ନୂଆଦିଲ୍ଲୀ: ଶସ୍ତା ହେବ ଦାମୀ କାର୍। ୧କୋଟିର କାର୍ ହେବ ୫୦ଲକ୍ଷ। ବିଳାସପୂର୍ଣ୍ଣ କାର୍ କିଣିବା ହେବ ସହଜ। ଆଜି ଯେଉଁ କାର୍ଟି ଭାରତରେ ୧ କୋଟି ଟଙ୍କାରେ ମିଳୁଛି, ସେଇ କାର୍ଟି ଆଗାମୀ ଦିନରେ ମାତ୍ର ୫୫ ଲକ୍ଷ ଟଙ୍କା ହୋଇପାରେ। ଏହା ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ହେଲେ ଏହା ସତ। ସ୍ବପ୍ନ ଭଳି ଲାଗୁଥିବା ଏହି କଥାଟି ସମ୍ଭବ ହୋଇପାରିଛି ଭାରତ ଓ ୟୁରୋପିୟ ସଂଘ ମଧ୍ୟରେ ହୋଇଥିବା “Mother Of All Deals” ପାଇଁ। ଜାନୁଆରି ୨୭ରେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୟୁରୋପୀୟ କମିଶନ୍ର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡର୍ ଲେୟେନ ଏବଂ ଆଣ୍ଟୋନିଓ କୋଷ୍ଟା ଏହି ଡିଲ୍କୁ “ଐତିହାସିକ” ବୋଲି କହିଥିଲେ।
ଆହୁରି ପଢ଼ନ୍ତୁ: Review Meeting Minister Jajpur ଅଚାନକ ଯାଜପୁର ଆସି ଧାନକିଣା ସମୀକ୍ଷା କଲେ ଯୋଗାଣ ମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)