ନୂଆଦିଲ୍ଲୀ: ଆଜି କାଲିକା ଡିଜିଟାଲ ଯୁଗରେ ସବୁ କାମ ଘରେ ବସି ହୋଇପାରୁଛି। ଖାଦ୍ୟ ଅର୍ଡର କରିବାଠାରୁ ଆରମ୍ଭ କରି ଡ୍ରେସ୍ ଅର୍ଡର କରିବା ପର୍ଯ୍ୟନ୍ତ। କିଏ କେତେ କମ ସମୟରେ ଜିନିଷ ଡେଲିଭର କରିବ, ସେନେଇ ଚାଲିଛି ପ୍ରତିଦ୍ବନ୍ଦିତା। ହେଲେ ବଡ଼ ବଡ଼ କମ୍ପାନିମାନଙ୍କ ପ୍ରତିଦ୍ବନ୍ଦିତା ମଧ୍ୟରେ ବେଳେ ବେଳେ ବଳି ପଡ଼ିଯାଉଛି ଅନେକ ଜୀବନ। ଗତ କିଛି ବର୍ଷ ମଧ୍ୟରେ କମ ସମୟରେ ଜିନିଷ ପହଞ୍ଚାଇବା ପାଇଁ ଅନେକ ଡେଲିଭରୀ ବଏ ଦୁର୍ଘଟଣାର ଶିକାର ହେଉଥିବା ଦେଖାଯାଇଛି। କିଛି ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ ମଧ୍ୟ କରିଛନ୍ତି। ଏବେ ପୁଣି ଏକ ଛାତିଥରା ଭିଡିଓ ସାମ୍ନାକୁ ଆସିଛି।
ଜଣେ ଡେଲିଭରୀ ବଏଙ୍କ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଭିଡିଓରେ ଡେଲିଭରୀ ବଏ ଟ୍ରେନରୁ ଡେଉଁ ପଡ଼ୁଛନ୍ତି।ଦ୍ରୁତ ବେଗରେ ଯାଉଥିବା ଟ୍ରେନରୁ ଡେଇଁବାରୁ ତାଙ୍କ ଛାତି ମାଡ଼ ହୋଇଯାଉଛି। ଏହା ଦେଖି ଟ୍ରେନରେ ଥିବା ଯାତ୍ରୀ ଚିତ୍କାର କରୁଛନ୍ତି। ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶରେ। ଅନନ୍ତପୁର ଷ୍ଟେସନରେ ଜଣେ ସ୍ବିଗ୍ଗି ଡେଲିଭରୀ ବଏ ମୃତ୍ୟୁର ଅତି ନିକଟକୁ ଚାଲିଯାଇଥିବା ଭିଡିଓରେ ଦେଖାଯାଇଛି।
Follow Us