ଗଙ୍ଗାନଗର(ରାଜସ୍ଥାନ): ପାସ୍ କରିଛି କି ନାହିଁ ଦେଖୁଥିଲେ। ଆଉ ହୋଇଗଲେ ଟପ୍ପର। ସୋସିଆଲ ମିଡିଆରେ ଏବେ ଜଣେ ଛାତ୍ରୀଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି। ପରୀକ୍ଷାର ଫଳାଫଳ ଜାଣିବା ପରେ ସେ ଯେଉଁଭଳି ଭାବେ ଭାବବିହ୍ବଳ ହୋଇଥିଲେ, ତାହା ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି। ଡର ଡର ମନରେ ସେ ମୋବାଇଲରେ ପରୀକ୍ଷା ଫଳ ଦେଖିବା ଏବଂ ଟପ୍ପର ହୋଇଥିବା ଜାଣି ଖୁସିରେ କାନ୍ଦି ପକାଇବାର ଭିଡିଓ ଏବେ ଲୋକଙ୍କ ମନ କିଣିଛି।
ଆହୁରି ଦେଖନ୍ତୁ
Follow Us