ନୂଆଦିଲ୍ଲୀ: ଗତ ଶନିବାର ଆମେରିକା ସେନା କବଳକୁ ଆସିଥିଲେ ଭେନେଜୁଏଲାର ରାଷ୍ଟ୍ରପତି। ପ୍ରଚଣ୍ଡ ବିମାନ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍ଙ୍କୁ ଗିରଫ କରିଥିଲା ଆମେରିକା ସେନା। ଏବେ ଦୁହେଁ ଜେଲରେ ବନ୍ଦୀ ଜୀବନ କଟାଉଛନ୍ତି। କାଲି ଯିଏ ଦେଶର ରାଷ୍ଟ୍ରପତି ଥିଲେ ଆଜି ସେ ବନ୍ଦୀ ପାଲଟିଛନ୍ତି। ଆଗକୁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଅବସ୍ଥା ମଧ୍ୟ ମାଦୁରୋଙ୍କ ଭଳି ହେବ ବୋଲି କୁହାଯାଉଛି। ତାଙ୍କୁ ମଧ୍ୟ ଆମେରିକା ବନ୍ଦୀ କରି ରଖିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନ୍ସକିଙ୍କ ବୟାନ ପରେ ଏହି ଚର୍ଚ୍ଚା ଜୋର ଧରିଛି।
ଆହୁରି ପଢ଼ନ୍ତୁ: Gold Silver Rate: ଆକାଶଛୁଆଁ ସୁନା-ରୁପା ଦର: ଦେଢ ଲକ୍ଷ ଟପିଯିବ କି ସୁନା ଦର...? ରୁପା ରେଟ୍ ଶୁଣିଲେ ଲାଗୁଛି ଡର
Follow Us