତା, ପାଇଲଟ୍‌ଙ୍କ ନିଷ୍ପତ୍ତି ଏବଂ ବାରାମତି ବିମାନକ୍ଷେତ୍ରର କାର୍ଯ୍ୟକ୍ଷମ ଦକ୍ଷତା ଉପରେ ଗୁରୁତ୍ବ ଦେଇ ତଦନ୍ତ କରିବ। ବିମାନ ଦ୍ୱିତୀୟ ଅବତରଣ ପ୍ରୟାସ ସମୟରେ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଦୁର୍ଘଟଣା ପରେ ଭାରତୀୟ ବାୟୁସେନାର ଏକ ଦଳ ସେଠାରେ ମୁତୟନ କରାଯାଇଛି। ବାରାମତି ବିମାନ ଅବତରଣ ପଡ଼ିଆ ଅନିୟନ୍ତ୍ରିତ ଭାବେ ଥିବାବେଳେ ଏଠାରେ ବିମାନ ଚାଳନା ଉପକରଣ, ଅଗ୍ନିଶମ ସେବା କିମ୍ବା ଉପଯୁକ୍ତ ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ସେବା ବ୍ୟବସ୍ଥା ନାହିଁ। ବାୟୁସେନା ଦଳ ମୁତୟନ ପରେ ବର୍ତ୍ତମାନ ପାଇଁ ସେଠାରେ ବିମାନ ଟ୍ରାଫିକ୍ ନିୟନ୍ତ୍ରଣ (ଏଟିସି) ଏବଂ ପାଣିପାଗ ସେବା ଯୋଗାଇ ଦେଉଛି।



  • Jan 29, 2026 16:21 IST

    ଦୁର୍ବଳ ଟଙ୍କାର ପ୍ରଭାବ ନାହିଁ

    ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଏକ ଚିନ୍ତାଜନକ ବିଷୟ। କିନ୍ତୁ ଏବେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୨ ଟଙ୍କା ଭଳି ସ୍ତରରେ ପହଞ୍ଚିଯାଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ଅନୁଭୂତ ହେଉନାହିଁ। କାହିଁକି ଏଭଳି ହେଉଛି ତାହାର ଉତ୍ତର ସର୍ଭେ ରିପୋର୍ଟରେ ରହିଛି। ଆମେରିକା ସରକାର ଲଗାଇଥିବା ଶୁଳ୍କର ପ୍ରଭାବ ଯୋଗୁଁ ଦୁର୍ବଳ ହୋଇପଡ଼ିଥିବା ଟଙ୍କାର ପ୍ରଭାବ ଜଣାପଡ଼ୁନାହିଁ। ଅନ୍ୟପକ୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଦୃଢ଼ ରହିବା ମଧ୍ୟ ଏହି ପ୍ରଭାବକୁ ଅନେକାଂଶରେ ଅଟକାଇ ଦେଉଛି। ତେଣୁ ଟଙ୍କା ମୂଲ୍ୟ ପାଇଁ ଯେତିକି ପ୍ରଭାବ ପଡ଼ିବା କଥା ତାହା ଅନୁଭୂତ ହେଉନାହିଁ। ଅ‌ଶୋଧିତ ତୈଳ ଦର ମଧ୍ୟ ଉଚ୍ଚା ନଥିବା ଅର୍ଥନୀତିକୁ ସୁହାଉଛି। କିନ୍ତୁ ଏହାର ପ୍ରଭାବରେ ନିବେଶକମାନେ ବେଶ୍‌ ସତର୍କ ହୋଇପଡ଼ିଛନ୍ତି। ସେମାନେ ଭାରତ ପ୍ରତି ପୂର୍ବ ଭଳି ପ୍ରତିବଦ୍ଧତା ଦେଖାଉନାହାନ୍ତି। ସେଥିପ୍ରତି ଦୃଷ୍ଟି ଦେବାକୁ ସ‌ର୍ଭେରେ ପରାମର୍ଶ ଦିଆଯାଇଛି।





  • Jan 29, 2026 16:19 IST

    ପଞ୍ଜାବରେ ପାକିସ୍ତାନପଟୁ ଆସୁଥିବା ବିପୁଳ ଅସ୍ତ୍ରଶସ୍ତ୍ର ଓ ହେରୋଇନ ଜବତ

    ଚଣ୍ଡିଗଡ଼: ପଞ୍ଜାବର ଫାଜିଲ୍କାରେ ଆନ୍ତର୍ଜାତିକ ସୀମାରେ ବିପୁଳ ଅସ୍ତ୍ରଶସ୍ତ୍ର ଓ ହେରୋଇନ ଜବତ ହୋଇଛି। ପାକିସ୍ତାନ ପଟୁ ଏସବୁ ଭାରତ ଭିତରକୁ ପଠାଯାଉଥିଲା। ବିଓପି ଜି-ଜି-୩ ଅଞ୍ଚଳରେ ବଳମ୍ବିତ ରାତିରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ ପାକିସ୍ତାନ ପଟରୁ ଭାରତ ଭିତରକୁ ପଶିବାକୁ ଚେଷ୍ଟା କରୁଥିବାବେଳେ ବିଏସ୍‌ଏଫ୍‌ ସେମାନଙ୍କ ଉଦ୍ୟମକୁ ବିଫଳ କରିଦେଇଥିଲା। ବିଏସ୍‌ଏଫ୍‌ ପକ୍ଷରୁ ଚୋରା ଚାଲାକଣକାରୀଙ୍କ ଉପରକୁ ୬୦ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଭୟରେ ଚୋରା ଚାଲାଣକାରୀ ଫେରି ଯାଇଥିଲେ। ଏହାପରେ ବିଏସ୍‌ଏଫ୍‌ ପକ୍ଷରୁ ପଞ୍ଜାବ ପୁଲିସ ସହିତ ମିଳିତ ଭାବେ ତଲାସି ଅଭିଯାନ କରାଯାଇଥିଲା। ତଲାସି ଅଭିଯାନ ବେଳେ ପାକିସ୍ତାନ ପଟୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଓ ହେରୋଇନ ଜବତ ହୋଇଛି। ପଞ୍ଜାବର ଡିଜିପି ଗୌରବ ଯାଦବ ‘ଏକ୍ସ’ରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।



  • Jan 29, 2026 16:18 IST

    ୨୧% ବ୍ୟାଙ୍କରେ ଏଆଇ: ସର୍ଭେ

    ନୂଆଦିଲ୍ଲୀ: ଦେଶର ୨୧ ପ୍ରତିଶତ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସମାଧାନ ଗ୍ରହଣ କରିଛନ୍ତି। ରିଜର୍ଭ ବ୍ୟାଙ୍କର ଏକ ସର୍ବେକ୍ଷଣ ରିପୋର୍ଟ ଆଧାରରେ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଏବେବି ଏଆଇ ଗ୍ରହଣୀୟତା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। କିଛି ବୃହତ୍‌ ବ୍ୟାଙ୍କ ଓ ଛୋଟ ଅର୍ବାନ କୋଅପରେଟିଭ ବ୍ୟାଙ୍କ ମଧ୍ୟରେ ତାହା ସୀମିତ ରହିଛି। ବହୁ ଅଣ ବ୍ୟାଙ୍କ ଆର୍ଥିକ କମ୍ପାନି (ଏନ୍‌ବିଏଫ୍‌ସି) ସମ୍ବଳ, ତଥ୍ୟ, କୁଶଳୀ ମାନବ ସମ୍ବଳ ଅଭାବରୁ ଏଆଇ ଲାଗୁ କରିବାରେ ଅସୁବିଧା ସାମ୍ନା କରୁଛନ୍ତି। ଯେଉଁ ସଂସ୍ଥାଗୁଡ଼ିକ ଏଆଇ ଗ୍ରହଣ କରିଛନ୍ତି ସେମାନେ ତାହାକୁ କେବଳ ପ୍ରକ୍ରିୟାର ଦକ୍ଷତା ବଢ଼ାଇବା, ଗ୍ରାହକଙ୍କ ସହ ଆଲୋଚନା, ଲିଡ୍‌ ସୃଷ୍ଟି କରିବା ଓ ଆଭ୍ୟନ୍ତରୀଣ ନିଷ୍ପତ୍ତି ନେବା ଭଳି ମୌଳିକ କାମରେ ବ୍ୟବହାର କରୁଛନ୍ତି।



  • Jan 29, 2026 16:14 IST

    ବିଜେପିର ସୌରଭ ଯୋଶୀ ଚଣ୍ଡିଗଡ଼ ମେୟର ନିର୍ବାଚିତ

    ଚଣ୍ଡିଗଡ଼ର ମେୟର ନିର୍ବାଚନରେ ବିଜେପି ବିଜୟୀ ହୋଇଛି। ବିଜେପି ପ୍ରାର୍ଥୀ ସୌରଭ ଯୋଶୀ ଚଣ୍ଡିଗଡ଼ର ନୂଆ ମେୟର ନିର୍ବାଚିତ ହୋଇଛନ୍ତି। ତ୍ରିକୋଣୀୟ ନିର୍ବାଚନରେ ଯୋଶୀ କଂଗ୍ରେସ ଓ ଆମ ଆଦମୀ ପାର୍ଟିର ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ। ବିଜେପି ପ୍ରାର୍ଥୀ ୧୮ଟି ଭୋଟ ପାଇଥିବାବେଳେ କଂଗ୍ରେସର ଗୁରପ୍ରୀତ ସିଂହ ଗବ୍ବିଙ୍କୁ ୭ ଓ ଆପ୍‌ର ଯୋଗେଶ ଢିଙ୍ଗରାଙ୍କୁ ୧୧ଟି ଭୋଟ ମିଳିଥିଲା। ବିଜେପିର ଯଶମନପ୍ରୀତ ସିଂହ ସିନିଅର ଡେପୁଟି ମେୟର ହୋଇଛନ୍ତି। 

  • Jan 29, 2026 15:50 IST

     ନିରନ୍ତର ବିକାଶ ସଂପର୍କରେ ୨ ଦିନିଆ କର୍ମଶାଳା ଆୟୋଜିତ

    ଭୁବନେଶ୍ୱର: ରାଜ୍ୟର ବିକାଶର ଧାରାକୁ ଏକ ସ୍ଥାୟୀ, ସୁଦୃଢ଼ ଓ ନିରନ୍ତରତା ଭିତ୍ତିରେ ଆଗକୁ ନେବା ଉଦ୍ଦେଶ୍ୟରେ ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗିତା ବୃଦ୍ଧି ଉଦ୍ଦେଶ୍ୟରେ ଏକ ଦୁଇ ଦିନିଆ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ସମନ୍ୱିତ ବିକାଶ ଲକ୍ଷ୍ୟ ସେଲ୍‌ (ଏସ୍‌ଡିଜି ସେଲ) ଆନୁକୂଲ୍ୟରେ ସ୍ଥାନୀୟ କ୍ରାଉନ୍‌ ହୋଟେଲ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାକୁ ରାଜ୍ୟ ଉନ୍ନୟନ କମିtନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଉନ୍ନୟନ କମିtନର ସିଂ ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାର ମାନଙ୍କୁ ଏ କ୍ଷେତ୍ରରେ ସମ୍ଭାବନାର ଦିଗ ପ୍ରତି ଭଲଭାବେ ବୁଝିବା, ଏହାର ସୁଯୋଗ  କିଭଳି ନିର୍ଭର କରୁଥିବା ଜନସାଧାରଣ ନେଇପାରିବେ ଓ ତାହା ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ, ସେ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେଇ ବିକାଶକୁ ସାଥିରେ ନେବା ପାଇଁ ସେ ପ୍ରକାଶ କରିବା ସହ ଏହି କର୍ମଶାଳା ସମସ୍ତଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। 

  • Jan 29, 2026 15:48 IST

    ଏନ୍‌କାଉଣ୍ଟରରେ ୨ ନକ୍ସଲ ନିପାତ

    • ସୁରକ୍ଷାବାହିନୀକୁ ସଫଳତା
    • ଏନ୍‌କାଉଣ୍ଟରରେ ୨ ନକ୍ସଲ ନିପାତ
    • ଛତିଶଗଡ଼ର ବିଜାପୁରରେ ନକ୍ସଲଙ୍କ ଉପରେ ଏନ୍‌କାଉଣ୍ଟର
    • ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ୍‌ ଜାରି 

    CRPF

     

  • Jan 29, 2026 15:34 IST

    ସାତ ଦିନିଆ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍‌ଯାପିତ 

    ଘୁ.ଉଦୟଗିରି: ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ର ସାତ ଦିନିଆ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏବଂ ଏନଏସଏସ. କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗିରିଶ କୁମାର ମୁଠାମାଝି ଏବଂ ଅନ୍ୟତମ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସରିତା ମିଶ୍ରଙ୍କ ତତ୍ତ୍ଵାବଧାନରେ ଏହି  ଶିବିର ସାତଦିନ ଧରି ଚାଲିଥିଲା। ଶିବିରରେ ସ୍ବେଚ୍ଛାସେବୀମାନେ ଦୈନଦିନ ପ୍ରାତଃ କାର୍ଯ୍ୟକ୍ରମ ଯୋଗ, ପ୍ରାର୍ଥନା, ବ୍ୟାୟାମ  ଓ ପୋଷ୍ୟ ଗ୍ରାମ ଭାବରେ ବାଉଡ଼ିନାଜୁ ଓ ଇନ୍ଦିରାପଡ଼ିଆ ଯାଇ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରିଥିଲେ। ଏପରିକି ସଚେତନତା ଶୋଭାଯାତ୍ରା ସହିତ ନିଶା ନିବାରଣ, ବାଲ୍ୟ ବିବାହ, ନାରୀ ଶିକ୍ଷା, ଗୁଣି ଗାରେଡ଼ି, ସଡ଼କ ସୁରକ୍ଷା, ସ୍ୱଛତା, ପରିବେଶ ସୁରକ୍ଷା ଆଦି ବିଷୟରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ।

    IMG-20260129-WA0365

    ଏହି ଶିବିରରେ ଆୟୋଜିତ ହୋଇଥିବା ବିଭିନ୍ନ ପାଠ୍ୟ କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀମାନଙ୍କର ସାମାଜିକ, ବ୍ୟବହାରିକ ଜ୍ଞାନର ବୃଦ୍ଧି ପାଇଁ ଏନ.ଏସ.ଏସ. ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼ ନଳିନୀ କୁମାର ପାଣିଗ୍ରାହୀ ଶିବିରରେ ଯୋଗଦେଇ ଏନ.ଏସ.ଏସ ଲକ୍ଷ୍ୟ ଓ ବ୍ୟକ୍ତିତ୍ୱର ବିକାଶ ଉପରେ ଆଲୋକପାତ କରିଥିଲେ, ସ୍ଥାନୀୟ ଅଗ୍ନିଶମ ବିଭାଗର ଅଧିକାରୀମାନେ ଆସି ବିଭିନ୍ନ ଅଗ୍ନି ନିରାପତ୍ତା ସଚେତନତା ଶିକ୍ଷା ଦେଇଥିଲେ, ଗୁମାଗଡ଼ ଚିକିତ୍ସାଳୟର ଡ଼ ପ୍ରଶାନ୍ତ କୁମାର ମହାପାତ୍ର ମଧ୍ୟ ଏଡ଼ସ୍, କର୍କଟ, ସ୍ତ୍ରୀ ରୋଗ, ଫାଲେରିଆ, ମେଲେରିଆ ଆଦି ବିଷୟରେ ଆଲୋଚନା କରିଥିଲେ ତତ ସହିତ ରାଜନୀତି ବିଜ୍ଞାନର ଅଧ୍ୟାପକ ଡ଼ ରାଜେଶ ବାଗ ସ୍ବେଚ୍ଛାସେବୀ ମାନଙ୍କୁ ସାମାଜିକ ପରିବର୍ତ୍ତନରେ ଯୁବବର୍ଗଙ୍କ ଭୂମିକା ଆଦି ସମ୍ପକରେ ଆଲୋକପାତ କରିଥିଲେ।  

  • Jan 29, 2026 15:02 IST

    ଢିଙ୍କିଆରେ କଂଗ୍ରେସର ପ୍ରତିବାଦ ପଦଯାତ୍ରା

    ଜଗତସିଂହପୁର: ଢିଙ୍କିଆରେ କଂଗ୍ରେସର ପ୍ରତିବାଦ ପଦଯାତ୍ରା । ଯୋଗଦେଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ। ବିନା ଗ୍ରାମସଭାରେ କମ୍ପାନିକୁ ଜଙ୍ଗଲ ଜମି ହସ୍ତାନ୍ତର, ଜଙ୍ଗଲ ଆଇନ ଅଧିକାରକୁ ଉଲ୍ଲଙ୍ଘନ କରି ଲକ୍ଷ ଲକ୍ଷ ଗଛକଟା ଯିବା ଓ ଲୋକଙ୍କ ଜୀବନ ଜୀବିକା ଛଡ଼ାଇ ନେବା ପ୍ରତିବାଦରେ ପଦଯାତ୍ରା ସହ ଢିଙ୍କିଆ ଖେଳପଡ଼ିଆରେ ପ୍ରତିବାଦ ସଭା। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ବ୍ୟାପକ ପୁଲିସ ମୁତୟନ।

    Untitled

  • Jan 29, 2026 13:48 IST

    ବ୍ରହ୍ମାନଗର ଗଣଦୁଷ୍କର୍ମ ମାମଲା,୬ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ

    ବ୍ରହ୍ମପୁର: ୨୦୨୪ ମସିହା ମେ ମାସରେ ବୈଦ୍ୟନାଥପୁର ଥାନା ଅଞ୍ଚଳର ଏକ ବ୍ୟାଚଲର ରୁମରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିଲା । ଆଜି ପୋକସୋ ଜଜ୍ ପ୍ରଣତି ପଟ୍ଟନାୟକଙ୍କ କୋର୍ଟରେ ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ୬ଜଣ ଅଭିଯୁକ୍ତଙ୍କୁ ୨୦ବର୍ଷ  କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

    01breaking

  • Jan 29, 2026 12:57 IST

    ବଡ଼ବିଲରେ ୨ ଏକର ଜମିରେ ଅଫିମ ଚାଷ ଠାବ

    କେନ୍ଦୁଝର: ବଡ଼ବିଲ ଥାନା ଅଧୀନସ୍ଥ ମାଙ୍କଡ ହଟିଂ ବନାଞ୍ଚଳରେ ପ୍ରାୟ ୨ ଏକର ଜମିରେ ଅଫିମ ଚାଷ ହୋଇଥିବା ଧରାପଡ଼ିଛି।
    ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

    Untitled

     

     

  • Jan 29, 2026 11:47 IST

    ସ୍କୁଟିକୁ ଘୋଷାରି ନେଲା ଟ୍ରକ୍, ଯୁବକ ମୃତ

    ସୁନ୍ଦରଗଡ଼: ଆଜି ସକାଳେ ତଳସରା ଥାନା ବାଲିଶଙ୍କରା ବ୍ଲକ୍ କାର୍ଯ୍ଯାଳୟ ନିକଟ ମୁଖ୍ଯ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟି ଆରୋହୀଙ୍କୁ ପଛ ପଟୁ ଏକ ମାଲ୍ ବୋଝେଇ ଟ୍ରକ୍ ଧକା ଦେବା ସହ ଘୋଷାରି ନେଇ ଯାଇଥିଲା। ଟ୍ରକ ଚକ ତଳେ ପେଷି ହୋଇ ଯୁବକଙ୍କ ଶୋଚନୀୟ ମୃତ୍ଯୁ ହୋଇଯାଇଛି। 

     

    Untitled

     

  • Jan 29, 2026 11:37 IST

    ଅଜିତ ଦାଦାଙ୍କୁ ଶେଷ ବିଦାୟ

    ପୁନେ: ମହାରାଷ୍ଟ୍ରର ବାରାମତୀର ବିଦ୍ୟା ପ୍ରତିଷ୍ଠାନରେ ପାରମ୍ପରିକ ଭାବରେ ଅଜିତ ପାୱାରଙ୍କ ଶେଷକୃତ୍ୟ କରାଯାଉଛି। ତାଙ୍କ ବଡ଼ ପୁଅ ପାର୍ଥ ପାୱାର ମୁଖାଗ୍ନି ଦେବେ। ପାରମ୍ପରିକ ସମ୍ମାନ ସହିତ ପାରମ୍ପରିକ ଭାବରେ ମରଶରୀରକୁ ଚିତାରେ ରଖିବା ପରେ ତ୍ରିରଙ୍ଗାକୁ ରାଜ୍ୟ ସମ୍ମାନ ସହିତ କାଢ଼ି ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ତାଙ୍କ ପୁଅ ଜୟ ପାୱାରଙ୍କୁ ତ୍ରିରଙ୍ଗା ପ୍ରଦାନ କରାଯାଇଥିଲା। ତ୍ରିରଙ୍ଗାକୁ ସଂରକ୍ଷଣ କରି ସୁନେତ୍ର ପାୱାର ତାଙ୍କ ସ୍ୱାମୀଙ୍କୁ ବିଦାୟ ଦେଉଥିବାର ଦେଖାଯାଇଥିଲା।

    କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ନୀତିନ ନବୀନ, ଦେବେନ୍ଦ୍ର ଫଡନଭିସ୍, ଏକନାଥ ସିନ୍ଦେ, ଉଦ୍ଧବ ଠାକରେ, ରାଜ ଠାକରେ, ନୀତିନ ଗଡକରୀ, ପ୍ରଫୁଲ ପଟେଲ, ପ୍ରମୋଦ ସାୱନ୍ତ, ଛଗନ ଭୁଜବଳ ଏବଂ ଶରଦ ପାୱାରଙ୍କ ସମେତ ଅଧିକାଂଶ ରାଜ୍ୟ ମନ୍ତ୍ରୀ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ଅନ୍ତିମ ସଂସ୍କାର ପୂର୍ବରୁ ସୁନେତ୍ର ପାୱାର ମଞ୍ଚରେ ପହଞ୍ଚି ତାଙ୍କ ସ୍ୱାମୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୁପ୍ରିୟା ସୁଲେ ତାଙ୍କୁ ସମର୍ଥନ କରିଥିଲେ। କିନ୍ତୁ ଶେଷ ସମ୍ମାନ ଜଣାଇବା ସମୟରେ ସେ ମଧ୍ୟ କାନ୍ଦି ପକାଇଥିଲେ।

  • Jan 29, 2026 11:02 IST

    ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ବଜେଟ ଅଧିବେଶନ ଆରମ୍ଭରେ ସମସ୍ତ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ସାଂସଦ ଅଧିବେଶନ ଆରମ୍ଭରେ ଏବଂ ୨୦୨୬ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା କଥାଗୁଡ଼ିକୁ ଗମ୍ଭୀରତାର ସହିତ ନେଇଥିବେ। ପ୍ରଧାନମନ୍ତ୍ରୀ ମୋଦି ୟୁରୋପୀୟ ସଂଘ ଏବଂ ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

    ପ୍ରଧାନମନ୍ତ୍ରୀ କହିଛନ୍ତି, ଗତକାଲିର ଭାଷଣ ୧୪୦ କୋଟି ଭାରତୀୟଙ୍କ ବିଶ୍ୱାସର ପ୍ରକାଶ। ସେମାନଙ୍କର କ୍ଷମତାର ହିସାବ ଏବଂ ସେମାନଙ୍କ ଆକାଂକ୍ଷାର ଏକ ବ୍ଲୁପ୍ରିଣ୍ଟ ଥିଲା। ସମସ୍ତ ସାଂସଦଙ୍କ ପାଇଁ ରାଷ୍ଟ୍ରପତି ସେମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ଅନେକ କଥା ମଧ୍ୟ କହିଥିଲେ। ଅଧିବେଶନ ଆରମ୍ଭରେ ଏବଂ ୨୦୨୬ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ଆଶା - ମୁଁ ନିଶ୍ଚିତ ଯେ ସମସ୍ତ ସାଂସଦ ଏହାକୁ ଗମ୍ଭୀରତାର ସହିତ ନେଇଥିବେ। 

     

  • Jan 29, 2026 10:58 IST

    ମା’-ପୁଅ ସମେତ ୪ଜଣଙ୍କ ମୃତ୍ୟୁ

    ଭରତପୁର: ରାଜସ୍ଥାନର ଭରତପୁରରେ ଘନ କୁହୁଡ଼ି ମଧ୍ୟରେ ଆଗ୍ରା-ଜୟପୁର ରାଜପଥରେ ଠିଆ ହୋଇଥିବା ଏକ ଟ୍ରେଲର ସହିତ ଏକ ସ୍ଲିପର ବସ୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଚାରି ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି। ଘନ କୁହୁଡ଼ି ମଧ୍ୟରେ ଆଗ୍ରା-ଜୟପୁର ଜାତୀୟ ରାଜପଥରେ ଠିଆ ହୋଇଥିବା ଏକ ଟ୍ରେଲର ଟ୍ରକ୍ ସହିତ ଏକ ସ୍ଲିପର ବସ୍ ଧକ୍କା ଦେବା ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମା ଏବଂ ପୁଅ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ତାଙ୍କର ଆଠ ବର୍ଷର ପୁଅ ଅନ୍ତର୍ଭୁକ୍ତ। ବୁଧବାର ରାତିରେ ଉତ୍ତର ପ୍ରଦେଶର କାସଗଞ୍ଜରୁ ବସ୍ ଟି ଜୟପୁର ଅଭିମୁଖେ ଯାଉଥିବା ସମୟରେ ସେବାର ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସେବାର ପୁଲିସ ଷ୍ଟେସନ ଇନ୍ସପେକ୍ଟର ସତୀଶ ଶର୍ମା କହିଛନ୍ତି, ଆହତମାନଙ୍କୁ ଆରବିଏମ୍ ହସ୍ପିଟାଲକୁ ନିଆଯାଇଛି, ଯେତେବେଳେ ମୃତଦେହଗୁଡ଼ିକୁ ମର୍ଚ୍ୟୁରୀରେ ରଖାଯାଇଛି। ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି ଏବଂ ସେମାନଙ୍କ ପହଞ୍ଚିବା ପରେ ପୋଷ୍ଟମର୍ଟମ୍ କରାଯିବ। 

    News Article Hero Image

  • Jan 29, 2026 10:47 IST

    ଡାହାଣୀ ସନ୍ଦେହରେ ମାଆକୁ ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ

    ବୈଶିଙ୍ଗା: ଅନ୍ଧବିଶ୍ୱାସର ସାଂଘାତିକ ଦୃଶ୍ୟ। ଡାହାଣୀ ସନ୍ଦେହରେ ନିଜ ମାଆକୁ କଟୁରୀରେ ହାଣି ହତ୍ୟା କଲା ଜହ୍ଲାଦ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ କଲରାଫୁଲିଆ ଗ୍ରାମରେ l ଅଭିଯୁକ୍ତ ଚୈତନ୍ୟ ସିଂଙ୍କ ପୁଅ ତପନ ସିଂ(୩୩) ଗୁରୁବାର ସକାଳୁ ନିଜ ମା ରାଇମାଣି ସିଂ (୬୦)ଙ୍କୁ କଟୁରୀରେ ହାଣି ନିର୍ମମ ହତ୍ୟା କରିଛି l ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।

    Untitled

     

  • Jan 29, 2026 10:38 IST

    ଟି-୨୦ ବିଶ୍ୱକପ୍ ଖେଳିବ ବାଂଲାଦେଶ

    ଢାକା: ଗତ କିଛି ସପ୍ତାହ ବାଂଲାଦେଶ କ୍ରିକେଟ୍ ପାଇଁ ଚ୍ୟାଲେଞ୍ଜିଂ ଥିଲା। ୨୦୨୬ ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ଭାରତ ଯାତ୍ରା ନକରିବା ପାଇଁ ଜିଦ୍ ଧରିବା ପରେ ସେମାନଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାଦ ଦିଆଯାଇଥିଲା ଏବଂ ସ୍କଟଲାଣ୍ଡକୁ ସ୍ଥାନ ଦିଆଯାଇଥିଲା। ବାଂଲାଦେଶ କ୍ରିକେଟ୍ ପାଇଁ କିଛି ଭଲ ଖବର ଅଛି: ସେମାନଙ୍କର ମହିଳା ଦଳ ଚଳିତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି।bangladesh women cricket team qualify for t20 world cup 2026 with netherlands बांग्लादेश टीम के लिए आई खुशखबरी, T20 वर्ल्ड कप 2026 खेलेगी, इस टीम के साथ किया क्वालीफाई

    ବାଂଲାଦେଶ ମହିଳା କ୍ରିକେଟ୍ ଦଳ ସୁପର ସିକ୍ସରେ ଥାଇଲ୍ୟାଣ୍ଡକୁ ୩୯ ରନରେ ପରାସ୍ତ କରି ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ବାଂଲାଦେଶୀ କ୍ରିକେଟ୍ ପ୍ରଶଂସକମାନେ ଗତ କିଛି ସପ୍ତାହ ଧରି ନିରାଶ ହୋଇଛନ୍ତି କାରଣ ସେମାନଙ୍କର ପୁରୁଷ ଦଳକୁ ସେମାନଙ୍କ ବୋର୍ଡ  ଯୋଗୁଁ ବିଶ୍ୱକପ୍ ସ୍ଥାନ ପାଇବାରୁ ବଞ୍ଚିତ କରାଯାଇଥିଲା। କିନ୍ତୁ ଏବେ ପ୍ରଶଂସକମାନଙ୍କ ପାଇଁ ଏକ ଭଲ ଖବର ଅଛି: ଯଦିଓ ସେମାନେ ସେମାନଙ୍କ ପୁରୁଷ ଦଳକୁ ଉତ୍ସାହିତ କରିପାରିବେ ନାହିଁ। କିନ୍ତୁ ସେମାନେ ମହିଳା ଦଳକୁ ଉତ୍ସାହିତ କରିବାର ସୁଯୋଗ ପାଇବେ।

  • Jan 29, 2026 10:13 IST

    ଆମେରିକାର ଅର୍ଥ ସଚିବଙ୍କ ୟୁରୋପ ଉପରେ ଆକ୍ରମଣ

    ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସମ୍ପ୍ରତି ହୋଇଥିବା ବାଣିଜ୍ୟ ଚୁକ୍ତିନାମା ଉପରେ ବୁଧବାର ଦିନ ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ୟୁରୋପ ଉପରେ ଏକ କଠୋର ଆକ୍ରମଣ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ଏହି ଚୁକ୍ତିନାମା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ୟୁରୋପୀୟ ସଂଘ ୟୁକ୍ରେନକୁ ସମର୍ଥନ କରିବା ଅପେକ୍ଷା ନିଜର ବାଣିଜ୍ୟ ସ୍ୱାର୍ଥକୁ ପ୍ରାଥମିକତା ଦିଏ। ସେ କହିଛନ୍ତି ଯେ ବର୍ଷ ବର୍ଷ ଧରି ଆଲୋଚନା ପରେ ମଙ୍ଗଳବାର ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ହୋଇଥିବା ଚୁକ୍ତିନାମାରେ ସେ ଗଭୀର ନିରାଶ ହୋଇଛନ୍ତି। ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ଏହି ଚୁକ୍ତିନାମାକୁ ‘ସମସ୍ତ ଚୁକ୍ତିନାମାର ଜନନୀ’ ବୋଲି ବର୍ଣ୍ଣନା କରିଛନ୍ତି। ବେସାଣ୍ଟ ପ୍ରତିକ୍ରିୟାରେ କହିଥିଲେ, ସେମାନେ ଯାହା ଠିକ୍ ମନେ କରନ୍ତି ତାହା କରିବା ଉଚିତ। କିନ୍ତୁ ସ୍ପଷ୍ଟ ଭାବରେ କହିବାକୁ ଗଲେ, ମୁଁ ୟୁରୋପର ମନୋଭାବକୁ ଅତ୍ୟନ୍ତ ନିରାଶାଜନକ ପାଇଲି। 

    us treasury scott bessent criticizes india eu trade deal ukraine tariffs russian oil trade tensions टैरिफ से धमकाने वाला अमेरिका, भारत-EU डील पर पीट रहा छाती, स्कॉट बेसेंट बोले- 'सच कहूं तो...'

  • Jan 29, 2026 09:59 IST

    ପିକଅପ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

    ମହୀଧରପୁର: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର ବ୍ରିଜ ଉପରେ ଏକ ପିକଅପ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋତମରା ଗ୍ରାମର ଶକ୍ତି ସୌରଭ ମହାନ୍ତି।

    Untitled

     

  • Jan 29, 2026 09:44 IST

    ପାକିସ୍ତାନୀ ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା ​​କି ଭାରତ?

    ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା କିରାଣା ପାହାଡ଼ ଉପରେ ଆକ୍ରମଣ କରିଥିଲା ​​କି? ଗତବର୍ଷ ଅପରେସନ ସିନ୍ଦୂର ପରେ ଏହି ପ୍ରଶ୍ନ ଉଠିଥିଲା। ଏବେ ପୁଣି ଥରେ ପ୍ରଶ୍ନ ଉଠିଛି: ଭାରତ କ'ଣ ପାକିସ୍ତାନର ପରମାଣୁ ସ୍ଥାପନକୁ ଟାର୍ଗେଟ କରିଥିଲା ​​କି? ପ୍ରକୃତରେ, ବାୟୁସେନା ଗଣତନ୍ତ୍ର ଦିବସରେ ପାକିସ୍ତାନର ସରଗୋଧାରେ ଥିବା ପରମାଣୁ ଘାଟି ଉପରେ ଆକ୍ରମଣକୁ ଦର୍ଶାଉଥିବା ଏକ ଭିଡିଓ ଜାରି କରିଛି। ଏଥିରେ ରାଫେଲ, ସୁଖୋଇ, ଜାଗୁଆର ଏବଂ ତେଜସ ଭଳି ଭାରତୀୟ ଜେଟ୍ ଫୁଟେଜ୍ ଏବଂ ‘ଶାନ୍ତିର ରକ୍ଷକ’ ଶବ୍ଦଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ।

    1BREAKING NEWS  Monday

    ଭାରତୀୟ ବାୟୁସେନା ଭିଡିଓରେ ସିନ୍ଦୂର ଅପରେସନ ସମୟରେ ନୁର ଖାନ ଘାଟି ଏବଂ ଅନ୍ୟ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣର ଚିତ୍ର ମଧ୍ୟ ଦେଖାଯାଇଛି। ଏକ ସାମ୍ପ୍ରତିକ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଆକ୍ରମଣ ପାକିସ୍ତାନକୁ ଶାନ୍ତି ପାଇଁ ଆହ୍ବାନ କରିବାକୁ ବାଧ୍ୟ କରିଥିଲା। ଗଣତନ୍ତ୍ର ଦିବସରେ ପ୍ରକାଶିତ ଏକ ଭିଡିଓରେ ଯୁଦ୍ଧ ବିମାନର ସିନ୍ଦୂର ଗଠନ ଏବଂ ସ୍ଲୋଗାନ ଦେଖାଯାଇଥିଲା।  

  • Jan 29, 2026 09:16 IST

    ସଇଁତଲା ବନ ବିଭାଗର ଚଢ଼ାଉ; ଖଇର କାଠ ବୋ‌ଝେଇ ଟ୍ରକ ଜବତ, ଡ୍ରାଇଭର ଫେରାର 

    ଦେଓଗାଁ: ଆଜି ସକାଳେ ବରଗଡ଼-ବୋରିଗୁମା ଜାତୀୟ ରାଜପଥ ୨୬ ବଲାଙ୍ଗୀର-ଟିଟଲାଗଡ଼ ରାସ୍ତା ରେ ସଇଁତଲା ବନ ବିଭାଗ ଚଢ଼ାଉ କରି ଏକ ଖଇର କାଠ ବୋଝେଇ ଗାଡ଼ିକୁ ଧରିଛି। ପଶ୍ଚିମବଙ୍ଗ ନମ୍ବର ଥିବା ଗାଡ଼ିକୁ ପୁଲିସ୍ ଜବତ କରିଥିବା ବେଳେ ଡ଼୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇ ଯାଇଛି। ତେବେ ଟ୍ରକର କାଠକୁ ନେଇ ବନ ବିଭାଗ ତଦନ୍ତ ଜାରି ରଖିଛି। 

    Unt

  • Jan 29, 2026 09:11 IST

    ତ୍ରିଲୋଚନ ନେତ୍ରାଳୟରେ ଭୟାବହ ଅଗ୍ନିକାଣ୍ଡ 

    ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ବେହେରାମାଲ ଛକସ୍ଥିତ ତ୍ରିଲୋଚନ ନେତ୍ରାଳୟରେ ଆଜି ସକାଳ ୮ଟାରେ ଭୟବହ ଅଗ୍ନିକାଣ୍ଡ ଘଟିଛି। କୋଠାର ଦ୍ଵିତୀୟ ମହଲାରେ ନିଆଁ ଲାଗିଥିବା ବେଳେ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ପ୍ରାଥମିକ ସ୍ଥିତିରେ କୋଠାରେ ଲାଗିଥିବା କାଚଗୁଡିକୁ ଭଙ୍ଗା ଯାଇଥିବା ବେଳେ ଉପର ଓ ତଳ ମହଲାରେ ଥିବା ଏସବିଆଇ ଓ ଆଇସିଆଇସିଆଇ ଲମ୍ବାର୍ଡ ଅଳ୍ପକେ ବର୍ତ୍ତି ଯାଇଛି।

    Untit

  • Jan 29, 2026 08:23 IST

    ଆମେରିକାକୁ ଜବାବ ଦେଲା ଇରାନ

    ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ବୁଧବାର ତେହେରାନ ଚେତାବନୀ ଦେଇଥିଲା ଯେ ଏହାର ସେନା ଯେକୌଣସି ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନର କଡ଼ା ଜବାବ ଦେବ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଯେ ତାଙ୍କ ସେନା ଦେଶ ଉପରେ ଯେକୌଣସି ଆକ୍ରମଣର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଏବଂ ପ୍ରସ୍ତୁତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏହାର ବିବାଦୀୟ ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ସହିତ ଏକ ଚୁକ୍ତି କରିବାକୁ ନଚେତ୍ ଏକ ବଡ଼ ଆମେରିକା ଆକ୍ରମଣର ସମ୍ମୁଖୀନ ହେବାକୁ ଧମକ ଦେବା ପରେ ଆରାଘଚିଙ୍କ ମନ୍ତବ୍ୟ ଆସିଛି। ଟ୍ରମ୍ପ କହିଥିଲେ ଯେ ଏକ ବଡ଼ ଯୁଦ୍ଧଜାହାଜ ଆଗକୁ ବଢ଼ୁଛି ଏବଂ ଇରାନ ପାଇଁ ସମୟ ସରି ଆସୁଛି।

    01breaking

  • Jan 29, 2026 08:08 IST

    ଇରାନକୁ ଚେତାବନୀ ଦେଇ ଟ୍ରମ୍ପ କହିଲେ...

    ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ କଠୋର ଦେଖା ଯାଇଛନ୍ତି। ସେ ଇରାନ ପ୍ରତି ତାଙ୍କର କଠୋର ମନୋଭାବ ବଜାୟ ରଖିଛନ୍ତି। ପୁଣି ଥରେ ଇରାନକୁ ଆଲୋଚନା ଟେବୁଲକୁ ଆସି ଏକ ପରମାଣୁ ଚୁକ୍ତିନାମାରେ ପହଞ୍ଚିବାକୁ ଚେତାବନୀ ଦେଇଛନ୍ତି। ଏଥିରେ ସେ କହିଛନ୍ତି, ଆମେରିକା ଆହୁରି ଭୟଙ୍କର ଆକ୍ରମଣ କରିବ। ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଇରାନୀ ମୁଦ୍ରା, ରିୟାଲ, ପ୍ରତି ଡଲାରରେ ୧.୬ ନିୟୁତ ରିଆଲ ରେକର୍ଡ ସର୍ବନିମ୍ନ ସ୍ତରରେ ଖସିଯାଇଛି। ଟ୍ରମ୍ପ ଏକ ଇଣ୍ଟରନେଟ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି, ଆଶା କରାଯାଉଛି, ଇରାନ ଖୁବ୍ ଶୀଘ୍ର ଆଲୋଚନା ପାଇଁ ଆଗକୁ ଆସିବ ଏବଂ ଏକ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଚୁକ୍ତିନାମାରେ ପହଞ୍ଚିବ ଯାହା ସମସ୍ତ ପକ୍ଷଙ୍କ ପାଇଁ ଭଲ ହେବ। 

     

    Donald Trump
    Donald Trump Photograph: (sambad.in)

     

  • Jan 29, 2026 07:41 IST

    ୟୁଜିସି ନିୟମାବଳୀ ବିରୋଧରେ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନୂତନ ଇକ୍ୱିଟି ନିୟମାବଳୀ ୨୦୨୬କୁ ଚ୍ୟାଲେଞ୍ଜ କରି ଅନେକ ଆବେଦନର ଶୁଣାଣି କରିବେ। ସର୍ବୋଚ୍ଚ ନ୍ୟାୟାଳୟର ୱେବସାଇଟ୍ ଅନୁଯାୟୀ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ ଜାନୁଆରି ୨୯ ତାରିଖରେ ଏହି ମାମଲାର ଶୁଣାଣି କରିବେ। ପୂର୍ବରୁ, ସୁପ୍ରିମକୋର୍ଟ ସମ୍ପ୍ରତି ଅଧିସୂଚିତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିୟମାବଳୀକୁ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ରାଜି ହୋଇଥିଲେ। ଆବେଦନରେ ଅଭିଯୋଗ କରାଯାଇଛି ଯେ କମିଶନ ଜାତିଭିତ୍ତିକ ବୈଷମ୍ୟର ଏକ ଅନ୍ତର୍ଭୁକ୍ତ ପରିଭାଷା ଗ୍ରହଣ କରିଛନ୍ତି ଏବଂ କିଛି ବର୍ଗକୁ ପ୍ରତିଷ୍ଠାନ ସୁରକ୍ଷାରୁ ବାଦ ଦେଇଛନ୍ତି।

    supreme court
    Photograph: (The Economic Times)

     

  • Jan 29, 2026 07:19 IST

    ଆଗାମୀ ୪୮ ଘଣ୍ଟା ମଧ୍ୟରେ ପାଗ ବଦଳିବ

    ନୂଆଦିଲ୍ଲୀ: ସାରା ଦେଶରେ ପାଗ ପୁଣି ଥରେ ବଦଳିବାକୁ ଯାଉଛି। ପାହାଡ଼ଗୁଡ଼ିକରେ ତୁଷାରପାତ ଜାରି ରହିଥିବା ବେଳେ ସମତଳ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ବହିବାରେ ଲାଗିଛି। ପାଣିପାଗ ବିଭାଗ ଏବେ ଆଗାମୀ ୪୮ରୁ ୭୨ ଘଣ୍ଟା ମଧ୍ୟରେ ୧୦ଟି ରାଜ୍ୟରେ ପ୍ରବଳ ବର୍ଷା, ତୁଷାରପାତ ଏବଂ କୁଆପଥର ଝଡ଼ ସହିତ ପ୍ରବଳ ପବନ ବହିବାର ପୂର୍ବାନୁମାନ କରିଛି।

    rain

    ପାଣିପାଗ ବିଭାଗ ଅନୁଯାୟୀ, ଜାନୁଆରୀରେ ଏକ ନୂତନ ପଶ୍ଚିମୀ ବିଶୃଙ୍ଖଳା ସକ୍ରିୟ ହେଉଛି ଏବଂ ଜାନୁଆରୀ ୩୧ ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ପଶ୍ଚିମ ହିମାଳୟ ଅଞ୍ଚଳକୁ ପ୍ରଭାବିତ କରିବାର ସମ୍ଭାବନା ଅଛି। ଫେବୃଆରୀ ୧ ତାରିଖରେ ଜମ୍ମୁ କଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଝଡ଼ବର୍ଷା ଏବଂ ତୁଷାରପାତ ହେବାର ସମ୍ଭାବନା ରହିଛି।

  • Jan 29, 2026 07:08 IST

    କଲମ୍ବିଆରେ ବିମାନ ଦୁର୍ଘଟଣାରେ ୧୫ ମୃତ

    ବାଗୋଟା: ଉତ୍ତର-ପୂର୍ବ କଲମ୍ବିଆରେ ବୁଧବାର ଦିନ ଏକ ଭୟଙ୍କର ବିମାନ ଦୁର୍ଘଟଣାରେ ୧୫ ଜଣ ପ୍ରାଣ ହରାଇଛନ୍ତି। ସରକାରୀ ବିମାନ କମ୍ପାନି ସାଟେନାର ଏକ ବିଚ୍କ୍ରାଫ୍ଟ 1900 ଟ୍ୱିନ୍-ପ୍ରପେଲର ବିମାନ କୁକୁଟାରୁ ଓକାନା ଉଡ଼ାଣ ଭରୁଥିବା ବେଳେ ଭେନେଜୁଏଲା ସୀମା ନିକଟରେ ପାର୍ବତ୍ୟମୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ୧୩ଜଣ ଯାତ୍ରୀ ଏବଂ ଦୁଇ ଜଣ କ୍ରୁ ସଦସ୍ୟ ଥିଲେ ଏବଂ ଦୁର୍ଭାଗ୍ୟବଶତଃ କେହି ବଞ୍ଚି ନଥିଲେ।

    News Article Hero Image

    କଲମ୍ବିଆର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ଯେ ଓକାନାରେ ଅବତରଣ କରିବାର କିଛି ମିନିଟ୍ ପୂର୍ବରୁ ସକାଳ ୧୧ଟା ୫୪ (ସ୍ଥାନୀୟ ସମୟ) ସମୟରେ ବିମାନଟି ନିୟନ୍ତ୍ରଣ ଟାୱାର ସହିତ ଯୋଗାଯୋଗ ହରାଇଥିଲା। ବାୟୁସେନା ସହାୟତାରେ ଏକ ସନ୍ଧାନ ଅଭିଯାନରେ ଭଗ୍ନାବଶେଷ ଉଦ୍ଧାର କରାଯାଇଥିଲା, କିନ୍ତୁ ଏଥିରେ ଥିବା ସମସ୍ତ ଯାତ୍ରୀ ମୃତ ବୋଲି ଅନୁମାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe