୨୦୧୬ ଅକ୍ଟୋବର ୧୯-୨୦ ରାତିରେ ଆତଙ୍କବାଦୀମାନଙ୍କ ସହିତ ଲଢ଼େଇ କରୁଥିବା ସମୟରେ ୨୬ ବର୍ଷୀୟ ଗୁରନାମ ସିଂହ ଦେଶ ପାଇଁ ସହିଦ ହୋଇ ଯାଇଥିଲେ। ଗୁରନାମ ସିଂହ ନିଜ ଜୀବନର ଚିନ୍ତା ନକରି ଦେଶକୁ ରକ୍ଷା କରିଥିଲେ। ଏହି ସାହସିକତା ପାଇଁ ସରକାର ସହିଦଙ୍କୁ ରାଷ୍ଟ୍ରପତି ପୁଲିସ ପଦକରେ ସମ୍ମାନିତ କରିବା ସହିତ ଆର.ଏସ୍.ରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ। ସେହିଦିନ ଠାରୁ ସହିଦ ଗୁରନାମ ସିଂହଙ୍କ ମାଆ ଜସୱନ୍ତ କୌର ପ୍ରତିଦିନ ପୁଅର ପ୍ରତିମୂର୍ତ୍ତିକୁ ସଫା କରିବା ସହିତ ଯତ୍ନ ନେଇ ଆସୁଛନ୍ତି। ପ୍ରବଳ ଥଣ୍ଡା ପଡ଼ିଥିବାରୁ ସେ ତାଙ୍କ ପୁଅ ପ୍ରତିମୂର୍ତ୍ତିରେ ଏକ କମ୍ବଳ ଘୋଡ଼ାଇ ଦେଇଛନ୍ତି।
ଅଧିକପଢ଼ନ୍ତୁ:୧୮ ତାରିଖ ଭିତରେ ମିଳିବ ‘ସୁଭଦ୍ରା’ ଟଙ୍କା
/sambad/media/agency_attachments/2024-07-24t043029592z-sambad-original.webp)